ଚେନ୍ନାଇ-ମାଙ୍ଗାଲୋର୍‌ ସୁପର୍‌ଫାଷ୍ଟ୍‍ ଏକ୍ସ୍‍ପ୍ରେସ୍‌ରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

Advertisment
ଚେନ୍ନାଇ-ମାଙ୍ଗାଲୋର୍‌ ସୁପର୍‌ଫାଷ୍ଟ୍‍ ଏକ୍ସ୍‍ପ୍ରେସ୍‌ରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

Image Courtesy of The Hindustan Times

କୋଝିକୋଡ଼: ଚେନ୍ନାଇ-ମାଙ୍ଗାଲୋର୍‌ ସୁପର୍‌ଫାଷ୍ଟ୍‍ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ‘ରେଳବାଇ ସୁରକ୍ଷା ବଳ’ର ଏକ ସ୍ୱତନ୍ତ୍ର ସ୍କ୍ଵାଡ୍‌ ଶୁକ୍ରବାର ଦିନ ‘ଜେଲାଟିନ୍‌ ଷ୍ଟିକ୍‌’ ଓ ‘ଡିଟୋନେଟର୍‌’ ସମେତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଜବତ ସାମଗ୍ରୀରେ ରହିଛି ୧୧୭ଟି ଜେଲାଟିନ୍‌ ଷ୍ଟିକ୍‌ ଓ ୩୫୦ଟି ‘ଡିଟୋନେଟୋର୍‌’।

‘ରେଳବାଇ ସୁରକ୍ଷା ବଳ’ ସୂତ୍ରରୁ ଜଣାପଡ଼ିଛି ଯେ, ବିସ୍ଫୋରକ ସମାଗ୍ରୀପୂର୍ଣ୍ଣ ବ୍ୟାଗ୍‌ଟି କମ୍ପାର୍ଟମେଣ୍ଟ୍‌ ନମ୍ବର ଡି-୧ର ଏକ ସିଟ୍‌ ତଳେ ଲୁଚାଯାଇଥିଲା। ସେହି ସିଟ୍‌ରେ ବସିଥିବା ଚେନ୍ନାଇର ଜଣେ ମହିଳା ଯାତ୍ରୀଙ୍କୁ ପଚରାଉଚୁରା ନିମନ୍ତେ ହାଜତକୁ ନିଆଯାଇଛି। ଦଳେ ପୁଲିସ ଏହି ମାମଲାର ଆହୁରି ଅଧିକ ତଦନ୍ତ କରିବ।

publive-image Image Courtesy of Hindustan Times

‘ରେଳବାଇ ସୁରକ୍ଷା ବଳ’ ସ୍କ୍ଵାଡ୍‌ର ସଦସ୍ୟମାନେ କହିଛନ୍ତି, ଏହି ସାମଗ୍ରୀ ସବୁ ପରିବହନ କରିବାରେ ଉକ୍ତ ମହିଳାଙ୍କର କୌଣସି ସମ୍ପୃକ୍ତି ଅଛି କି, ନାହିଁ ସେମାନେ ଏପର୍ଯ୍ୟନ୍ତ ସୁନିଶ୍ଚିତ ନୁହନ୍ତି। ତାଙ୍କୁ ପଚରାଉଚୁରା କରିବା ଲାଗି ବରିଷ୍ଠ ପୁଲିସ ଅଧିକାରୀମାନେ ମଧ୍ୟ ପହଞ୍ଚିଛନ୍ତି। ମହିଳାଜଣକ ଚେନ୍ନାଇରୁ ତାଲାସେରି ଅଭିମୁଖେ ଯାଉଥିଲେ। ଜେରା ପରେ ଅଧିକ ତଥ୍ୟ ଜଣାପଡ଼ିବ।

ତିରୁର ଏବଂ କୋଝିକୋଡ଼ ମଧ୍ୟରେ ଯାତାୟାତ କରୁଥିବା ଏହି ଟ୍ରେନ୍‌ରେ ଅଚାନକ ତନଖି କରୁଥିବା ସମୟରେ ଏହି ସନ୍ଦିଗ୍ଧ ବ୍ୟାଗ୍‌ଟି ‘ଆର୍‌ପିଏଫ୍‌ କ୍ରାଇମ୍‌ ପ୍ରିଭେନ୍‌ସନ୍‌ ଆଣ୍ଡ୍‌ ଡିଟେକ୍‌ସନ୍‌ ସ୍କ୍ଵାଡ୍‌’ଙ୍କ ଦୃଷ୍ଟିରେ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe