କେମିତି ରହିବ ଏବର୍ଷର ବୃଷ୍ଟିପାତ ? ଭିନ୍ନ ମତ ପୋଷଣ କଲେ ଭାରତୀୟ ଓ ବିଦେଶୀ ପାଣିପାଗ ସଂସ୍ଥା

Advertisment
କେମିତି ରହିବ ଏବର୍ଷର ବୃଷ୍ଟିପାତ ? ଭିନ୍ନ ମତ ପୋଷଣ କଲେ ଭାରତୀୟ ଓ ବିଦେଶୀ ପାଣିପାଗ ସଂସ୍ଥା

Photo by : cloudfront.net

ନୂଆଦିଲ୍ଲୀ : ଏବର୍ଷ କିପରି ରହିବ ଭାରତର ବୃଷ୍ଟିପାତ ? ଏହାକୁ ନେଇ ଅଲଗା ଅଲଗା ମତ ପୋଷଣ କରିଛନ୍ତି ଭାରତୀୟ ଓ ବିଦେଶୀ ପାଣିପାଗ ସଂସ୍ଥା । ଏ ବର୍ଷ ଦେଶରେ ମୌସୁମୀ ପ୍ରବାହ ସ୍ୱାଭାବିକ ରହିବାର ଯଥେଷ୍ଟ ସମ୍ଭାବନା ରହିଛି । ଏକଥା ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର କେତେକ ବରିଷ୍ଠ ଅଧିକାରୀ ଓ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ । କିନ୍ତୁ କେତେକ ଅନ୍ତର୍ଜାତୀୟ ସଂସ୍ଥା ଭିନ୍ନ ମତ ପୋଷଣ କରୁଛନ୍ତି ।

ଯଦିଓ ଭାରତୀୟ ପାଣିପାଗ ବିଭାଗ ତରଫରୁ ଆନୁଷ୍ଠାନିକ ଭାବେ ପାଣିପାଗ ପୂର୍ବାନୁମାନ ପ୍ରକାଶ ପାଇବା ଆଉ କିଛି ଦିନ ବିଳମ୍ବ ଅଛି, ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏବର୍ଷ ମୌସୁମୀ ପ୍ରବାହ ଅସ୍ୱାଭାବିକ ରହିବ ବୋଲି ସେଭଳି କୌଣସି ସଂକେତ ଦେଖାଯାଉନି । ଆଇଏମଡିର ଗ୍ରୀଷ୍ମକାଳୀନ ପୂର୍ବାନୁମାନ ଅନୁସାରେ ମୌସୁମୀ ପାଇଁ ଅନୁକୂଳ ବାତାବାରଣ ସୃଷ୍ଟି କରୁଥିବା ଲା-ନିନା ପ୍ରଭାବ ଆସନ୍ତା ଗ୍ରୀଷ୍ମଋତୁ ଆରମ୍ଭ ହେଉ ହେଉ ଦୂର୍ବଳ ହୋଇଯିବ । ଅନ୍ୟପକ୍ଷରେ କେତେକ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ପୂର୍ବାନୁମାନ ପ୍ରକାଶ କରିଛନ୍ତି ଯେ ଏବର୍ଷ ମୌସୁମୀ ପ୍ରବାହକୁ ଦୂର୍ବଳ କରୁଥିବା ଏଲ-ନିନୋ ପ୍ରଭାବ ପୁଣି ଆରମ୍ଭ ହେବ । ଫଳରେ ଏବର୍ଷ ତାହା ଭାରତରେ ମୌସୁମୀ ପ୍ରବାହକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । କିନ୍ତୁ ଭାରତୀୟ ପାଣିପାଗ ବିଭାଗର ଅଧିକାରୀମାନେ ଏହା ସହ ଏକମତ ନାହାନ୍ତି । ଏଲ-ନିନୋ ଆଶଙ୍କା ସତ୍ତ୍ୱେ ଏବର୍ଷ ତାହାର ବିଶେଷ ପ୍ରଭାବ ପାଣିପାଗ ଉପରେ ପଡିବ ନାହିଁ । ଅର୍ଥାତ ବୃଷ୍ଟିପାତ ସ୍ୱାଭାବିକ ରହିବ । ତେବେ ଆସନ୍ତା ଦୁଇ ମାସ ମଧ୍ୟରେ ଏ ନେଇ ସ୍ଥିତି ସ୍ପଷ୍ଟ ହେବ ବୋଲି ଜଣେ ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି । ଗତକାଲି ଏକ ଅନ୍ତର୍ଜାତୀୟ ସମ୍ବାଦ ସରବରାହ ସଂସ୍ଥା ଏକ ରିପୋର୍ଟ ପ୍ରକାଶ କରିଥିଲା ଯେ ଏ ବର୍ଷ ଭାରତରେ ସ୍ୱାଭାବିକଠାରୁ କମ ବର୍ଷା ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe