NDTV.com
ଲକ୍ଷ୍ମୌ: ଉତ୍ତରପ୍ରଦେଶରେ ଜଣଙ୍କ ଘରୁ ଏକ ବିରାଟ ଅହିରାଜ ସାପ ଉଦ୍ଧାର ହୋଇଛି। ଯାହାର ଏକ ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି। ଏହି ଭିଡିଓରେ ଜଙ୍ଗଲ ବିଭାଗର ରାପିଡ୍ ରେସପନ୍ସ ଟିମ୍ ଦ୍ୱାରା ନୈନିତାଲରେ ଜଣଙ୍କ ଘରୁ ଏହି ବିଷାକ୍ତ ଅହିରାଜ ସାପକୁ ଉଦ୍ଧାର କରାଯାଇଥିବା ଦେଖିବାକୁ ମିଳୁଛି।
ଉକ୍ତ ଭିଡିଓ କ୍ଲିପ୍କୁ ଟୁଇଟରରେ ଭାରତୀୟ ବନ ସେବା ଅଧିକାରୀ ଆକାଶ କୁମାର ବର୍ମା ସେୟାର କରି ନୈନିତାଲର ଡିଏଫ୍ଓଙ୍କୁ ଶ୍ରେୟ ଦେଇଛନ୍ତି। ଖବର ପାଇ ଜଙ୍ଗଲ ବିଭାଗର ରାପିଡ୍ ରେସପନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘର ଭିତର ଟେବୁଲ ତଳେ ଲୁଚି ରହିଥିବା ସାପକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଅନେକ ଚେଷ୍ଟାପରେ ଟିମ୍ ସାପକୁ କାବୁ କରି ନେଇଥିଲେ। ଏହାପରେ ଉକ୍ତ ବିଶାଳ ଅହିରାଜ ସାପକୁ ଧରି ଜଙ୍ଗଲ ବିଭାଗର ରାପିଡ୍ ରେସପନ୍ସ ଟିମ୍ର ଜଣେ ସଦସ୍ୟ ଛାତ ଉପରକୁ ଯାଇ ଏକ ବସ୍ତାରେ ତାକୁ ପୁରାଇ ବାନ୍ଧି ଦେଇଥିଲେ।
ତେବେ ଭିଡିଓରେ ସାପ ଧରାଳୀ ଯେତେବେଳେ ସାପକୁ ଅଖା ଭିତରେ ପୁରାଉଥିଲେ ସେତେବେଳେ ଅହିରାଜ ତାଙ୍କ ଗଳାରେ ଗୁଡ଼ାଇ ହୋଇଯାଇଥିଲା । ଯାହାକୁ ଦେଖି ଘଟଣାସ୍ଥଳରେ ସାପ ଦେଖିବା ପାଇଁ ଭିଡ ଜମାଇଥିବା ଲୋକଙ୍କ ମନରେ କୋକୁଆ ଭୟ ଖେଳି ଯାଇଥିଲା।
ଅହିରାଜ ସାପ ପୃଥିବୀର ଅନ୍ୟତମ ବିଷାକ୍ତ ସାପ। ଯାହା ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆର ଜଙ୍ଗଲରେ ଅଧିକମାତ୍ରାରେ ଦେଖା ଯାଇଥାଆନ୍ତି। ଗତ ବର୍ଷ ନଭେମ୍ବରରେ ଉତ୍ତରାଖଣ୍ଡର ଏକ ଟ୍ରେନରୁ ୧୦ ଫୁଟର ଅହିରାଜକୁ ଉଦ୍ଧାର କରାଯାଇଥିଲା।
Follow Us