ମନୁଷ୍ୟ ୧୫୦ ବର୍ଷ ଯାଏ ବଞ୍ଚିପାରିବ: ଅନୁଧ୍ୟାନ

ମନୁଷ୍ୟ ୧୫୦ ବର୍ଷ ଯାଏ ବଞ୍ଚିପାରିବ: ଅନୁଧ୍ୟାନ

ନୂଆଦିଲ୍ଲୀ: ଯଦି ଆମେ ୮୦ ବର୍ଷ ବୟସରେ ଜନ୍ମଧାରଣ କରି ଧୀରେ ଧୀରେ ୧୮ ବର୍ଷ ଆଡ଼କୁ ଗତି କରିବା, ତେବେ ଜୀବନ ଅନିର୍ଦ୍ଦିଷ୍ଟ କାଳ ଯାଏ ସୁଖଶୀଳ​ ହୋଇ ରହିପାରିବ ବୋଲି ଆମେରିକାର ଖ୍ୟାତନାମା ସାହିତ୍ୟିକ ମାର୍କ ଟ୍ବେନ୍‌ ଦେଇଥିବା ବକ୍ତବ୍ୟ ଯୁଗେ ଯୁଗେ ଏକ ପରିକଳ୍ପନା ହୋଇ ରହିଆସିଛି। ତାହାକୁ ଭିତ୍ତି କରି ଆମ ମନୁଷ୍ୟ ସମାଜ ଯୁବସୁଲଭ ଠାଣିରେ ଅମର ହୋଇ ବଞ୍ଚି ରହିବାର ବାସ୍ତବ ରୂପରେଖ ଶତାବ୍ଦୀ ଶତାବ୍ଦୀ ଧରି ଖୋଜି ଚାଲିଛି। ତେବେ ମନୁଷ୍ୟ ବାସ୍ତବରେ ସର୍ବାଧିକ କେତେ ଦିନ ଯାଏ ବଞ୍ଚିପାରିବ, ତାହାର ଉତ୍ତର ବାହାର କରିବାକୁ ସିଙ୍ଗାପୁରର କିଛି ଗବେଷକ ସେମାନଙ୍କର ଅନୁଧ୍ୟାନ ଜାରି ରଖିଛନ୍ତି।

ଏ ପରିପ୍ରେକ୍ଷୀରେ ମନୁଷ୍ୟ ୧୨୦ରୁ ୧୫୦ ବର୍ଷ ଯାଏ ଜୀବନ ଧାରଣ କରିପାରିବ ବୋଲି ଜିରୋ ନାମକ ଜୈବପ୍ରଯୁକ୍ତି କମ୍ପାନିର ଏହି ଗବେଷକମାନେ କହିଛନ୍ତି। ନେଚର କମ୍ୟୁନିକେସନ୍‌ ନାମକ ପତ୍ରିକାରେ ପ୍ରକାଶିତ ସେମାନଙ୍କର ରିପୋର୍ଟ ଅନୁଯାୟୀ, ମୃତ୍ୟୁ ଜୀବନର ଏକ ଅନ୍ତର୍ଭୁକ୍ତ ବା ସ୍ବାଭାବିକ ଜୈବ ଗୁଣ ଯାହା ବିଭିନ୍ନ ଚାପ ଉପରେ ନିର୍ଭର କରିନଥାଏ। ଆମେରିକା, ରୁଷିଆ ଓ ବ୍ରିଟେନ୍‌ର ବିଭିନ୍ନ ଗୋଷ୍ଠୀର ସ୍ବାସ୍ଥ୍ୟ ସଂକ୍ରାନ୍ତ ତଥ୍ୟାବଳିକୁ ତର୍ଜମା କରି ସେମାନେ ଏପରି ନିର୍ଯାସ ପାଇପାରିଛନ୍ତି। ଲୋକେ ପ୍ରତ୍ୟହ ନେଉଥିବା ବିଭିନ୍ନ ପଦକ୍ଷେପ ସାଙ୍ଗକୁ ସେମାନଙ୍କ ରକ୍ତକଣିକା ସଂଖ୍ୟାରେ ସଂଘଟିତ ପରିବର୍ତ୍ତନକୁ ସେମାନେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିଥିଲେ।

ମନୁଷ୍ୟର ବୟସ ବଢ଼ିବା ଦ୍ବାରା ଏପରି ସାର୍ବଜନୀନ ଉପାଦାନ ପ୍ରଦର୍ଶନ କରିଥାଏ ଯାହା ବିଘଟନ ପାଇଁ କାର୍ଯ୍ୟ କରୁଥିବା ଜଟିଳ ପ୍ରକ୍ରିୟା ସହ ସମତୁଲ ବୋଲି ସେମାନେ କହିଛନ୍ତି। ତେଣୁ ବୟସ ବଢ଼ିବା ସହ କୌଣସି ରୋଗ ବାହାରେ ବି ଶରୀରରେ କ୍ଷୟପ୍ରାପ୍ତ ରକ୍ତକଣିକା ସଂଖ୍ୟାର ଭରଣା ପାଇଁ ସାମର୍ଥ୍ୟ କମି କମି ଆସିଥାଏ। ରକ୍ତକଣିକା ସଂଖ୍ୟାରେ ଏପରି ଅଧୋଗତି ହିଁ ସ୍ବାଭାବିକ ମୃତ୍ୟୁର ଆଗମନକୁ ନିର୍ଦ୍ଧାରଣ କରିଥାଏ। ଏପରି ରକ୍ତକଣିକା ହ୍ରାସରେ ଭରଣା କରିବାର ସାମର୍ଥ୍ୟ ୧୨୦ରୁ ୧୫୦ ବର୍ଷ ଭିତରେ ସମ୍ପର୍ଣ୍ଣ ଲୋପ ପାଇଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe