କେବେ ସିନେ ତାରକାଙ୍କ ପାଇଁ ତ କେବେ କ୍ରିକେଟ୍ ତାରକାଙ୍କ ପାଇଁ... ଫ୍ୟାନଙ୍କ ଭିଡରୁ ଦଳାଚକଟା...

କେବେ ସିନେ ତାରକାଙ୍କ ପାଇଁ ତ କେବେ କ୍ରିକେଟ୍ ତାରକାଙ୍କ ପାଇଁ ଭିଡ ଲଗାନ୍ତି ପ୍ରଶଂସକ । ନିଜ ପସନ୍ଦର ସୁପରଷ୍ଟାର ହୁଅନ୍ତୁ ନା ପସନ୍ଦର କ୍ରିକେଟରଙ୍କୁ ଭେଟିବାକୁ, ତାଙ୍କର ଟିକେ ଝଲକ ପାଇବାକୁ ଏବଂ ତାଙ୍କ ସହ ସେଲ୍ଫି ନେବାକୁ ଏବେ ଭାରି ଉତ୍ସାହିତ ପ୍ରଶଂସକ । ତେଣୁ ଉତ୍ସାହ ବେଳେବେଳେ ଅଘଟଣ ଘଟେ

fans crowd

Photograph: (SAMBAD.IN )

ନୂଆଦିଲ୍ଲୀ: କେବେ ସିନେ ତାରକାଙ୍କ ପାଇଁ ତ କେବେ କ୍ରିକେଟ୍ ତାରକାଙ୍କ ପାଇଁ ଭିଡ ଲଗାନ୍ତି ପ୍ରଶଂସକ । ନିଜ ପସନ୍ଦର ସୁପରଷ୍ଟାର ହୁଅନ୍ତୁ ନା ପସନ୍ଦର କ୍ରିକେଟରଙ୍କୁ ଭେଟିବାକୁ, ତାଙ୍କର ଟିକେ ଝଲକ ପାଇବାକୁ ଏବଂ ତାଙ୍କ ସହ ସେଲ୍ଫି ନେବାକୁ ଏବେ ଭାରି ଉତ୍ସାହିତ ପ୍ରଶଂସକ । ତେଣୁ ଉତ୍ସାହ ବେଳେବେଳେ ଅଘଟଣ ଆଣେ, ଦଳଚକଟାର କାରଣ ସାଜେ । ଆଜି ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟର ବିରାଟ କୋହଲିଙ୍କ ପାଇଁ ଅସମ୍ଭାଳ ଭିଡ ହୋଇଥିବା ବେଳେ ଗତବର୍ଷ ଅର୍ଥାତ ଗତ ଡିସେମ୍ବର ୪ ତାରିଖରେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଭେଟିବାକୁ ତାଙ୍କ ପ୍ରିମିୟର ସୋ’ରେ ଅସମ୍ଭାଳ ଭିଡ ଦଳାଚକଟାରେ ପରିଣତ ହୋଇଥିଲା ।

fans

ତେବେ ଦୀର୍ଘ ୧୨ ବର୍ଷ ପରେ ବିରାଟ ରଣଜୀ ଖେଳିବାକୁ ମୈଦାନକୁ ଓହ୍ଲାଇଥିବା ବେଳେ ତାଙ୍କୁ ଦେଖିବାକୁ ପ୍ରଶଂସକଙ୍କ ଭିଡ ଜମିଥିଲା । ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ ବାହାରେ ବିରାଟଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ସହ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରଶଂସକମାନେ ସେମାନଙ୍କର ପ୍ରିୟ ତାରକାଙ୍କୁ ଦେଖିବା ପାଇଁ ଉତ୍ସାହିତ ଥିଲେ ଏବଂ ବହୁ ସଂଖ୍ୟାରେ ସେ ସ୍ଥାନକୁ ଆସିଥିଲେ। କିନ୍ତୁ ପ୍ରବଳ ଲୋକ ଭିଡ଼ ‌ହେତୁ ପ୍ରଶଂସକମାନେ ଆହତ ହୋଇଥିଲେ । ଫାଟକ ପାଖରେ କିଛି ପ୍ରଶଂସକ ଆହତ ହୋଇ ତଳ ପଡ଼ି ଯାଇଥିଲେ । ଏଥିସହ ଏକ ପୁଲିସ ବାଇକ୍ ଏହି ଭିଡ଼ ଭିତରେ କ୍ଷତିଗ୍ରସ୍ତ ହୋଇଛି ଏବଂ ଅନେକ ସେମାନଙ୍କ ଜୋତା ପଛରେ ଛାଡ଼ି ଆଗକୁ ମାଡ଼ି ଯାଇଥିଲେ।  ଏହି ବିଶୃଙ୍ଖଳାରେ ଏକାଧିକ ଆହତ ହୋଇଥିବା ସୂଚନା ରହିଛି।

ସେପଟେ ଡିସେମ୍ବର ୪, ୨୦୨୪ ଦିନ ବିଗ୍ ବିଜେଟ୍ ସିନେମା ପୁଷ୍ପା-୨ର ପ୍ରିମିୟର ସୋ’ରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଦେଖିବାକୁ ମଧ୍ୟ ପ୍ରଶଂସକଙ୍କ ଭିଡ ଲାଗିଥିଲା । ଆଉ ପୁଷ୍ପା-୨ ଚଳଚ୍ଚିତ୍ରର ପ୍ରଥମ ସ୍କ୍ରିନିଂ ସମୟରେ ଅଲ୍ଲୁ ଅର୍ଜୁନଙ୍କ ଉପସ୍ଥିତିରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟା ହୋଇଥିଲା । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ନାବାଳକ ପୁଅ ଗୁରୁତର ହୋଇଥିଲା ।  ପରେ ଏହି ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା ଏବଂ ତାଙ୍କୁ ଜାମିନ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe