ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହେଲେ କବି ବର୍‌ବରା ରାଓଙ୍କ ପରିବାର

Advertisment
ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହେଲେ କବି ବର୍‌ବରା ରାଓଙ୍କ ପରିବାର

The Bengal Story

ହାଇଦ୍ରାବାଦ: ମହାରାଷ୍ଟ୍ରର ଭୀମା କୋରେଗାଓଁ ହିଂସା ମାମଲାରେ ବନ୍ଦୀ ଜୀବନ ବିତାଉଥିବା ବିପ୍ଳବୀ କବି ତଥା ସାମାଜିକ କର୍ମୀ ବର୍‌ବରା ରାଓଙ୍କ ପରିବାର ସଦସ୍ୟ ‘ଜାତୀୟ ମାନବିକ ଅଧିକାର କମିସନ’ (ଏନ୍‌ଏଚ୍‌ଆର୍‌ସି)ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଜେଲରେ ଥିବା ଅବସ୍ଥାରେ ବର୍ବରା ରାଓ କୋଭିଡ-୧୯ରେ ସଂକ୍ରମିତ ହେବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଚରମ ଅବନତି ଦେଖା ଦେଇଛି। ଏବେ ସେ ମୁମ୍ବାଇର ନାନାବତି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମାତ୍ର ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ କୌଣସି ତଥ୍ୟ ପରିବାର ସଦସ୍ୟଙ୍କୁ ପ୍ରଦାନ କରାଯାଉନାହିଁ ବୋଲି କବି ବର୍ବରାଙ୍କ ପରିବାର ସଦସ୍ୟ ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରେ ଅଭିଯୋଗ କରିଛନ୍ତି। କୋଭିଡ-୧୯ ଦ୍ବାରା ସଂକ୍ରମିତ ହେବା ପରେ ବର୍‌ବରାଙ୍କୁ ତାଲୋଜା ଜେଲ୍‌ରୁ ପ୍ରଥମେ ସେଣ୍ଟ ଜର୍ଜ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅତି ସଂକଟଜନକ ସ୍ଥିତିକୁ ଚାଲିଯିବାରୁ ତାଙ୍କୁ ପରେ ନାନାବତି ହସ୍ପିଟାଲକୁ ନିଆଯାଇଛି। ଏଭଳି ସ୍ଥଳେ କବି ବର୍ବରାଙ୍କ ସ୍ବାସ୍ଥ୍ୟ ଅବସ୍ଥା ନେଇ ପରିବାର ସଦସ୍ୟଙ୍କୁ କୌଣସି ତଥ୍ୟ ପ୍ରଦାନ କରାଯାଉ ନାହିଁ କି ତାଙ୍କୁ ସାକ୍ଷାତ କରିବାର ସୁଯୋଗ ଦିଆଯାଉନାହିଁ ବୋଲି ପରିବାର ସଦସ୍ୟ ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତୁରନ୍ତ ଏନ୍‌ଏଚ୍‌ଆର୍‌ସି ଏହି ମାମଲାରେ ହସ୍ତ‌କ୍ଷେପ କରିବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe