ରୁଷ୍‌ ସ୍ପଷ୍ଟ କଲା କେମିତି କାମ କରିବ ବିଶ୍ବର ପ୍ରଥମ କୋଭିଡ୍‌ ଟିକା

ଫାଇଜର୍‌ ଟିକା ନେବାର ସପ୍ତାହକ ପରେ ଆମେରିକୀୟ ନର୍ସ‌୍ କରୋନା ସଂକ୍ରମିତ

The Conversation

ମସ୍କୋ: ରୁଷିଆର ଗମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏପିଡର୍ମିଓଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ବିକଶିତ ଏକ ଟିକା ଆସନ୍ତା ୧୨ ତାରିଖରେ ବିଶ୍ବର ପ୍ରଥମ କୋଭିଡ୍‌ ଟିକା ଭାବେ ସାର୍ବଜନୀନ ବ୍ୟବହାର ପାଇଁ ଲୋକାର୍ପିତ ହେବ ବୋଲି ରୁଷିଆର ଉପସ୍ବାସ୍ଥ୍ୟମନ୍ତ୍ରୀ ଓଲେଗ ଗ୍ରିଦନେଭ ଶୁକ୍ରବାର ଘୋଷଣା କରିଛନ୍ତି। ଅପରପକ୍ଷେ, ଉକ୍ତ ଟିକାର ସମ୍ପୂର୍ଣ୍ଣ ତିନି ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସରିଛି ନା ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ରୁଷ୍‌ ସରକାର ଏଭଳି ପଦକ୍ଷେପ ନେବାକୁ ଚାହୁଛନ୍ତି, ତାହା ସ୍ପଷ୍ଟ ହୋଇନଥିବା ବେଳେ ଟିକା ପ୍ରସ୍ତୁତି ଓ ବ୍ୟବହାର ପାଇଁ ନିର୍ଦ୍ଧାରିତ ନୀତିନିୟମର ଅନୁପାଳନ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇ ଦେଇଛି। ତେବେ ଏହି ଅବସରରେ ଉକ୍ତ ଟିକା କିପରି ସଫଳ ଭାବେ ଆକ୍ରାନ୍ତଙ୍କ ଠାରେ କାର୍ଯ୍ୟ କରିବ ସେ ସମ୍ପର୍କରେ ଗମାଲେଇ ପ୍ରତିଷ୍ଠାନର ମୁଖ୍ୟ ଆଲେକଜାଣ୍ଡାର ଗିଣ୍ଟସବର୍ଗ କିଛି ସୂଚନା ପ୍ରଦାନପୂର୍ବକ ସ୍ପଷ୍ଟ କରିଛନ୍ତି।

ଗିଣ୍ଟସବର୍ଗଙ୍କ କହିବା ଅନୁସାରେ, ଶ୍ବାସନଳୀର ଉପରିଭାଗକୁ ସଂକ୍ରମଣ କରିପାରୁଥିବା ଆଡିନୋଭୂତାଣୁଙ୍କୁ ପାଥେୟ କରି ଉକ୍ତ ଟିକାରେ ଏକ ପ୍ରକାର ନିର୍ଜୀବ କଣିକା ବ୍ୟବହାର କରାଯାଇଛି। ତେଣୁ ଏହି ଟିକା ମନୁଷ୍ୟର ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ନାହିଁ। ଏହି ଆଡିନୋଭୂତାଣୁ ଦ୍ବାରା ସୃଷ୍ଟ ନିର୍ଜୀବ କଣିକାଗୁଡ଼ିକ କେବଳ ସଂପୃକ୍ତ କୋଭିଡ୍‌ ଭୂତାଣୁର ଗୁଣକୁ ପ୍ରତିପାଦନ କରିବା ସହ କୌଣସି ପରିସ୍ଥିତିରେ ବହୁଗୁଣିତ ହୋଇପାରିବେ ନାହିଁ। ସୁତରାଂ ମନୁଷ୍ୟ ଶରୀରରେ ସେମାନଙ୍କ ଉପସ୍ଥିତି ଦ୍ବାରା ଆବଶ୍ୟକ ରୋଗପ୍ରତିରୋଧକ ଆଣ୍ଟିଜେନ ବିକଶିତ ହୋଇପାରିବ ଯାହା କି କୌଣସି ଟିକାର ଅପରିହାର୍ଯ୍ୟ ଗୁଣ ଭାବେ ବିବେଚିତ। ଅପରପକ୍ଷେ, ଯେ କେହି ବ୍ୟକ୍ତି ବି କୌଣସି ବି ଟିକା ନେଲା ପରେ ପ୍ରାକୃତିକ ଭାବେ ଶରୀରରେ ସାମାନ୍ୟ ଜ୍ବର ପରିଲକ୍ଷିତ ହୋଇଥାଏ। ତେବେ ସେପରି ଲକ୍ଷଣ କେବଳ ପାରାସିଟାମଲ୍‌ ଭଳି ସାଧାରଣ ଔଷଧ ସେବନରେ ହିଁ ଦୂର ହୋଇପାରିବ ବୋଲି ଗିଣ୍ଟସବର୍ଗ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe