ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ସୁନାମି ସତର୍କ ସୂଚନା ଜାରି; ୨ ମୃତ, ୯୦ରୁ ଅଧିକ ଆହତ

Advertisment
ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ସୁନାମି ସତର୍କ ସୂଚନା ଜାରି; ୨ ମୃତ, ୯୦ରୁ ଅଧିକ ଆହତ

Image Courtesy of NDTV

ଟୋକିଓ: ଗତରାତିରେ ପୂର୍ବାଞ୍ଚଳ ଜାପାନର ବହୁଳାଂଶ ଗୋଟାଏ ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ଦୋହଲି ଯିବାରୁ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅସଂଖ୍ୟ ଲୋକ ଆହତ ହେବା ପରେ ସୁନାମି ସତର୍କ ସୂଚନା ଜାରି କରାଯାଇଥିବା କଥା ଆଜି ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

ଠିକ୍‌ ମଧ୍ୟ ରାତ୍ର ପୂର୍ବରୁ ସଂଘଠିତ ଏହି ୭.୪ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଯୋଗୁଁ କ’ଣ କ୍ଷୟକ୍ଷତି ହୋଇଛି, ଦେଶର ଉତ୍ତରପୂର୍ବାଞ୍ଚଳର ବାସିନ୍ଦା ଏବଂ ସରକାରୀ ଅଧିକାରୀମାନେ ଆକଳନ କରୁଛନ୍ତି।

୧ ମିଟର୍‌ ଉଚ୍ଚର ସାମୁଦ୍ରିକ ଜୁଆର ଉଠିବ ବୋଲି ପୂର୍ବାନୁମାନ କରି ସୁନାମି ସତର୍କ ସୂଚନା ଜାରି କରାଯାଇଥିଲା। କିନ୍ତୁ, କେତେକ ଅଞ୍ଚଳରେ ସମୁଦ୍ର ପତ୍ତନ ସ୍ବାଭାବିକ ଠାରୁ ମାତ୍ର ୩୦ ସେଣ୍ଟିମିଟର୍‌ ଅଧିକ ରହୁଥିବାରୁ ସରକାରୀ କର୍ତ୍ତୃପକ୍ଷମାନେ ଉତ୍ତରପୂର୍ବ ଜାପାନର ଆଜି ପ୍ରତ୍ୟୁଷରୁ ପ୍ରତ୍ୟାହାର କରି ନେଇଛନ୍ତି।

ଭୂମିକମ୍ପ ସଂଘଠିତ ହେବା ପର ଠାରୁ ଗତ ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ବହୁବାର ମୃଦୁ କମ୍ପନ ଅନୁଭୂତ ହେଉଛି।

publive-image Image Courtesy India.com

କ୍ଷୟକ୍ଷତିର ଆକଳନ କରିବାକୁ ଆମେ ପାରୁପର୍ଯ୍ୟନ୍ତ ଉଦ୍ୟମ ଚଳାଇଛୁ ବୋଲି ଗତରାତିରେ ସରକାରୀ ମୁଖପାତ୍ର ହିରୋକାଜୁ ମାତ୍‌ସୁନୋ ସାମ୍ବାଦିକମାନଙ୍କୁ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ କି, ପ୍ରଥମ ଭୂକମ୍ପନ ପରେ ଦିନେ ଦୁଇ ଦିନ ପର୍ଯ୍ୟନ୍ତ ମୃଦୁ ଭୂମିକମ୍ପ ଲାଗି ରହିବ। ତେଣୁ, ଭଙ୍ଗା କୋଠା ଏବଂ ଅତ୍ୟଧିକ ବିପଦଶଙ୍କୁଳ ସ୍ଥାନରେ ରୁହନ୍ତୁ ନାହିଁ।

‘ଅଗ୍ନି ଏବଂ ବିପର୍ଯ୍ୟୟ ପରିଚାଳନା ଏଜେନ୍‌ସି’ କହିବା ଅନୁସାରେ, ଫୁକୁଶିମା ଅଞ୍ଚଳରେ ୧ଜଣ ଓ ପଡ଼ୋଶୀ ମିୟାଗି ଅଞ୍ଚଳରେ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହାଛଡ଼ା, ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଭୂମିକମ୍ପ ସଂଘଠିତ ହେବା ପରେ ପରେ ପ୍ରାୟ ୨ ନିୟୁତ ଘରୁ ବିଦ୍ୟୁତ୍‌ ସରବରାହରେ ବ୍ୟାଘାତ ଘଟିଥିଲା। କିନ୍ତୁ, ରାତାରାତି ତାହା ସଜଡ଼ା ଯାଇଥିଲା। ଆଜି ସକାଳ ସୁଦ୍ଧା ମିୟାଗି ଏବଂ ଫୁକୁଶିମାରେ ପ୍ରାୟ ୩୫,୬୦୦ ଘରକୁ ପୁନଃ ବିଦ୍ୟୁତ୍‌ ସଂଯୋଗ ହୋଇପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe