Image Courtesy of Mashable
ନୂଆଦିଲ୍ଲୀ: ଇସ୍ରାଏଲ୍-ହମାସ୍ ମଧ୍ୟରେ ଭୟାବହ ଯୁଦ୍ଧ ଚାଲିଥିବା ବେଳେ ସାମାଜିକ ଗଣମାଧ୍ୟମରେ ହେଉ କି, ଅନ୍ୟ କୌଣସି ମାଧ୍ୟମରେ ହେଉ ପାଲେଷ୍ଟିନୀୟଙ୍କ ପ୍ରତି ସମର୍ଥନ ବା ଏକାତ୍ମତାର ସଙ୍କେତ ଭାବେ ସମ୍ପ୍ରତି ‘ତରଭୁଜ’କୁ ବ୍ୟବହାର କରାଯାଉଛି।
ପାଲେଷ୍ଟିନୀୟଙ୍କ ସମର୍ଥନରେ ପ୍ରତିବାଦ କରିବା ବେଳେ ପ୍ରତିବାଦକାରୀମାନେ ଅର୍ଦ୍ଧବୃତ୍ତାକାର ‘ତରଭୁଜ’ ଛବି ଅଙ୍କିତ କାର୍ଡବୋର୍ଡ ଧରୁଛନ୍ତି। ‘ଟିକ୍ଟକ୍’ ଓ ‘ଏକ୍ସ୍’ରେ ନାଁ ଡିସ୍ପ୍ଲେ ପାଖରେ ଥିବା ପାଲେଷ୍ଟିନୀୟ ପତାକା ପାର୍ଶ୍ବରେ ‘ତରଭୁଜ’ ଇମୋଜି ଦେଖାଯାଉଛି।
ଏହାର କାରଣ ହେଉଛି, ଗାଜା ଓ ୱେଷ୍ଟ୍ ବ୍ୟାଙ୍କ୍ରେ ‘ତରଭୁଜ’ ଚାଷ କରାଯାଏ। ଲାଲ୍, ସବୁଜ, କଳା ଓ ଧଳା ରଙ୍ଗ ଥିବା ପାଲେଷ୍ଟିନୀୟ ପତାକା ସହିତ ‘ତରଭୁଜ’ ରଙ୍ଗ ମେଳ ଖାଉଥିବାରୁ ଏହାକୁ ପାଲେଷ୍ଟିନୀୟଙ୍କ ପ୍ରତି ସମର୍ଥନର ପ୍ରତୀକ ବା ସଙ୍କେତ ଭାବେ ବ୍ୟବହାର କରାଯାଉଛି।
Image Courtesy of indy100ଡିଜିଟାଲ୍ ପ୍ରକାଶନ ‘ମୁସ୍ଲିମ୍ ଗାର୍ଲ’ର ସଂସ୍ଥାପକ ୩୦ ବର୍ଷିୟ ଅମାନି ଅଲ୍-ଖତାତ୍ବେ କହନ୍ତି, ପରିଚୟ ଓ ପ୍ରତିରୋଧର ସଙ୍କେତ ଭାବେ ‘ତରଭୁଜ’କୁ ପାଲେଷ୍ଟିନୀୟମାନେ ଦଶନ୍ଧି ଦଶନ୍ଧି ଧରି ବ୍ୟବହାର କରି ଆସୁଛନ୍ତି। ଏବେ ଏହି ସଙ୍କେତର ବ୍ୟବହାର ବ୍ୟାପକ ହୋଇଛି।
କିନ୍ତୁ, କାହିଁକି ‘ତରଭୁଜ’କୁ ପାଲେଷ୍ଟିନୀୟମାନେ ସଙ୍କେତ ଭାବେ ବ୍ୟବହାର କଲେ ତାହାର ପ୍ରକୃତ କାରଣ ନେଇ ବିଭିନ୍ନ କଥା ଶୁଣାଯାଏ। ପାଲେଷ୍ଟିନୀୟ କଳା ଉପରେ ପାଣ୍ଡିତ୍ୟ ହାସଲ କରିଥିବା ଆମେରିକୀୟ ସାସ୍ଚା କ୍ରେସ୍ନୋ କହନ୍ତି, ଗାଜା ଓ ୱେଷ୍ଟ୍ବ୍ୟାଙ୍କ୍ରେ ପାଲେଷ୍ଟିନୀୟ ପତାକାକୁ ଇସ୍ରାଏଲ୍ ଅବଦମନ କରିବା ବେଳେ ‘ତରଭୁଜ’ ସଙ୍କେତର ଉଦ୍ଭବ ହୋଇଥିଲା। କୁହାଯାଏ, ୧୯୬୭ରୁ ୧୯୯୩ ମଧ୍ୟରେ ପାଲେଷ୍ଟିନୀୟ ପତାକା ନିଷିଦ୍ଧ କରାଯାଇଥିବା ବେଳେ ପତାକା ପରିବର୍ତ୍ତେ ‘ତରଭୁଜ’କୁ ସଙ୍କେତ ଭାବେ ପ୍ରଦର୍ଶନ କରାଯାଉଥିଲା।
ଆଉ ଏକ ଘଟଣା ଅନୁସାରେ, ୮୦ ଦଶକରେ ସ୍ଲିମାନ୍ ମନ୍ସୋର୍ ଓ ଆଉ ୨ଜଣ ପାଲେଷ୍ଟିନୀୟ ଚିତ୍ରକର କରିଥିବା ଚିତ୍ରକଳା ପ୍ରଦର୍ଶନୀକୁ ଇସ୍ରାଏଲ୍ ସୈନିକମାନେ ବନ୍ଦ କରିଦେବାରୁ ‘ତରଭୁଜ’ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ସେହି କାରଣରୁ ‘ତରଭୁଜ’କୁ ପାଲେଷ୍ଟାଇନ୍ର ପ୍ରତୀକ ଭାବେ ବ୍ୟବହାର କରାଯାଉଛି।
Follow Us