ସଂକ୍ରମଣ ଅନୁଧ୍ୟାନ ପାଇଁ ଜର୍ମାନୀରେ ବିଶାଳ ସଂଗୀତ ସମାରୋହ

ସଂକ୍ରମଣ ଅନୁଧ୍ୟାନ ପାଇଁ ଜର୍ମାନୀରେ ବିଶାଳ ସଂଗୀତ ସମାରୋହ

DW .com

ନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବରେ ମହାମାରୀ କରୋନାଭୂତାଣୁ ୨ କୋଟି ୩୪ ଲକ୍ଷରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବା ସହ ପାଖାପାଖି ୮ ଲକ୍ଷ ୧୦ ହଜାର ଲୋକଙ୍କର ମୃତ୍ୟୁ ଘଟାଇ ସାରିଲାଣି। ଏହାର ସଫଳ ମୁକାବିଲା ପାଇଁ ଏକ ଉପଯୁକ୍ତ ଚିକିତ୍ସା ପଦ୍ଧତି ବା ପ୍ରଯୁଜ୍ୟ ଟିକାର ବିକାଶ ପାଇଁ ବିଶ୍ବ ତମାମ ଉଦ୍ୟମ ଜାରି ରହିଛି। ତେବେ ଏହି ଘାତକ ଭୂତାଣୁର ସଂକ୍ରମଣର ଅନୁଧ୍ୟାନ ପାଇଁ ଜର୍ମାନୀରେ ବିଶେଷଜ୍ଞମାନେ ଏକ ଅଭିନବ କୌଶଳ ଆପଣେଇଛନ୍ତି। ବିରାଟ ସମାବେଶ କି ମହୋତ୍ସବ ପରି ଅତି ଗହଳି ସ୍ଥାନରେ ସଂକ୍ରମଣକୁ କିପରି ରୋକାଯାଇପାରିବ ତାହାର ପରୀକ୍ଷା ନିରୀକ୍ଷା ପାଇଁ ଜର୍ମାନୀର ହାଲେ ବିଶ୍ବବିଦ୍ୟାଳୟର ଗବେଷକମାନେ ଏକ ବିଶାଳ ସଂଗୀତ ସମାରୋହର ଆୟୋଜନ କରାଇଥିଲେ।

ଏକ ନିବୁଜ ଶୀତତାପ ନିୟନ୍ତ୍ରିତ ଗୋଷ୍ଠୀଗୃହରେ ଆୟୋଜିତ ଏହି ସମାରୋହରେ ପୂର୍ବରୁ କରୋନାଭୂତାଣୁ ନେଗେଟିଭ୍ ଥିବା ୧୫୦୦ରୁ ଅଧିକ ଦର୍ଶକ ଉପସ୍ଥିତ ଥିଲେ। ପ୍ରତି ଦର୍ଶକଙ୍କୁ ଫେସ୍‌ ମାସ୍କ, କଣ୍ଟାକ୍ଟ ଟ୍ରେସର ଏବଂ ଫ୍ଲୋରୋସେଣ୍ଟ୍‌ ହାଣ୍ଡ୍‌ ଜେଲ୍‌ ଯୋଗାଇ ଦିଆଯାଇଥିଲା। ହଲ୍‌ ଭିତରେ ଦର୍ଶକମାନେ ପ୍ରସିଦ୍ଧ ଜର୍ମାନ କଣ୍ଠଶିଳ୍ପୀ ଟିମ୍‌ ବେଞ୍ଜକୋଙ୍କ ସଂଗୀତ ପରିବେଷଣକୁ ଉପଭୋଗ କରୁଥିବା ସମୟରେ ଏତେ ଗହଳିରେ ଥିବା ଦର୍ଶକମାନଙ୍କ ଭିତରେ କରୋନାଭୂତାଣୁ କିପରି ସଂକ୍ରମିତ ହେଉଛି ଗବେଷକମାନେ ସେ ସଂକ୍ରାନ୍ତ ତଥ୍ୟ ସଂଗ୍ରହ କରି ଚାଲିଥିଲେ। ଯେହେତୁ କୋଭିଡ୍‌ ପାଇଁ ପୁଣି ଥରେ ଲକ୍‌ଡାଉନ୍‌ ସ୍ଥିତି ଜାରି କରିବାର ସମ୍ଭାବନା ନାହିଁ, ତେଣୁ କିଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ଏପରି ସମାବେଶ ବା ହୋଟେଲ ବଜାର ଚାଲୁ କରାଯାଇପାରିବ, ସେ ସମ୍ପର୍କରେ କିଛି ପରାମର୍ଶ ଏହି ଅନୁଧ୍ୟାନରୁ ମିଳିପାରିବ ବୋଲି ସେମାନେ ଆଶାବାଦୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe