Image Source: India Today
ନୂଆଦିଲ୍ଲୀ: ସିଆଚୀନ୍ର ବିଯୁକ୍ତ ୪୦-୭୦ ଡିଗ୍ରି ତାପମାନର ଗ୍ଲେସିଅର୍ ଅଞ୍ଚଳରେ ଶତ୍ରୁ ସହ ଯୁଦ୍ଧ କରିବା କଥା ଛାଡ଼ନ୍ତୁ, ଖାଇବା ପାଇଁ ମଧ୍ୟ ଯବାନମାନଙ୍କୁ ସାମଗ୍ରୀ ସହ ଯୁଦ୍ଧ କରିବାକୁ ପଡ଼େ।
ସେଠାରେ ଖାଦ୍ୟ ରାନ୍ଧିବା କିଂବା ଖାଇବା କେଡ଼େ କଷ୍ଟକର ତାହାକୁ ଭିତ୍ତିକରି ଅଳ୍ପ କେତେଜଣ ଯବାନ ଉତ୍ତୋଳନ କରିଥିବା ଭିଡିଓଟିଏ ଭାଇରାଲ୍ ହୋଇଛି।
ସେଥିରେ ଦିଶୁଛି ତିନି ଜଣ ଯବାନ ହାତୁଡ଼ି ଓ ଛୁରି ଦ୍ୱାରା ଛେଚି କାଟି ଖାଦ୍ୟ ଖାଇବାକୁ ଉଦ୍ୟମ କରୁଛନ୍ତି।
ବରଫ ଇଟା ପାଲଟି ଯାଇଥିବା ତରଳ ରିଅଲ୍ ଫ୍ରୁଟ୍ ଜୁସ୍ର ଗୋଟାଏ ଖୋଳକୁ ସେମାନେ ଛୁରିରେ କଟାକଟି କରି ଚିରୁଛନ୍ତି। ବରଫ ପାଲଟିଥିବା ସେ ଫଳରସକୁ ହାତୁଡ଼ିରେ ପିଟିଲେ ବି ଭାଙ୍ଗୁନାହିଁ।
ଗରମ ପାଣିରେ ଫୁଟାଇଲେ ଯାଇ ସେ ବରଫ ଫଳ ରସକୁ ପିଇ ହେବ ବୋଲି ସେମାନେ କହୁଛନ୍ତି।
ତା’ପରେ ତିନି ଯବାନ ଥଣ୍ଡାରେ ଜମାଟ ବାନ୍ଧି ଯାଇଥିବା ଅଣ୍ଡା ଫଟାଇବାକୁ ଉଦ୍ୟମ କରୁଛନ୍ତି। ସେ ଅଣ୍ଡା ସବୁକୁ ଫଟାଇବା ପାଇଁ ଜଣେ ଯବାନ ତାକୁ ଟେବୁଲ୍ ଉପରେ କଚାଡୁଛନ୍ତି, କିନ୍ତୁ ତାହା ଅକ୍ଷତ ଅବସ୍ଥାରେ ଛିଟିକି ତୁଷାର ଉପରେ ପଡୁଛି। ବହୁବାର ହାତୁଡ଼ିର ପିଟିଲା ପରେ ଯାଇ ସେ ଅଣ୍ଡା ଫାଟୁଛି।
ଏଭଳି ଥଣ୍ଡା ପରିସ୍ଥିତିରେ ଗରମ ପାଣିରେ ସିଝାଇବା ପରେ ଯାଇ ଆଳୁ ଓ ବିଲାତିବାଇଗଣ ଭଳି ପରିବା ରାନ୍ଧି ହୁଏ ବୋଲି ସେମାନେ କହୁଛନ୍ତି।
Follow Us