ଜି୨୦ରେ କିଛି ସମୟ ପାଇଁ ଭେଟି ମୋଦୀଜୀଙ୍କୁ ଏହି ନିବେଦନ କଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

ଜି୨୦ରେ କିଛି ସମୟ ପାଇଁ ଭେଟି ମୋଦୀଜୀଙ୍କୁ ଏହି ନିବେଦନ କଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

news.rediff.com

ନୂଆଦିଲ୍ଲୀ: ଅଗଷ୍ଟରେ ହିମାଚଳ ଓ ଉତ୍ତରାଖଣ୍ଡକୁ କଲବଲ କରିଥିଲା ବର୍ଷା। ଭୂସ୍ଖଳନ ଓ ବନ୍ୟା ପାଇଁ ଶହ ଶହ ଲୋକଙ୍କ ଜୀବନ ଯାଇଥିଲା। ବର୍ଷାରେ ହିମାଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା କହିଥିଲେ ରାଜ୍ୟ ସରକାର। ବର୍ଷା ଯୋଗୁଁ ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ। ଏମିତିକି ସେ ହିମାଚଳ ପ୍ରଦେଶରେ ହୋଇଥିବା ବିପର୍ଯ୍ୟୟକୁ ଜାତୀୟ ବିପର୍ଯ୍ୟୟ ବୋଲି ଘୋଷଣା କରିବା ପାଇଁ କେନ୍ଦ୍ରକୁ ଅନୁରୋଧ କରିଥିଲେ। ହେଲେ ଏପର୍ଯ୍ୟନ୍ତ ତାଙ୍କ ଅନୁରୋଧ ଉପରେ ସରକାର କୌଣସି ଜବାବ ଦେଇନଥିବାରୁ ଶନିବାର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ପୁଣି ଥରେ ଏଭଳି ଅନୁରୋଧ କରିଛନ୍ତି।

ଏକମାତ୍ର କଂଗ୍ରେସ ମୁଖ୍ୟମନ୍ତ୍ରୀ ଭାବରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା ରାତ୍ରିଭୋଜନରେ ଯୋଗ ଦେଇଥିଲେ। ଏହି ସମୟରେ ସେ କିଛି ମିନିଟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ଭେଟିବା ପ‌ରେ ସେ ହିମାଚଳ ପ୍ରଦେଶରେ ହୋଇଥିବା ବିପର୍ଯ୍ୟୟକୁ ଜାତୀୟ ବିପର୍ଯ୍ୟୟ ବୋଲି ଘୋଷଣା କରିବାକୁ ଅନୁରୋଧ କରିଥିବା ଜଣାପଡ଼ିଛି।

ରବିବାର ଦିନ ଏକ୍ସରେ ଏକ ପୋଷ୍ଟ କରି ସେ କହିଛନ୍ତି: "ଜି-୨୦ ଶିଖର ସମ୍ମିଳନୀ ରାତ୍ରୀଭୋଜନ ପରେ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ସହ କଥାବାର୍ତ୍ତା ସମୟରେ ହିମାଚଳ ପ୍ରଦେଶ ବିଷୟରେ କଥା ହେବାର ସମୟ ପାଇଲି। ମୁଁ ତାଙ୍କୁ ଏକ ସ୍ବତନ୍ତ୍ର ବିପର୍ଯ୍ୟୟ ରିଲିଫ୍ ପ୍ୟାକେଜ୍ ମାଗିବା ସହ ପରିସ୍ଥିତିର ଗମ୍ଭୀରତାକୁ ଦର୍ଶାଇ ହିମାଚଳ ପ୍ରଦେଶରେ ହୋଇଥିବା ବିପର୍ଯ୍ୟୟକୁ ଜାତୀୟ ବିପର୍ଯ୍ୟୟ ବୋଲି ଘୋଷଣା କରିବା ପାଇଁ ଅନୁରୋଧ କଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe