ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ରମେଶ ପୋଖରିଆଲ ନିଶଙ୍କ

ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ରମେଶ ପୋଖରିଆଲ ନିଶଙ୍କ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବୁଧବାର ବଡ଼ ପରିବର୍ତ୍ତନ ହେବ ବୋଲି କୁହାଯାଉଛି। ଏହା ପୂର୍ବରୁ ମନ୍ତ୍ରିମଣ୍ଡଳରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବିଦା ହେବା ନେଇ ଚର୍ଚ୍ଚା ଜୋର ଧରିଛି।

ତେବେ କିଛି ଦିନ ତଳେ ପୋଖରିୟାଲ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେ ସେ କରୋନା ଜନିତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ସେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ରହିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ତେଣୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ନିଷ୍ପତ୍ତି ହୋଇଥିଲା ବୋଲି କୁହାଯାଉଛି।

ସେହିପରି ବରେଲିର ଏମପି ତଥା କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ମଧ୍ୟ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ନେଇ ସୂଚନା ମିଳୁଛି । ଏହାସହ ସାର ଓ ରସାୟନିକ ମନ୍ତ୍ରୀ ସଦାନନ୍ଦ ଗୌଡ ମଧ୍ୟ ମନ୍ତ୍ରିମଣ୍ଡଳରୁ ହଟି ଯାଇଥିବା କୁହାଯାଉଛି। ପଶ୍ଚିମବଙ୍ଗରୁ ସାଂସଦ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଦେବଶ୍ରୀ ଚୌଧୁରୀ ମଧ୍ୟ ଇସ୍ତଫା ଦେଇଥିବା ସୂଚନା ମିଳୁଛି। ପଶ୍ଚିମବଙ୍ଗରୁ ଏଥର ମନ୍ତ୍ରିମଣ୍ଡଳରେ ନୂଆ ଚେହେରାଙ୍କୁ ସ୍ଥାନ ମିଳିପାରେ । ତେବେ ଆହୁରି ଅନେକ ନୂଆ ଚେହେରାଙ୍କୁ ନେଇ ଚର୍ଚ୍ଚା ଜୋର ଧରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe