ନୂଆଦିଲ୍ଲୀ : ଆସନ୍ତା ୨୦୩୦ ସୁଦ୍ଧା ମଣିଷ ଅମରତ୍ବ ହାସଲ କରିବ ବୋଲି ଗୁଗୁଲ୍ର ପୂର୍ବତନ ଇଞ୍ଜିନିୟର ରାଏ ଫୁର୍ଜୱେଲ୍ କହିଛନ୍ତି। ଏହି ୭୫ ବର୍ଷୀୟ କମ୍ପ୍ୟୁଟର ବିଜ୍ଞାନୀ କହିଛନ୍ତି ଯେ ୨୦୩୦ ସୁଦ୍ଧା ପ୍ରଯୁକ୍ତି ଦ୍ବାରା ମଣିଷ ଅମର ହେବା ଭଳି ସ୍ଥିତିରେ ପହଞ୍ଚିଯିବ। ବିଶେଷ କରି ଜେନେଟିକ୍, ରୋବୋଟିକ୍ସ ଓ ନାନୋଟେକ୍ନୋଲୋଜିରେ ହେଉଥିବା ବିକାଶ ଦ୍ବାରା ଭବିଷ୍ୟତରେ ଆମ ଶୀରା ପ୍ରସିରାରେ ନାନୋରୋବଟ୍କୁ ସ୍ଥାନିତ କରାଯାଇପାରିବ।
Mashable Indiaକିଛି ବର୍ଷ ପୂର୍ବେ ସେ ଆକଳନ କରିଥିଲେ ୨୦୨୯ରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ମଣିଷ ମସ୍ତିଷ୍କର ବୁଦ୍ଧିମତା ସ୍ତର ହାସଲ କରିବା ପରୀକ୍ଷାରେ ପାସ୍ ହୋଇଯିବ। ୨୦୪୫ ସୁଦ୍ଧା ଏଆଇକୁ ବହୁ ପ୍ରକାର କାର୍ଯ୍ୟରେ ବ୍ୟବହାର କରିହେବ। ଫୁର୍ଜୱେଲ୍ ଏହା ମଧ୍ୟ ଆକଳନ କରିଛନ୍ତି ଯେ ଦଶଦ୍ଧିରୁ କମ୍ ସମୟ ଭିତରେ ମାଇକ୍ରୋସ୍କୋପିକ୍ ରୋବର୍ଟ ଜରିଆରେ ମଣିଷ ବୟସ ଓ ଅସୁସ୍ଥତାକୁ ରୋକିପାରିବ। ନାନୋ ଟେକ୍ନୋଲୋଜି ଜରିଆରେ ଲୋକମାନେ ଯାହା ଚାହିବେ ଖାଇପାରିବେ ଏବଂ ପତଳା ଓ ଶକ୍ତିଶାଳୀ ରହିପାରିବେ। ଅତୀତରେ ସେ କମ୍ପୁଟର ଓ ପୋଷାକକୁ ନେଇ କରିଥିବା ଆକଳନ ସତ ହୋଇଥିଲା।
Follow Us