ମହାକାଶକୁ ‘ହ୍ୟୁମାନଏଡ୍‌’ ପଠାଇବ ଇସ୍ରୋ, ମାନବରହିତ ଯାନରେ ଯିବ ‘ବ୍ୟୋମମିତ୍ର’

Advertisment
ମହାକାଶକୁ ‘ହ୍ୟୁମାନଏଡ୍‌’ ପଠାଇବ ଇସ୍ରୋ, ମାନବରହିତ ଯାନରେ ଯିବ ‘ବ୍ୟୋମମିତ୍ର’

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ୨୦୨୨ ସୁଦ୍ଧା ମହାକାଶକୁ ମାନବ ପଠାଇବା ପାଇଁ ଲକ୍ଷ୍ୟ ରଖିଛି। ତେବେ ଏହି ଲକ୍ଷ୍ୟର ପ୍ରଥମ ସୋପାନ ଅନ୍ତର୍ଗତ ଇସ୍ରୋ ପକ୍ଷରୁ ପ୍ରଥମେ ମହାକାଶକୁ ମାନବ ସଦୃଶ ଏକ ରୋବଟ୍‌ (ହ୍ୟୁମାନଏଡ୍‌)ପଠାଯିବ। ଆଜି ଇସ୍ରୋ ପକ୍ଷରୁ ଏହି ରୋବଟ୍‌ର ପ୍ରଥମ ଝଲକ୍ ଜାରି କରାଯାଇଛି।ଏହି ମିସନ୍‌ ଅଧୀନରେ କୌଣସି ମହିଳା ମହାକାଶଚାରୀ ସାମିଲ ହେବାର ନଥି‌ଲେ ମଧ୍ୟ ଏହା ଏକ ମହିଳା ହ୍ୟୁମାନଏଡ୍‌ ପଠାଇବ। ଏହି ହ୍ୟୁମାନଏଡ୍‌ର ପ୍ରସ୍ତୁତି କାର୍ଯ୍ୟ ପ୍ରାୟ ‌ଶେଷ ହୋଇଛି ଏବଂ ଏହାର ନାମ ରହିଛି ‘ବ୍ୟୋମମିତ୍ର‌’। ଇସ୍ରୋ ମୁଖ୍ୟ କେ ଶିବନ କହିଛନ୍ତି ‘ହ୍ୟୁମାନଏଡ୍‌’ କାମ ପ୍ରାୟ ‌ଶେଷ ହୋଇ ଆସିଛି।

ଇସ୍ରୋର ପ୍ରଥମ ମାନବ ମହାକାଶ ଯାନ କ‌ାର୍ଯ୍ୟକ୍ରମର ଏହା ଏକ ଅଂଶବିଶେଷ। ଦୁଇଟି ମାନବବିହୀନ ଯାନ ଏବଂ ଗୋଟିଏ ମାନବ ଯୁକ୍ତ ଯାନ ଏହି କାର୍ଯ୍ୟକ୍ରମର ଅଂଶବିଶେଷ ଅଟେ। ମାନବବିହୀନ ଯାନରେ ହ୍ୟୁମାନଏଡ୍‌ ଯିବ। ଗଗନଯାନ ପାଇଁ ୪ ମହାକାଶଚାରୀ ରୁଷିଆରେ ତାଲିମ ନେବେ। ଗଗନଯାନ ପ୍ରସ୍ତୁତି କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଚଳିତ ବର୍ଷ ଏହାର ଅନେକ ପରୀକ୍ଷା‌ ମଧ୍ୟ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe