କେମିତି ହନିପ୍ରୀତ୍‌ ରାମ୍‌ ରହିମ୍‌ଙ୍କ ହାଇ-ଟେକ୍‌ ଗୁମ୍ଫାରେ ପଶି ଟଙ୍କା ନେଇ ପଳାଇଲେ

Advertisment
କେମିତି ହନିପ୍ରୀତ୍‌ ରାମ୍‌ ରହିମ୍‌ଙ୍କ ହାଇ-ଟେକ୍‌ ଗୁମ୍ଫାରେ ପଶି ଟଙ୍କା ନେଇ ପଳାଇଲେ

Photo Courtesy of TOI

ଚଣ୍ଡିଗଡ଼: ଦୁଇ ମହିଳା ଅନୁଗାମିନୀଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଗୁରମୀତ୍‌ ରାମ୍‌ ରହିମ୍‌ଙ୍କୁ କାରାଗାର ପଠାଯିବା ପରେ ପରେ ହରିୟାନା ପୁଲିସ ସିର୍‌ସା ଅନ୍ତର୍ଗତ ଆତ୍ମଘୋଷିତ ବାବାଜିଙ୍କ ଧାର୍ମିକ ମଣ୍ଡଳ ଡେରା ସଚ୍ଚା ସୌଦା ମୁଖ୍ୟାଳୟରେ ଏକ ବିରାଟ ସାନିଟାଇଜେସନ୍‌ ଡ୍ରାଇଭ୍‌ ଆରମ୍ଭ କରିଥିଲା।

publive-image Photo Courtesy of Scroll.in

ଅନୁଦାନ ଏବଂ ମାର୍କାଦିଆ ସାମଗ୍ରୀ ବିକ୍ରୟ ଆଧାରରେ ଡେରାରେ କୋଟି କୋଟି ଟଙ୍କା ଗଚ୍ଛିତ କରାଯାଇଥିବ ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ, ସାନିଟେସନ୍‌ ଡ୍ରାଇଭ୍‌ ପରେ କର୍ତ୍ତୃପକ୍ଷମାନେ ମାତ୍ର ୧୨ ହଜାର ଟଙ୍କା ପାଇବା ଥିଲା ବଡ଼ ଆଚମ୍ବିତ କଥା।

ଡେରା ସମ୍ପଦ ଗଲା କୁଆଡ଼େ? ଜଣା ପଡ଼ିଲା ଯେ, କର୍ତ୍ତୃପକ୍ଷମାନେ ସେପ୍ଟେମ୍ବର ୭ ତାରିଖରୁ ତିନି ଦିବସୀୟ ସାନିଟେସନ୍‌ ଡ୍ରାଇଭ୍‌ ଆରମ୍ଭ କରିବା ପୂର୍ବରୁ ରାମ୍‌ ରହିମ୍‌ଙ୍କ ଘନିଷ୍ଠ ସହଯୋଗିନୀ ହନିପ୍ରୀତ୍‌ ଇନ୍‌ସାନ୍‌ ମଣ୍ଡଳର ନଗଦ ଅର୍ଥ ଏବଂ ଧନଧାନ୍ୟ ଧରି ସେଠାରୁ ନିରୁଦ୍ଦେଶ ହୋଇ ଯାଇଥିଲେ।

ଅଗଷ୍ଟ ୨୫ରୁ ୨୮ ତାରିଖ ମଧ୍ୟରେ ହନିପ୍ରୀତ୍‌ ଡେରା ମୁଖ୍ୟାଳୟରେ ଚାରି ରାତି କଟାଇ ଥିଲେ। ହନିପ୍ରୀତ୍‌ଙ୍କ ପାଇଁ ଗାଡ଼ି ଯୋଗାଡ଼ କରିଥିବା ଡେରା ଚେୟାର୍‌ମ୍ୟାନ୍‌ ବିପାଶନା ଇନ୍‌ସାନ୍‌ଙ୍କ ଠାରୁ କିଛି ସହାୟତା ପାଇ ରାମ୍‌ ରହିମ୍‌ କନ୍ୟା ଅଗଷ୍ଟ ୨୫ ତାରିଖ ରାତି ୨ଟାରେ ମୁଖ୍ୟାଳୟରେ ପହଞ୍ଚିଥିଲେ।

publive-image Photo Courtesy of India Today

ରାମ୍‌ ରହିମ୍‌ ଓ ଧରମ୍‌ ସିଂହଙ୍କ ସମେତ କେବଳ ହନିପ୍ରୀତ୍‌ ହିଁ ଗୋପନ ଗୁମ୍ଫା ମଧ୍ୟକୁ ଅବାଧ ପ୍ରବେଶ କରିପାରୁଥଲେ।
ଗୁମ୍ଫାର ଦ୍ୱାର ଖୋଲିବାକୁ ହନିପ୍ରୀତ୍‌ ନିଜର ଟିପଚିହ୍ନ ବ୍ୟବହାର କରି ନଗଦ ଅର୍ଥ, ମୂଲ୍ୟବାନ୍‌ ସାମଗ୍ରୀ ଏବଂ କିଛି ଦଲିଲ୍‌ ନେଇ ଯାଇଥିଲେ।
ତା’ପରେ ଜଣେ ରାଜନେତାଙ୍କ ଛତ୍ରଛାୟରେ ହନିପ୍ରୀତ୍‌ ଡେରା ମୁଖ୍ୟାଳୟ ଛାଡ଼ି ଥିଲେ। ହରିୟାନା ପୁଲିସ କବଳରୁ ଅନେକ ବାର ବର୍ତ୍ତିଯାଇ ପରବର୍ତ୍ତୀ ମାସେ କାଳ ସେ ନିରୁଦ୍ଦେଶ ରହିଥିଲେ।

ପୁଲିସ ବିଶ୍ୱାସ କରୁଛି ଯେ ପୁଲିସ ହାବୁଡ଼ରୁ ନିସ୍ତାର ପାଇବା ନିମନ୍ତେ ଲୁଚି ବୁଲୁଥିବାବେଳେ ପଞ୍ଜାବର ଜଣେ ପ୍ରମୁଖ କୋଠାବାଡ଼ି ନିର୍ମାତା ହନିପ୍ରୀତ୍‌ଙ୍କୁ ସହାୟତା କରିଥିଲେ। ରାମ୍‌ ରହିମ୍‌ଙ୍କ କନ୍ୟାକୁ ସହାୟତା ଯୋଗାଇଥିଲେ ବୋଲି ବିଶ୍ୱାସ କରାଯାଉଥିବା ସେ ରାଜନେତା କି, ସେ କୋଠାବାଡ଼ି ନିର୍ମାତାଙ୍କୁ ଏ ଯାବତ୍‌ ଗିରଫ କରାଯାଇ ନାହିଁ।

publive-image Photo Courtesy of NDTV

ମିଳୁ ନ ଥିବା ସୁଟ୍‌କେସ୍‌
ଏବେ ହନିପ୍ରୀତ୍‌ ଗିରଫ ହୋଇଥିଲେ ମଧ୍ୟ ଡେରାରେ ଗଚ୍ଛିତ ଥିଲା ବୋଲି ବିଶ୍ୱାସ କରାଯାଉଥିବା ଏବଂ ସେ ନେଇ ଯାଇଥିବା ନଗଦ ଅର୍ଥ ଏବଂ ମୂଲ୍ୟବାନ ସାମଗ୍ରୀ କୁଆଡ଼େ ଗଲା ତା’ର ଟେର୍‌ କର୍ତ୍ତୃପକ୍ଷମାନେ ପାଉ ନାହାନ୍ତି।

ହନିପ୍ରୀତ୍‌ ସାଥିରେ କେତେକ ସୁଟ୍‌କେସ୍‌ ନେଇଥିବା କଥା ଗୁଇନ୍ଦା ରିପୋର୍ଟରୁ ଜଣା ପଡୁଛି। କିନ୍ତୁ, ସେ ସୁଟ୍‌କେସ୍‌ ମଧ୍ୟରେ କ’ଣ ଥିଲା ଏବଂ ହନିପ୍ରୀତ୍‌ ସେଗୁଡ଼ିକୁ କେଉଁଠି ରଖିଛନ୍ତି ତାହା ରହସ୍ୟମୟ ହୋଇ ରହିଛି।

ସମ୍ପ୍ରତି ରାମ୍‌ ରହିମ୍‌ଙ୍କ ଆତ୍ମୀୟମାନେ ରହୁଥିବା ରାଜସ୍ଥାନ ଅନ୍ତର୍ଗତ ଗୁର୍‌ସାର୍‌ ମୋଦିଆର କେତେକ ସ୍ଥାନରେ ଚଢ଼ଉ କରି ପୁଲିସ କିଛି ସଫଳତା ପାଇଥିଲା।

publive-image Photo Courtesy of Honeypreetinsan.me

କିନ୍ତୁ, ହନିପ୍ରୀତ୍‌ଙ୍କ ମିଳୁ ନ ଥିବା ମୋବାଇଲ୍‌ ଫୋନ୍‌ ସବୁ ଏବଂ ଲାପ୍‌ଟପ୍‌ଟି ଉଦ୍ଧାର କରିବାରେ ପୁଲିସ ବିଫଳ ହୋଇଛି। ରାମ୍‌ ରହିମ୍‌ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଉପୁଜି ଥିବା ହିଂସାକାଣ୍ଡର ପ୍ରାକ୍‌ ଯୋଜନା କିପରି ହନିପ୍ରୀତ୍‌ଙ୍କୁ ସହାୟତା କରିଥିଲା ତାହା ସେ ଲାପଟପ୍‌ରେ ଅଛି ଏବଂ ସେଇଟି ପ୍ରମାଣ ସ୍ୱରୂପ ପୁଲିସ କାମରେ ଲାଗି ପାରିବ ବୋଲି ବିଶ୍ୱାସ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe