ଭାରତ ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲକୁ ଯାଇପାରିବ କି ?

ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ପରାଜୟ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଦେଇଛି। ଏହି ପରାଜୟ ପରେ ଭାରତର ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପହଞ୍ଚିବାର ରାସ୍ତା ଅତି କଷ୍ଟକର ହୋଇପଡ଼ିଛି । 

ଅଦ୍ୟତନ ହୋଇଛି
wtc

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ପରାଜୟ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଦେଇଛି। ଏହି ପରାଜୟ ପରେ ଭାରତର ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ପହଞ୍ଚିବାର ରାସ୍ତା ଅତି କଷ୍ଟକର ହୋଇପଡ଼ିଛି । 

ବାସ୍ତବରେ ଡବ୍ଲ୍ୟୁଟିସିର ଫାଇନାଲରେ ପ୍ରବେଶ କରିବାକୁ ହେଲେ ଟିମ୍ ଇଣ୍ଡିଆକୁ ସବୁ ପରିସ୍ଥିତିରେ ବର୍ଡର-ଗାଭାସ୍କର ଟ୍ରଫି ଜିତିବାର ଥିଲା, କିନ୍ତୁ ଏବେ ଅଷ୍ଟ୍ରେଲିଆ ଏହି ଶୃଙ୍ଖଳାରେ ପରାଜୟର ସମ୍ଭାବନାକୁ ଦୂର କରିଦେଇଛି। ଏଭଳି ସ୍ଥିତିରେ ଭାରତ ଏବେ କେବଳ ଅନ୍ୟମାନଙ୍କ ଭରସାରେ ଡବ୍ଲ୍ୟୁଟିସି ଫାଇନାଲରେ ପ୍ରବେଶ କରିପାରିବ। 

ଦକ୍ଷିଣ ଆଫ୍ରିକା ଦଳ ଡବ୍ଲ୍ୟୁଟିସି ଫାଇନାଲରେ ପହଞ୍ଚି ସାରିଛି। ଏବେ ଭାରତ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଲଢ଼େଇ ଚାଲିଛି। ଫାଇନାଲର ଆଶାକୁ ବଜାୟ ରଖିବାକୁ ହେଲେ ଭାରତକୁ ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷ ସିଡନୀରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟ ମ୍ୟାଚ୍ ଜିତିବାକୁ ପଡ଼ିବ। ଯଦି ଟିମ୍ ଇଣ୍ଡିଆ ପଞ୍ଚମ ଟେଷ୍ଟ ନ ଜିତିବ ତେବେ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଦୌଡ଼ରୁ ବାଦ୍ ପଡ଼ିବ। ଅର୍ଥାତ୍ ସିଡନୀରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ ଡ୍ର ହେଲେ ମଧ୍ୟ ଭାରତୀୟ ଦଳ ଫାଇନାଲ ଦୌଡ଼ରୁ ବାଦ୍ ପଡ଼ିବ। କେବଳ ଏତିକି ନୁହେଁ, ଯଦିବି ଭାରତ ସିଡନି ଟେଷ୍ଟ ଜିତେ, ତେବେ ଭାରତକୁ ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ଟେଷ୍ଟ ସିରିଜ ଉପରେ ନଜର ରଖିବାକୁ ହେବ । ଯଦି ଶ୍ରୀଲଙ୍କା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଅତି କମରେ ୧-୦ରେ ଜିତେ ତେବେ ଭାରତ ଫାଇନାଲକୁ ଯାଇପାରିବ । କିନ୍ତୁ ଅଷ୍ଟ୍ରେଲିଆର ଫର୍ମ ଦୃଷ୍ଟିରୁ ଏହା କଷ୍ଟକର ଲାଗୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe