ପତ୍ନୀଙ୍କୁ ଆଲିଙ୍ଗନ କରି ଇଡି କାର୍ଯ୍ୟାୟଳକୁ ଗଲେ ରବର୍ଟ ଭଦ୍ରା

 ଜମି ହଡ଼ପ ମାମଲାରେ ଦ୍ୱିତୀୟ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ପହଞ୍ଚିଥିଲେ ରବର୍ଟ ଭଦ୍ରା। ତାଙ୍କ ସହ ଥିଲେ ପତ୍ନୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା।

ୗୀୀିୂଜୂିାଳ

ନୂଆଦିଲ୍ଲୀ:  ଜମି ହଡ଼ପ ମାମଲାରେ ଦ୍ୱିତୀୟ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ପହଞ୍ଚିଥିଲେ ରବର୍ଟ ଭଦ୍ରା। ତାଙ୍କ ସହ ଥିଲେ ପତ୍ନୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ସେ ତାଙ୍କ ପତ୍ନୀ ପ୍ରିୟଙ୍କାଙ୍କୁ ବାହାଲେ ଆଲିଙ୍ଗନ କରି ଇଡି କାର୍ଯ୍ୟାଳୟ ଭିତରକୁ ଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। 

ଭଦ୍ରା ଜଣେ ବ୍ୟବସାୟୀ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭିଣୋଇ। ୨୦୦୮ ମସିହାରେ ହରିଆଣା ଜମି ଚୁକ୍ତି ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ତାଙ୍କର ପଚରାଉଚରା ପାଇଁ ଇଡି ସମ୍ମୁଖରେ ହାଜର ହେଉଛନ୍ତି।

ମଙ୍ଗଳବାର ତାଙ୍କୁ ପ୍ରାୟ ପାଞ୍ଚ ଘଣ୍ଟା ପଚରାଉଚରା କରାଯାଇଥିଲା ଏବଂ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍‌ଏଲ୍‌ଏ) ଅଧୀନରେ ସଂଘୀୟ ତଦନ୍ତ ସଂସ୍ଥା ଦ୍ୱାରା ତାଙ୍କ ବୟାନ ରେକର୍ଡ କରାଯାଇଥିଲା।

ଗତ କାଲି ଜେରା ପରେ ଗଣମାଧ୍ୟମରେ ମତ ରଖି ଭଦ୍ରା କହିଥିଲେ, ‘‘ଏହି ମାମଲାରେ କିଛି ନୂଆ‌ ନାହିଁ। ମୋତେ ଏହି ମାମଲା‌ରେ ୧୫ ଥର ସମନ କରାଗଲାଣି ଏବଂ ପ୍ରତିଥର ମତେ ୧୦ ଘଣ୍ଟାରୁ ଅଧିକ ସମୟ ଜେରା ପାଇଁ ରଖାଯାଉଛି।  ସେମାନେ  ପୁଣିଥରେ ସମାନ କାଗଜପତ୍ର ମାଗୁଛନ୍ତି।’’ ଜେରା ପୂର୍ବରୁ ଭଦ୍ରା କହିଥିଲେ ଏହା ହେଉଛି ପ୍ରତିଶୋଧମୂଳକ ରାଜନୀତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe