ସମ୍ଭଲ ଅଭିମୁଖେ ଯାତ୍ରା ବେଳେ ରାହୁଲ ଓ ପ୍ରିୟଙ୍କାଙ୍କୁ ଅଧାରୁ ଅଟକାଇଲା ପୁଲିସ୍‌

ଉତ୍ତରପ୍ରଦେଶର ସମ୍ଭଲ ଅଭିମୁଖେ ଯାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଦିଲ୍ଲୀ ଏବଂ ନୋଏଡା ମଧ୍ୟରେ ଥିବା ଗାଜୀପୁର ସୀମାରେ ଅଟକାଇ ଦିଆଯାଇଛି। ଯାହାଫଳରେ ଏକ ହାଇ ଭୋଲ୍‌ଟେଜ୍‌ ଡ୍ରାମା ଦେଖିବାକୁ ମିଳିଛି। 

 The Federal

ନୂଆଦିଲ୍ଲୀ:ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ସମ୍ଭଲ ଯାତ୍ରା ପାଇଁ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ବହାରି ଯାଇଥିଲେ ବି ଯାତ୍ରା କରିବାରେ ସଫଳ ହୋଇନାହାନ୍ତି। 

ଉତ୍ତରପ୍ରଦେଶର ସମ୍ଭଲ ଅଭିମୁଖେ ଯାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଦିଲ୍ଲୀ ଏବଂ ନୋଏଡା ମଧ୍ୟରେ ଥିବା ଗାଜୀପୁର ସୀମାରେ ଅଟକାଇ ଦିଆଯାଇଛି। ଯାହାଫଳରେ ଏକ ହାଇ ଭୋଲ୍‌ଟେଜ୍‌ ଡ୍ରାମା ଦେଖିବାକୁ ମିଳିଛି। 

ତାଙ୍କ ଗାଡ଼ିକୁ ସୀମାରେ ଅଟକାଯିବା ପ‌ରେ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ନେତାମାନେ ଗାଡିରୁ ବାହାରି ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତା’ପରେ ବି ରାହୁଲଙ୍କୁ ଆଗକୁ ବଢ଼ିବାକୁ ଅନୁମତି ମିଳିଲା ନାହିଁ। 

ସୀମାରେ ପ୍ରବଳ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। ​​କାରଣ ପୁଲିସ ରାଜପଥକୁ ଅବରୋଧ କରିବାରୁ ଟ୍ରାଫିକ୍ ଜାମ୍ ହୋଇଥିଲା। ରାସ୍ତାରେ ବ୍ୟାରିକେଡ୍ ରଖାଯାଇ ଟ୍ରାଫିକ୍ ଅଟକା ଯାଇଥିଲା। ଏପଟେ ସ୍ଲୋଗାନ ଦେଇ କଂଗ୍ରେସ କର୍ମୀମାନେ ବ୍ୟାରିକେଡ୍ ଉପରକୁ ଚଢ଼ିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା।

କଂଗ୍ରେସ ନେତାମାନେ ସକାଳ ପ୍ରାୟ ୧୦.୧୫ରେ ଦିଲ୍ଲୀ ଛାଡି ୧୧ଟା ସମୟରେ ସୀମାରେ ପହଞ୍ଚିଥିଲେ। ହେଲେ ସେମାନଙ୍କର ଦଳ ଆଉ ଆଗକୁ ଯାଇପାରିଲା ନାହିଁ।

ସେମାନଙ୍କୁ ଅବରୋଧ କରାଯିବା ପରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଟ୍ୱିଟ୍ କରି କହିଛନ୍ତି ଯେ ‘‘ଆମ ଦେଶରେ ଶାନ୍ତି ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଦୃଷ୍ଟିରେ ରଖି ଆମେ ପୀଡିତଙ୍କ ପରିବାରକୁ ଭେଟିବାକୁ ସ୍ଥିର କରିଛୁ। ୟୁପି ସରକାର ଆମ ପ୍ରତିନିଧୀଙ୍କୁ ସମ୍ଭଲ ପରିଦର୍ଶନ କରିବାକୁ ଅନୁମତି ଦେବା ଉଚିତ୍‌।’’

ଉଲ୍ଲେଖଯୋଗ୍ୟ, ସମ୍ଭଲରେ ବାହାର ଲୋକଙ୍କ ପ୍ରବେଶ ଉପରେ ଉତ୍ତରପ୍ରଦେଶ ପ୍ରଶାସନ କଟକଣା ଲଗାଇଛନ୍ତି। ଆସନ୍ତା ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ସମ୍ଭଲକୁ କୌଣସି ବାହାର ଲୋକ ପ୍ରବେଶ କରିପାରିବେନି ବୋଲି ଉତ୍ତରପ୍ରଦେଶ ପ୍ରଶାସନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe