image courtesy - aajtak.intoday.in
ନୂଆଦିଲ୍ଲୀ: ଚଳିତବର୍ଷ ନଭେମ୍ବରରେ ଆମେରିକାରେ ହେବ ରାଷ୍ଟ୍ରପତି ନିର୍ବାଚନ । ପୁଣି ଥରେ ଆମେରିକାର ଶାସନ କ୍ଷମତା ନିଜ କାନ୍ଧକୁ ନେବା ପାଇଁ ରଣନୀତି ସଜାଡ଼ୁଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଉ ଏଥିପାଇଁ ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଭୋଟ୍ ହାତେଇବା ପାଇଁ ଭାରତରେ ତାଙ୍କ ପାଇଁ ଆୟୋଜନ ହୋଇପାରେ ‘ହାଓଡି ମୋଦି’ ଭଳି ସ୍ବତନ୍ତ୍ର କାର୍ଯ୍ୟକ୍ରମ ।
ଗତବର୍ଷ ସେପ୍ଟେମ୍ବର ମାସରେ ଆମେରିକାର ହ୍ୟୁଷ୍ଟନ ସହରରେ ଆୟୋଜିତ ହୋଇଥିବା ‘ହାଓଡି ମୋଦି’ ଭଳି କାର୍ଯ୍ୟକ୍ରମ ସଫଳ ହେବା ପରେ ଟ୍ରମ୍ପଙ୍କ ପାଇଁ ମଧ୍ୟ ଗୁଜୁରାଟରେ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ ବୋଲି କୁହାଯାଉଛି । ଏହି କାର୍ଯ୍ୟକ୍ରମ ଆସନ୍ତା ଫେବ୍ରୁଆରିରେ ଟ୍ରମ୍ପଙ୍କ ଭାରତଗସ୍ତ ଅବସରରେ ଅହମ୍ମଦାବାଦଠାରେ ଆୟୋଜିତ ହୋଇପାରେ।
The Times of Indiaଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଲାଣି। ଟ୍ରମ୍ପଙ୍କ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ହେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଟ୍ରମ୍ପଙ୍କ ଏହି କାର୍ଯ୍ୟକ୍ରମ ପଛରେ ପ୍ରବାସୀ ଭାରତୀୟଙ୍କ ଭୋଟ୍ ବ୍ୟାଙ୍କ ହାତେଇବା ଲକ୍ଷ୍ୟ ରହିଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
Follow Us