ନୂଆଦିଲ୍ଲୀ: ଆଜି ପୃଥିବୀ ପାଖ ଦେଇ ୯୧ ମିଟର ଓସାରବିଶିଷ୍ଟ ଖଣ୍ଡେ ପ୍ରକାଣ୍ଡ ଗ୍ରହାଣୁ ପୃଥିବୀ ପାଖ ଦେଇ ଅତିକ୍ରମ କରିବ ବୋଲି ‘ଦି ଇଣ୍ଡିପେଣ୍ଡେଣ୍ଟ୍’ ସମ୍ବାଦପତ୍ର ରିପୋର୍ଟ କରିଛି।
ବିପଦ ସୃଷ୍ଟି କରିବାର ସମ୍ଭାବନା ଥିବା ୧୬୦ ମିଟର୍ ବ୍ୟାସର ଏହି ବିଶାଳ ପଥରଖଣ୍ଡ ‘୨୦୧୩ ଡବ୍ଲୁଭି୪୪’ର ଗତି ଉପରେ ଆମେରିକୀୟ ମହାକାଶ ସଂସ୍ଥାନ ‘ନାସା’ ଦୃଷ୍ଟି ରଖିଛି। ‘ନାସା’ର ‘ନିୟର୍-ଆର୍ଥ ଅବ୍ଜେକ୍ଟ୍ ଷ୍ଟଡିଜ୍’ କହିଛି ଯେ, ଏହି ଗ୍ରହାଣୁ ୩.୩ ନିୟୁତ କିଲୋମିଟର୍ ବ୍ୟବଧାନରେ ପୃଥିବୀ ପୃଷ୍ଠ ପାଖ ଦେଇ ଅତିକ୍ରମ କରିବ। ପରସ୍ପରକୁ ଅତିକ୍ରମ କରୁଥିବା ମହାଜାଗତିକ ବସ୍ତୁ କ୍ଷେତ୍ରରେ ଏହି ଦୂରତ୍ବ ଖୁବ୍ କମ୍ ହୋଇଥିଲେ ବି ଏଥିଯୋଗୁଁ ପୃଥିବୀ ପ୍ରତି କୌଣସି ବିପଦ ନାହିଁ।
Image Courtesy of First Post୨୦୧୩ରେ ପ୍ରଥମେ ‘ନାସା’ଦ୍ବାରା ଆବିଷ୍କୃତ ଏହି ଗ୍ରହାଣୁ ସେକେଣ୍ଡ୍ପ୍ରତି ୧୧.୮ କିଲୋମିଟର୍ ବେଗରେ ଅର୍ଥାତ ଶଦ୍ଦର ଗତି ବେଗଠାରୁ ପ୍ରାୟ ୩୪ଗୁଣ ଅଧିକ ବେଗରେ ଗତି କରୁଛି ବୋଲି ଜ୍ୟୋତିର୍ବିବିଜ୍ଞାନୀମାନେ କହିଛନ୍ତି।
ଭାରତୀୟ ସମୟ ଦିନ ୧.୩୦ରେ ଏହି ଗ୍ରହାଣୁ ପୃଥିବୀ ପୃଷ୍ଠର ଅତି ନିକଟତର ହୋଇ ଗତି କରିବ ବୋଲି ‘ଦି ଇଣ୍ଡିପେଣ୍ଡେଣ୍ଟ୍’ ରିପୋର୍ଟ କରିଛି।
ଉଲ୍ଲେଖଯୋଗ୍ୟ, ବସ୍ ଆକାରର ଆଉ ଖଣ୍ଡେ ଗ୍ରହାଣୁ ପୃଥିବୀ ପାଖ ଦେଇ ଅତିକ୍ରମ କରିଯିବ ବୋଲି ଅଳ୍ପଦିନ ପୂର୍ବେ ‘ନାସା’ ସତର୍କ ସୂଚନା ଜାରି କରିଥିଲା। ‘ନାସା’ ସୂଚନା ଅନୁସାରେ, ୨୦୨୩ ଜେଏଲ୍୧’ ନାମକ ୩୯ ଫୁଟ୍ର ଉକ୍ତ ଗ୍ରହାଣୁ ୨,୪୯୦,୦୦୦ କିଲୋମିଟର୍ ଦୂରରେ ଥାଇ ପୃଥିବୀ ଅତିକ୍ରମ କରିବ। ଘଣ୍ଟା ପ୍ରତି ଏହାର ବେଗ ହେଉଛି ୨୬,୩୧୬ କିଲୋମିଟର୍।
Follow Us