ହୋଟେଲରେ ଟିକେଟ କାଟି ଲୋକେ ଦେଖିଲେ ମଣିଷ ଶରୀର ବ୍ୟବଚ୍ଛେଦର ସିଧାସଳଖ ଦୃଶ୍ୟ

Advertisment
ହୋଟେଲରେ ଟିକେଟ କାଟି ଲୋକେ ଦେଖିଲେ ମଣିଷ ଶରୀର ବ୍ୟବଚ୍ଛେଦର ସିଧାସଳଖ ଦୃଶ୍ୟ

ନ୍ୟୁୟର୍କ: ଆମେରିକାରେ କରୋନା ସଂକ୍ରମଣରେ ସଂକ୍ରମିତ  ୯୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଗତ ମାସରେ ଡାଉନଟାଉନ ପୋର୍ଟଲ୍ୟାଣ୍ଡ ହୋଟେଲ ଭିତରେ ରଖାଯାଇଥିଲା। ମୃତକଙ୍କ ପତ୍ନୀ ବୈଜ୍ଞାନିକଙ୍କ ପରୀକ୍ଷଣ ପାଇଁ ତାଙ୍କ ସ୍ୱାମୀଙ୍କ ଶରୀରକୁ ଦାନ କରି ଦେଇଥିଲେ । ମୃତକ ଡେଭିଡ ସାଉଣ୍ଡର୍ସ ତାଙ୍କ ୯୨ ବର୍ଷିୟା ପତ୍ନୀଙ୍କ ସହ ଲୁଇସିୟାନାରେ ରହୁଥିଲେ। କରୋନାରେ ସଂକ୍ରମିତ ହେବା ହେତୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

ଦି ନ୍ୟୁୟର୍କ ଟାଇମ୍ସ'ରେ ପ୍ରକାଶିତ ଏକ ଖବର ଅନୁଯାୟୀ, ପୋର୍ଟଲ୍ୟାଣ୍ଡ୍ ମ୍ୟାରିୟଟ ଡାଉନଟାଉନ ୱାଟରଫ୍ରଣ୍ଟର ଏକ ମିଟିଂ ରୁମରେ ଡେଭିଡଙ୍କ ମୃତଦେହ ୭୦ଜଣ ଲୋକଙ୍କ ସାମ୍ନାରେ ରଖାଯାଇଥିଲା। ଏଠାରେ ଲୋକେ ଡେଭିଡଙ୍କ ସିଧାସଳଖ ବ୍ୟବଚ୍ଛେଦ ଦେଖିବା ପାଇଁ ୫୦୦ ଡଲାର ପର୍ଯ୍ୟନ୍ତ ଟିକେଟ୍ କାଟିଥିଲେ। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଲୋକମାନେ ଏହି ଘଟଣାକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

କିଛି ଲୋକ କହିଥିଲେ ଯେ ଏହା ପ୍ରକୃତରେ ଏକ ଭୟଙ୍କର ଦୃଶ୍ୟ। ଯେଉଁଠାରେ ଲୋକମାନେ ଶରୀରର ବ୍ୟବଚ୍ଛେଦ ଦେଖିବା ପାଇଁ ଟିକେଟ କାଟିଥିଲେ। ବଡ଼ ଆଶ୍ଚର୍ଯ୍ୟ।

ମୁଲନୋମା କାଉଣ୍ଟିର ମୁଖ୍ୟ ମେଡିକୋଲିଗଲ ଡେଥ ଇନଭେଷ୍ଟିଗେଟର କିମ୍ବର୍ଲି ଡିଲିଓ କହିଛନ୍ତି ଯେ ସେ ଅକ୍ଟୋବର ୧୭ ରେ ପୋର୍ଟଲ୍ୟାଣ୍ଡ ପୁଲିସ ବ୍ୟୁରୋ ଏବଂ ଓରେଗନ୍ ମେଡିକାଲ୍ ବୋର୍ଡକୁ ଏହି ଘଟଣା ଜଣାଇଥିଲେ। ଯେତେବେଳେ ଏହି ବିଷୟରେ ସୂଚନା ପ୍ରଶାସନରେ ପହଞ୍ଚିଲା, ପୁଲିସ  ତତ୍ପରତା ଦେଖାଇଥିଲା।

ବରିଷ୍ଠ ପୁଲିସ ଅଧିକାରୀ ଏହି ମାମଲାର ତଦନ୍ତ କରୁଛନ୍ତି।  ଅଧିକାରୀ ଡିଲିୟୋ କହିଛନ୍ତି ଯେ ସାଉଣ୍ଡର୍ସଙ୍କ ଶରୀରକୁ ଯେପରି ଭାବେ ବ୍ୟବହାର କରାଯାଇଥିଲା ତାହାକୁ ଶରୀରର ଅପବ୍ୟବହାର ବୋଲି ବିବେଚନା କରାଯାଇପାରେ।

ତେବେ ପୋର୍ଟଲ୍ୟାଣ୍ଡ ପୁଲିସର କହିବାନୁସାରେ, ଶବ ବ୍ୟବଚ୍ଛେଦ ବେଳେ କୌଣସି ଆଇନର ଉଲ୍ଲଂଘନ କରାଯାଇ ନାହିଁ । ତେବେ ମୃତକଙ୍କ ପତ୍ନୀ କହିଛନ୍ତି ଯେ ଏହା ତାଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସେ କହିଛନ୍ତି ବୈଜ୍ଞାନିକଙ୍କ ପରୀକ୍ଷଣ ପାଇଁ ତାଙ୍କ ସ୍ବାମୀଙ୍କ ମୃତ ଶରୀରକୁ ଦାନ କରିଥିଲେ କିନ୍ତୁ ଏହି ପ୍ରଦର୍ଶନୀ କିପରି ଆୟୋଜିତ ହେଲା ସେ ଜାଣି ନାହାନ୍ତି। ଏହା ତାଙ୍କୁ ଗଭୀର ଆଘାତ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe