କେମିତି ମାଳଦ୍ବୀପ ଗଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା

Advertisment

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ପଳାୟନରେ ଆମର ହାତ ନାହିଁ: ଭାରତ

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ପଳାୟନରେ ଆମର ହାତ ନାହିଁ: ଭାରତ

କେମିତି ମାଳଦ୍ବୀପ ଗଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା

Republic World

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କୁ ଦେଶ ଛାଡ଼ିବା ପାଇଁ ସେନା ସମସ୍ତ ସହଯୋଗ କରିଥିଲା। ନୂଆ ସରକାର ଦ୍ବାରା ଗିରଫଦାରିରୁ ବର୍ତ୍ତିବାପାଇଁ ଗୋଟାବାୟା ରାଷ୍ଟ୍ରପତି ଥିବା ସମୟରେ ହିଁ ଦେଶ ଛାଡ଼ିଛନ୍ତି ଏବଂ ଗତ ରାତିରେ ଏ ନେଇ ବରିଷ୍ଠ ଅଧିକାରୀଙ୍କ ସହିତ ଏକ ଜାହାଜରେ ଗୁପ୍ତ ବୈଠକ ହୋଇଥିଲା। ମାଳଦ୍ବୀପ ସଂସଦର ବାଚସ୍ପତି ତଥା ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନସିଦ୍‌ଙ୍କ ମଧ୍ୟରେ କଥାବାର୍ତ୍ତା ପରେ ଗୋଟାବାୟା ମାଳଦ୍ବୀପ ଯିବାପାଇଁ ବାଟ ଫିଟିଥିଲା। ଶ୍ରୀଲଙ୍କା ବାୟୁସେନାର ଗଣମାଧ୍ୟମ ନିର୍ଦ୍ଦେଶକ ଆଜି ଏକ ବିବୃତି ଜାରି କରି ଏନେଇ ସୂଚନା ଦେଇଛନ୍ତି। ଦେଶର ପ୍ରତିରକ୍ଷା ମନ୍ତ୍ରାଳୟର ପୂର୍ଣ୍ଣ ସ୍ବୀକୃତିକ୍ରମେ ଗୋଟାବାୟା, ତାଙ୍କ ପତ୍ନୀ ଓ ୨ ଜଣ ସୁରକ୍ଷାକର୍ମୀ ସାମରିକ ଜେଟ୍‌ରେ ଦେଶ ଛାଡ଼ିଥିଲେ। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଅଫିସ୍‌ ପକ୍ଷରୁ ମଧ୍ୟ ଏନେଇ ସ୍ପଷ୍ଟ କରାଯାଇଛି। ଗୋଟାବାୟା ମାଳଦ୍ବୀପର ଭେଲାନା ବିମାନବନ୍ଦରରେ ପହଞ୍ଚିବାପରେ ତାଙ୍କୁ ମାଳଦ୍ବୀପ ସରକାରର ଜଣେ ପ୍ରତିନିଧି ପାଛୋଟି ନେଇଥିଲେ। ସେ ମାଳଦ୍ବୀପରେ ଏକ ରିସୋର୍ଟରେ ରହୁଥିବା ଜଣାପଡ଼ିଛି।

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଶ୍ରୀଲଙ୍କା ଛାଡ଼ି ମାଳଦ୍ବୀପ ଯିବା ପଛରେ ଭାରତର ସହଯୋଗ ରହିଛି ବୋଲି କିଛି ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିବା ବେଳେ ଭାରତ ଏହାକୁ ଖଣ୍ଡନ କରିଛି। ଭାରତ ଏଭଳି ଗଣମାଧ୍ୟମ ରିପୋର୍ଟକୁ ଭିତ୍ତିହୀନ ଏବଂ କାଳ୍ପନିକ ବୋଲି କହିଛି। ଶ୍ରୀଲଙ୍କା ସ୍ଥିତ ଭାରତୀୟ ହାଇ କମିସନ୍‌ ଏହି ରିପୋର୍ଟକୁ ଖଣ୍ଡନ କରିଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ପଳାୟନରେ ଆମର କିଛି ହାତ ନାହିଁ ବୋଲି ହାଇ କମିସନ୍‌ କହିଛନ୍ତି। ଅନ୍ୟପକ୍ଷେ ଭାରତ ଶ୍ରୀଲଙ୍କା ନାଗରିକଙ୍କୁ ସମର୍ଥନ ଜାରି ରଖିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe