ଗାଡ଼ି ସହ ପିଟି ହୋଇ ତେଲ ଟ୍ୟାଙ୍କର ଫାଟିଲା; ୫୦ ଜୀବନ୍ତ ଦଗ୍ଧ, ନିଆଁରେ ଜଳି ୧୦୦ ଗୁରୁତର

Advertisment
ଗାଡ଼ି ସହ ପିଟି ହୋଇ ତେଲ ଟ୍ୟାଙ୍କର ଫାଟିଲା; ୫୦ ଜୀବନ୍ତ ଦଗ୍ଧ, ନିଆଁରେ ଜଳି ୧୦୦ ଗୁରୁତର

ମାତାଦି: କଙ୍ଗୋ ଡେମୋକ୍ରାଟିକ୍‌ ରିପବ୍ଲିକ୍‌ରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଏକ ଗାଡ଼ି ସହ ତେଲ ଟ୍ୟାଙ୍କର ଧକ୍କା ହେବା ଫଳରେ ୫୦ରୁ ଊର୍ଦ୍ଧ୍ୱ ଲୋକ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ତେଲ ଟ୍ୟାଙ୍କର ସହ ଗାଡ଼ି ଧକ୍କା ହେବା ପରେ ଟ୍ୟାଙ୍କରଟି ଅଗ୍ନିପିଣ୍ଡୁଳା ପାଲଟି ଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୧୦୦ ଜଣ ନିଆଁରେ ଜଳି ଯାଇ ଗୁରୁତର ଅଛନ୍ତି।

କଙ୍ଗୋ କେନ୍ଦ୍ରୀୟ ପ୍ରାନ୍ତର ଡେପୁଟି ଗଭର୍ଣ୍ଣର ଅଟାଉ ମତୁବୁଆନା ନକୁଲକି କହିଛନ୍ତି, ‘ପୀଡ଼ିତାମାନଙ୍କୁ ଯେଉଁ ପ୍ରକାରର ସାହାଯ୍ୟ କରାଯାଇ ପାରିବ ସେ ନେଇ କର୍ତ୍ତୃପକ୍ଷ ନିଜର କାମ ଆରମ୍ଭ କରିଛନ୍ତି। ରାଜଧାନୀରୁ ୧୩୦ କିଲୋମିଟର ଦୂରରେ ଥିବା ମୁବା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି।’

ଏବେ ସୁଦ୍ଧା ୫୦ ଲୋକଙ୍କର ମୃତ୍ୟୁ ଘଟିଥିବା ଆମ ନିକଟରେ ରିପୋର୍ଟ ରହିଛି। ଏହାବ୍ୟତୀତ ୧୦୦ ଜଣ ଜଳି ଯାଇ ଗୁରୁତର ଅଛନ୍ତି ବୋଲି ଡେପୁଟି ଗଭର୍ଣ୍ଣର କହିଛନ୍ତି।

ଯୁଦ୍ଧର ଅନେକ ବର୍ଷ ପରେ ବି କେନ୍ଦ୍ରୀୟ ଆଫିକ୍ରାର ରାସ୍ତାଗୁଡ଼ିକର ଅବସ୍ଥା ଆଦୌ ବି ଭଲ ନାହିଁ। ଏହା ପ୍ରଥମ ଥର ନୁହେଁ। ପୂର୍ବରୁ ବି ୨୦୧୦ ମସିହାରେ ରାସ୍ତା ମଝିରେ ଏକ ତେଲ ଟାଙ୍କି ଫାଟି ୨୩୦ ଲୋକଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe