ଗେମ୍‌ ଚେଞ୍ଜର ରାଫେଲ୍‌ କିଭଳି ଶକ୍ତି ବଢ଼ାଇବ

ଗେମ୍‌ ଚେଞ୍ଜର ରାଫେଲ୍‌ କିଭଳି ଶକ୍ତି ବଢ଼ାଇବ

Twitter

ନୂଆଦିଲ୍ଲୀ: ଭାରତ ଆଜି ଏହାର ପ୍ରଥମ ରାଫେଲ୍‌ ଯୁଦ୍ଧ ବିମାନ ପାଇଛି। ବାୟୁସେନା ଦ୍ବାରା 'ଗେମ୍‌ ଚେଞ୍ଜର' କୁହାଯାଉଥିବା ଏହି ରାଫେଲ୍‌ ବାସ୍ତବରେ ବାୟୁସେନାକୁ ଯଥେଷ୍ଟ ଶକ୍ତିଶାଳୀ କରିବ। ରାଫେଲ୍‌ ଯୁଦ୍ଧ ବିମାନ ବହୁତ ଭଲ ଉଡ଼ାଣ ପ୍ରଦର୍ଶନ କରିଛି। ଏହାର ଅସ୍ତ୍ରଶସ୍ତ୍ର , ରାଡାର, ସେନ୍‌ସର ଏବଂ ଇଲେକ୍ଟ୍ରୋନିକ୍ସ ଯୁଦ୍ଧ କ୍ଷମତା ବିଶ୍ବରେ ସବୁଠାରୁ ଶ୍ରେଷ୍ଠ। ରାଫେଲ୍‌ ଭାରତୀୟ ବାୟୁସେନାରେ ସାମିଲ ହେବା ପରେ ଆକ୍ରମଣ କ୍ଷମତା ଆଉ ଏକ ବଡ଼ ପର୍ଯ୍ୟାୟରେ ପହଞ୍ଚିବ। ରାଫେଲ୍‌ ଆମେରିକା ତିଆରି ଏଫ୍‌-୧୬, ଏଫ୍‌-୧୭ ଏବଂ ଚୀନ୍‌ର ଜେ-୨୦ ଯୁଦ୍ଧ ବିମାନଠୁ ମଧ୍ୟ ଶକ୍ତିଶାଳୀ ପ୍ରମାଣିତ ହୋଇସାରିଛି। ଉଭୟ ଆକାଶରୁ ଆକାଶ ଏବଂ ଆକାଶରୁ ଭୂପୃଷ୍ଠକୁ ଏହାର ଆକ୍ରମଣ କରିବାର କ୍ଷମତା ରହିଛି। ଭାରତ ଆଗକୁ ରାଫେଲ୍‌ ସହ ଦୁଇ ପଟୁ (ଚୀନ୍‌-ପାକିସ୍ତାନ) ଲଢ଼େଇକୁ ବେଶ୍‌ ଭଲଭାବେ ସାମ୍ନା କରିପାରିବ।

ରାଫେଲର ବହୁମୁଖୀ ରାଡାର ଏକ ସମୟରେ ୪୦ଟି ଟାର୍ଗେଟ୍‌କୁ ଚିହ୍ନଟ କରିପାରିବ। ୧୦୦ରୁ ଊର୍ଦ୍ଧ୍ବ କିମି ଅଞ୍ଚଳ ମଧ୍ୟରେ ଏହା ୪୦ଟି ଟାର୍ଗେଟ୍‌କୁ ଚିହ୍ନଟ କରିବ। ଏହାର ସ୍ପେକ୍ଟ୍ରା ଏବଂ ଏକୀକୃତ ସୁରକ୍ଷା ସହାୟତା ପ୍ରଣାଳୀ ରହିଛି। ଶତ୍ରୁ ପକ୍ଷର ରାଡାର ସିଗ୍‌ନାଲ୍‌କୁ ଏହା ବିଫଳ କରିଦେବାର ସାମର୍ଥ୍ୟ ରଖୁଛି । ରାଫେଲ ସମୟରେ ଏହା ୬ଟି ଏଏଏସ୍‌ଏମ୍‌ କ୍ଷେପଣାସ୍ତ୍ର ବହନ କରିପାରିବ। ଏଫ୍‌-୧୬ ଅପେକ୍ଷା ରାଫେଲ୍‌ ଯଥେଷ୍ଟ ଅଧିକ ଅସ୍ତ୍ର ବହନ କରିପାରିବ। ତେଣୁ ଏହା ଏଫ୍‌-୧୬ଠାରୁ ଯଥେଷ୍ଟ ଶକ୍ତିଶାଳୀ। ଶତ୍ରୁପକ୍ଷକୁ ଟାର୍ଗେଟ୍‌ କରିବାପାଇଁ ରାଫେଲ୍‌କୁ ଭାରତୀୟ ବାୟୁସୀମା ଅତିକ୍ରମ କରିବାକୁ ପଡ଼ିବ ନାହିଁ। ଶତ୍ରୁ ପକ୍ଷର ଅଞ୍ଚଳର ୬୦୦ କିମି ଦୂରରୁ ମଧ୍ୟ ରାଫେଲ୍‌ ଟାର୍ଗେଟ୍‌କୁ ମାଡ଼ କରିପାରିବ। ଏହା ୯,୫୦୦ କିଲୋଗ୍ରାମ୍‌ ବିସ୍ଫୋରକ ଏବଂ ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରଖୁଛି। ବିମାନରେ ଥିବା ତୋପରୁ ପ୍ରତି ମିନିଟ୍‌ରେ ୨,୫୦୦ ରାଉଣ୍ଡ୍‌ ଗୁଳି ଫୁଟାଇ ହେବ। ୨୦୨୨ ସୁଦ୍ଧା ଭାରତର ବାୟୁ ଶକ୍ତି ଯେ କୌଣସି ମହାଶକ୍ତିକୁ ଟକ୍କର ଦେବାକୁ ସକ୍ଷମ ହେବ। ରାଫେଲରେ ଯେଉଁ କ୍ଷେପଣାସ୍ତ୍ର ରହିଛି ତାହା ୧୨୦-୧୫୦ କିମି ଦୂରରୁ ଟାର୍ଗେଟ୍‌କୁ ମାଡ଼ କରିପାରିବ। ରାଫେଲ୍‌ ଏକସଙ୍ଗେ ବହୁ ସଂଖ୍ୟାରେ ବଙ୍କର୍‌ ଏବଂ ଶିବିର ଧ୍ବଂସ କରିଦେଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe