MSN.com
ତିରୁବନନ୍ତପୁରମ୍: କେରଳର ବିଶପ ଫ୍ରାଙ୍କୋ ମୁଲାକାଲ୍ଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଆଉ ଜଣେ ନନ୍। ବିଶପ ତାଙ୍କୁ ଆଲିଙ୍ଗନ ଓ ଚୁମ୍ବନ କରୁଥିଲେ ବୋଲି ନନ୍ ଜଣକ ପୁଲିସ୍ରେ ଅଭିଯୋଗ ଆଣିଛନ୍ତି।
ପୂର୍ବରୁ ପ୍ରାଙ୍କୋ ମୁଲାକାଲ୍ଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ରହିଛି। ବର୍ତ୍ତମାନ ଆଉ ଜଣେ ନନ୍ ତାଙ୍କ ବିରୋଧରେ ମୁହଁ ଖୋଲିବା ପରେ ମାମଲା ଆହୁରି ସଙ୍ଗୀନ ହୋଇଛି। ପୂର୍ବରୁ ବିଶପ ଫ୍ରାଙ୍କୋଙ୍କ ବିରୋଧରେ ୧୩ ଜଣ ନନ୍ ଅଭିଯୋଗ ଆଣି ସାରିଛନ୍ତି। ଏହି ନନ୍ ଜଣକ ହେଉଛନ୍ତି ୧୪ ନମ୍ବର ବିଶପ ବିରୋଧୀ ସାକ୍ଷୀ।
SheThePeople
ନନ୍ ଜଣକ ତାଙ୍କ ବୟାନରେ କହିଛନ୍ତି କି ୨୦୧୫ରୁ ୨୦୧୭ ମସିହା ପର୍ଯ୍ୟନ୍ତ ସେ ବିଶପଙ୍କ ସହ ଫୋନ୍ ଓ ଭିଡିଓ କଲ୍ ଯୋଗାଯୋଗରେ ଥିଲେ। ବିଶପ ଜଣଙ୍କ ୨୦୧୭ରେ ତାଙ୍କୁ ଭେଟିବା ପରେ ଆଲିଙ୍ଗନ ଚୁମ୍ବନ ଦେଇଥିଲେ। ନନ୍ ଜଣକ ତାଙ୍କ ବୟାନ୍ରେ ଆହୁରି ବି କହିଛନ୍ତି ଯେ ବିଶପଙ୍କ ଭୟରେ ସେ ଏତେ ଦିନ ଧରି ଚୁପ୍ ରହିଥିଲେ। ପୁଲିସ୍ ସୂତ୍ରରୁ ଜାଣିବାକୁ ମିଳିଛି ଯେ ନନ୍ ବିଶପଙ୍କ ବିରୋଧରେ ଅଭିଯୋଗ ଲେଖାଇବାକୁ ରାଜି ନାହାନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୮ ମସିହାରେ ବିଶପ ଫ୍ରାଙ୍କୋଙ୍କ ବିରୋଧରେ ପ୍ରଥମେ ଜଣେ ନନ୍ ଦୁଷ୍କର୍ମ ଅଭିଯୋଗ ଆଣିିଥିଲେ। ବିଶପ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିିଥିଲେ ବୋଲି ନନ୍ ଜଣକ ତାଙ୍କ ଅଭିଯୋଗରେ କହିଥିଲେ। ୨୦୧୮ ମସିହା ଜୁନ୍ରେ ବିଶପଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେପ୍ଟେମ୍ବର ୨୧ ତାରିଖରେ ବିଶପ ଗିରଫ ହୋଇଥିଲେ।
Follow Us