ବୋମା ଧମକ ପରେ ମୁମ୍ବାଇରେ ଖେଳିଗଲା ଆତଙ୍କ: ଲୋପ ପାଇଯିବ କୋଟିଏ ଜନସଂଖ୍ୟା!

ମୁମ୍ବାଇକୁ ବୋମା ଧମକ ମିଳିବା ପରେ ହାଇ ଆର୍ଲଟରେ ପୂରା ସହର। ଅନନ୍ତ ଚତୁର୍ଦ୍ଦଶୀ ବା ଆସନ୍ତକାଲି ଏହି ବୋମା ବିସ୍ଫୋରଣ ହେବ ବୋଲି ଧମକ ମିଳିବା ପରେ ମୁମ୍ବାଇ ପୁଲିସ୍‌ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। 

New Project (54)

ମୁମ୍ବାଇ: ମୁମ୍ବାଇକୁ ବୋମା ଧମକ ମିଳିବା ପରେ ହାଇ ଆର୍ଲଟରେ ପୂରା ସହର। ଅନନ୍ତ ଚତୁର୍ଦ୍ଦଶୀ ବା ଆସନ୍ତକାଲି ଏହି ବୋମା ବିସ୍ଫୋରଣ ହେବ ବୋଲି ଧମକ ମିଳିବା ପରେ ମୁମ୍ବାଇ ପୁଲିସ୍‌ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। 

ଟ୍ରାଫିକ୍ ପୁଲିସର ସରକାରୀ ହ୍ୱାଟ୍ସଆପ୍ ନମ୍ବରକୁ ପଠାଯାଇଥିବା ଏହି ବାର୍ତ୍ତାରେ ଦାବି କରାଯାଇଛି ଯେ ମୁମ୍ବାଇରେ ୩୪ଟି ଗାଡ଼ିରେ ମାନବ ବୋମା ରଖାଯାଇଛି ଏବଂ ବିସ୍ଫୋରଣ ପରେ ପୂରା ସହର "କମ୍ପିତ" ହେବ।

ପ୍ରେରକ ନିଜକୁ "ଲସ୍କର-ଏ-ଜିହାଦି"ର ସଦସ୍ୟ ବୋଲି ପରିଚୟ ଦେଇ ଅଭିଯୋଗ କରିଛି ଯେ ୧୪ ଜଣ ପାକିସ୍ତାନୀ ଆତଙ୍କବାଦୀ ଭାରତରେ ପ୍ରବେଶ କରି ସାରିଛନ୍ତି। ଧମକରେ ଏହା ମଧ୍ୟ ଦାବି କରାଯାଇଛି କି ୪୦୦ କିଲୋଗ୍ରାମ ଆର୍‌ଡିଏକ୍ସ ବିସ୍ଫୋରଣ କରାଯିବ। ଯାହା ଫଳରେ "୧ କୋଟି ଲୋକଙ୍କ ମୃତ୍ୟୁ" ହେବାର ସମ୍ଭାବନା ରହିଛି।

ମୁମ୍ବାଇର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି କି ଏହି ଧମକ ଏକ ମିଥ୍ୟା ଖବର ପରି ମନେ ହେଉଛି, କିନ୍ତୁ ସାରା ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅଧିକାରୀମାନେ ସମସ୍ତ ଦୃଷ୍ଟିକୋଣରୁ ଘଟଣାର ତଦନ୍ତ କରୁଛନ୍ତି ଏବଂ ଧମକପୂର୍ଣ୍ଣ ବାର୍ତ୍ତା ପଛରେ ଥିବା ବ୍ୟକ୍ତିଙ୍କୁ ଖୋଜାଖୋଜି ଆରମ୍ଭ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହ ଆରମ୍ଭରେ ଥାନେର ଏକ ରେଳ ଷ୍ଟେସନକୁ ଉଡ଼ାଇ ଦେବାକୁ ନେଇ ଧମକ ମିଳିବା ପରେ ଜଣେ ୪୩ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା, ଯାହା ପରେ ତଦନ୍ତ କରାଯିବାରୁ ଏହା ଏକ ମିଥ୍ୟା ଧମକ ବୋଲି ଜଣାପଡ଼ିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe