‘ଭାରତରେ ଏଯାଏ କେହି ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି’

Advertisment

ମଙ୍କିପକ୍ସକୁ ନେଇ ପୂରା ବିଶ୍ବ ଭୟଭୀତ ଥିବା ବେଳେ ଭାରତରେ ଏଯାଏ କେହି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ଓ ମଙ୍କିପକ୍ସ ପାଇଁ ସମସ୍ତ ଆଗୁଆ ସତର୍କତା ଅବଲମ୍ବନ କରାଯାଇଛି ବୋଲି ସ୍ପଷ୍ଟ କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ।

ମଙ୍କିପକ୍ସକୁ ନେଇ ପୂରା ବିଶ୍ବ ଭୟଭୀତ ଥିବା ବେଳେ ଭାରତରେ ଏଯାଏ କେହି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ଓ ମଙ୍କିପକ୍ସ ପାଇଁ ସମସ୍ତ ଆଗୁଆ ସତର୍କତା ଅବଲମ୍ବନ କରାଯାଇଛି ବୋଲି ସ୍ପଷ୍ଟ କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ।

 perfectusbiomed.com

ନୂଆଦିଲ୍ଲୀ: ମଙ୍କିପକ୍ସକୁ ନେଇ ସାରା ବିଶ୍ବରେ ଏବେ ଭୟର ଆତଙ୍କ ସୃଷ୍ଟି ହୋଇଥବା ବେଳେ ଭାରତରେ ଏଯାଏ କେହି ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇନାହାନ୍ତି ବୋଲି କହିଛନ୍ତି ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର।

କରୋନା ପରେ ମଙ୍କିପକ୍ସ ଏବେ ସଭିଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ବିମାନବନ୍ଦରଗୁଡ଼ିକରେ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ କଡ଼ାକଡ଼ି ପରୀକ୍ଷା କରାଯାଉଛି। ମଙ୍କିପକ୍ସ ସହ ମୁକାବିଲା କରିବାକୁ ସ୍ବାସ୍ଥ୍ୟ ବିଭାଗ ପୂରା ସତର୍କ ବୋଲି ବିଜୟ ମହାପାତ୍ର ଲୋକଙ୍କୁ ଆଶ୍ବସ୍ତ କରାଇଛନ୍ତି। ଏହାଛଡ଼ା କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ର ସୋମବାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଏକ ପରାମର୍ଶ ପତ୍ର ଜାରି କରିଛନ୍ତି। 

ତେବେ ରବିବାର ଦିନ ଜଣେ ବ୍ୟକ୍ତିଙ୍କ ଶରୀରରେ ମଙ୍କିପକ୍ସ ଚିହ୍ନଟ ହୋଇଥିବା ସନ୍ଦେହରେ ତାଙ୍କୁ ସଂଗରୋଧରେ ରଖାଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ମଙ୍କିପକ୍ସ ଏକ ସଂକ୍ରମଣାତ୍କକ ରୋଗ ହୋଇଥିବାରୁ ଏହି ରୋଗ ଦ୍ବାରା ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ନଆସିବାକୁ ପରାମର୍ଶରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe