ସ୍କୁଲ୍ ଅନଲାଇନ୍ କ୍ଲାସ୍ ପାଇଁ ଗାଇଡଲାଇନ୍ ଜାରି କଲା ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ

Advertisment
ସ୍କୁଲ୍ ଅନଲାଇନ୍ କ୍ଲାସ୍ ପାଇଁ ଗାଇଡଲାଇନ୍ ଜାରି କଲା ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ

Image Courtesy of India TV

ନୂଆଦିଲ୍ଲୀ: ସ୍କୁଲ୍ ଦ୍ବାରା ହେଉଥିବା ଅନ୍‌ଲାଇନ୍ କ୍ଲାସ୍ ପାଇଁ ମଙ୍ଗଳବାର ଦିନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଗାଇଡ୍‌ଲାଇନ୍ ଜାରି କରିଛି। ଏଥିରେ ମନ୍ତ୍ରାଳୟ ଛାତ୍ରଛାତ୍ରୀଙ୍କ ପାଇଁ ସ୍କ୍ରିନ୍ ସମୟ ନିର୍ଦ୍ଧାରଣ କରିଛି।

ଗାଇଡ୍‌ଲାଇନ୍‌ରେ କୁହାଯାଇଛି ଯେ, ପ୍ରି-ପ୍ରାଇମେରି ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍‌ଲାଇନ୍‌ କ୍ଲାସ୍ ୩୦ ମିନିଟ୍‌ରୁ ଅଧିକ ହେବା ଅନୁଚିତ। ଏଥିରେ ଅଭିଭାବକମାନଙ୍କ ସହ ଆଲୋଚନା ଏବଂ ସେମାନଙ୍କୁ ମାର୍ଗ ଦର୍ଶନ କରାଇବାରେ ୩୦ ମିନିଟ୍‌ରୁ ଅଧିକ ସମୟ ନ ଲାଗିବା ଉଚିତ।

ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ନିମନ୍ତେ ୩୦ ରୁ ୪୫ ମିନିଟ୍ ଲେଖାଏଁ ଦୁଇଟି ଅନ୍‌ଲାଇନ୍‌ ସେସନ୍ କରାଯିବା ଉଚିତ। ନବମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ୩୦ ରୁ ୪୫ ମିନିଟ୍ ସମୟ ଅବଧିର ୪ଟି ସେସନ୍ ହେବା ଉଚିତ।

ସ୍କୁଲ୍‌ମାନେ ଅନ୍‌ଲାଇନ୍ ପାଠ୍ୟକ୍ରମ ପାଇଁ ଏନ୍‌ସିଇଆର୍‌ଟି ଅଲ୍‌ଟର୍‌ନେଟିଭ୍‌ ଏକାଡେମିକ୍ କ୍ୟାଲେଣ୍ଡର୍‌ ଅନୁସରଣ କରିବା ଉଚିତ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe