ଦିଲ୍ଳୀ ବିଜେପି ମହିଳା ମୁଖପାତ୍ରଙ୍କ ନାମରେ ସୋସିଆଲ୍‌ ମିଡିଆରେ ଅଶାଳୀନ ଭିଡିଓ ଭାଇରାଲ୍‌ ଘଟଣାରେ ମାମଲା ରୁଜୁ

Advertisment
ଦିଲ୍ଳୀ ବିଜେପି ମହିଳା ମୁଖପାତ୍ରଙ୍କ ନାମରେ ସୋସିଆଲ୍‌ ମିଡିଆରେ ଅଶାଳୀନ ଭିଡିଓ ଭାଇରାଲ୍‌ ଘଟଣାରେ ମାମଲା ରୁଜୁ

www.ndtv.com

ନୂଆଦିଲ୍ଳୀ: ଦିଲ୍ଳୀ ବିଜେପିର ମହିଳା ମୁଖପାତ୍ରଙ୍କ ନାମରେ ସୋସିଆଲ୍‌ ମିଡିଆରେ ଏକ ଅଶାଳୀନ ଭିଡିଓ ଭାଇରାଲ୍‌ ହେବା ଘଟଣାରେ ଜଣେ ଅଜଣା ବ୍ୟକ୍ତିଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। ସୋସିଆଲ୍‌ ମିଡିଆରେ ମହିଳା ମୁଖପାତ୍ରଙ୍କ ନାମରେ ଏକ ଅଶାଳୀନ ଭିଡିଓ ଘୂରି ବୁଲୁଛି। ମାତ୍ର ଏହି ଭାଇରାଲ୍‌ ଭିଡିଓଟି ମହିଳା ମୁଖପାତ୍ରଙ୍କର ନୁହେଁ। ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ସହ ଦଳକୁ ବଦନାମ କରିବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି ଭାରତୀୟ ଜନତା ପାର୍ଟିର ଦିଲ୍ଳୀ ୟୁନିଟ୍‌ ଏ ନେଇ ଅଭିଯୋଗ ଆଣିବା ପ‌ରେ ଘଟଣାଟି ଲୋକଲୋଚନକୁ ଆସିଛି।

ଦିଲ୍ଳୀ ପୁଲିସ୍‌ର ସାଇବର୍‌ ସେଲ୍‌ ଏହି ଘଟଣାରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ବିଜେପି ପକ୍ଷରୁ ହୋଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି ଯେ ଏକ ୱେବ୍‌ସାଇଟ୍‌ରେ ଜଣେ ମହିଳାଙ୍କର ଏକ ଅଶାଳୀନ ଭିଡିଓ ଅପ୍‌ଲୋଡ କରାଯାଇଛି। ସେହି ମହିଳା ଜଣକ ବିଜେପି ମୁଖପାତ୍ର ବୋଲି ସେଥିରେ ଉଳ୍ଲେଖ କରାଯାଇଛି।

ଅଭିଯୋଗ ହେବା ପରେ ଦିଲ୍ଳୀ ପୁଲିସ୍‌ର ସାଇବର୍‌ ସେଲ୍‌ ଆଇପିସିର ଧାରା ୩୫୪ ଏ, ୫୦୯  ଏବଂ ଏକ ଆଇଟି ଆକ୍ଟ ଜରିିଆରେ ତଦନ୍ତ କରୁଛି। ମୁଖପାତ୍ର ଜଣକ ଅଭିଯୋଗ ଆଣିଛନ୍ତି ଯେ କେହି ତାଙ୍କୁ ବଦ୍‌ନାମ କରିବାକୁ ଏପରି କରିଛି। ଘଟଣାଟି ସଂପର୍କରେ ତାଙ୍କର ଜଣେ ବନ୍ଧୁ ତାଙ୍କୁ ଫୋନ୍‌ କରି ଜଣାଇବା ପରେ ସେ ଶନିବାର ଦିନ ଏ ସଂପର୍କରେ ଜାଣିବାକୁ ପାଇଲେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe