ରିକ୍ସା ଭଡ଼ା ନଦେବା ପାଇଁ ପ୍ରଥମେ ପରସ୍ପର ସହ ଝଗଡ଼ା କଲେ, ପରେ ଦୌଡ଼ି ପଳାଇଲେ ଦମ୍ପତି

Advertisment
ରିକ୍ସା ଭଡ଼ା ନଦେବା ପାଇଁ ପ୍ରଥମେ ପରସ୍ପର ସହ ଝଗଡ଼ା କଲେ, ପରେ ଦୌଡ଼ି ପଳାଇଲେ ଦମ୍ପତି

ନୂଆଦିଲ୍ଲୀ: ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଅନେକ ମାଧ୍ୟମ ରହିଛି। ବସ୍, କାର୍ ଅଟୋ, ରିକ୍ସା ଇତ୍ୟାଦି ଭଡ଼ାରେ ନେଇ ଲୋକେ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥାନ୍ତି। ଏହା ଦ୍ବାରା ଆପଣଙ୍କର କାମ ହେବା ସହ ବସ୍, କାର୍ ଅଟୋ, ରିକ୍ସା ଇତ୍ୟାଦି ଚଳାଉଥିବା ଚାଳକର ଘର ଚଳେ। ହେଲେ ଯଦି କେହି ଯାତ୍ରା କରିବା ପରେ ଚାଳକକୁ ତା’ର ପାରିଶ୍ରମିକ ନଦିଏ, ତେବେ ତାକୁ ଆପଣ କ’ଣ କହିବେ। ଏଭଳି ପ୍ରଶ୍ନ ଆମେ ଅପଣଙ୍କୁ କାହିଁକି ପଚାରୁଛୁ ବୋଲି ଆପଣ ଭାବୁଥିବେ। ହେଲେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଏଭଳି ପ୍ରଶ୍ନ କରିବାକୁ ବାଧ୍ୟ କରିଛି।

ଘଟଣାଟି କେବେକାର ଏବଂ କେଉଁ ସ୍ଥାନର ତାହା ଜଣାପଡ଼ିନଥି‌ଲେ ବି ଜଣେ ଦମ୍ପତି ରିକ୍ସା ଭଡ଼ା ନଦେବା ପାଇଁ କେତେ ତଳକୁ ଖସିଯାଇଛନ୍ତି, ତାହା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, କିଛି ବାଟ ଆସିବା ପରେ ରିକ୍ସାରେ ବସିଥିବା ମହିଳା, ନିଜ ସ୍ବାମୀଙ୍କ ଚୁଟି ଟାଣିବା ଆରମ୍ଭ କରୁଛନ୍ତି। ଏହା ପରେ ତାଙ୍କୁ ମାଡ଼ ମାରୁଛନ୍ତି। ପରେ ଦୁହେଁ ତଳକୁ ଓହ୍ଲାଇ ପଡ଼ିବା ପରେ ଝଗଡ଼ା କରି ଆଗକୁ ଦୌଡ଼ି ପଳାଉଛନ୍ତି। ଦୁହିଁଙ୍କ ଝଗଡ଼ା ଦେଖି ରିକ୍ସା ଚାଳକ ତାଙ୍କୁ ଭଡ଼ା ମାଗିପାରୁନାହାନ୍ତି। ଏହା ସହ ଦମ୍ପତି ବି ରିକ୍ସା ଚାଳକଙ୍କୁ ଟଙ୍କା ନଦେଇ ସେଠାରୁ ଚାଲି ଯାଉଛନ୍ତି। ଏଭଳି ଭିଡିଓ ଦେଖିବା ପରେ, ଭଡ଼ା ନଦେବା ପାଇଁ ଦୁହେଁ ଏଭଳି ନାଟକ କରିଥିବା ଲୋକେ କହିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe