କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ହୁମାୟୁନ୍ କବୀରଙ୍କ ରୂପରେ ଏକ ନୂତନ ମୁହଁ ଉଭା ହେଉଛି। ମୁର୍ଶିଦାବାଦରେ ବାବ୍ରି ମସଜିଦର ଶିଳାନ୍ୟାସ ପରେ ପ୍ରସିଦ୍ଧି ହାସଲ କରିଥିବା ହୁମାୟୁନ୍ କବୀର ଏବେ ନିଜର ରାଜନୈତିକ ଦଳ ଗଠନ କରିଛନ୍ତି ଏବଂ ନିର୍ବାଚନ ଲଢ଼ିବାକୁ ତାଙ୍କର ଇଚ୍ଛା ଘୋଷଣା କରିଛନ୍ତି। ସେ ମମତା ବାନାର୍ଜୀଙ୍କ ବିରୋଧରେ ପ୍ରାର୍ଥୀ ଦେବେ ଏବଂ ତାଙ୍କୁ କ୍ଷମତାରୁ ହଟାଇବା ପାଇଁ ଚେଷ୍ଟା କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି। 

Advertisment

ବିଦେଶରୁ ଆସୁଛି ଟଙ୍କା

ଏମଧ୍ୟରେ ହୁମାୟୁନ୍ ବାବ୍ରି ମସ୍‌ଜିଦ୍ ନାମରେ ଆସୁଥିବା ପାଣ୍ଠି ବିଷୟରେ କହିଛନ୍ତି। ଏକ ସାକ୍ଷାତକାରରେ ହୁମାୟୁନ୍ କବୀରଙ୍କୁ ବାବ୍ରି ମସଜିଦ ନାମରେ ସାଉଦି ଆରବ ଏବଂ ବାଂଲାଦେଶରୁ ଆସୁଥିବା କୋଟି କୋଟି ଟଙ୍କା ବିଷୟରେ ପଚରାଯିବାରୁ ସେ କହିଥିଲେ, "ଟଙ୍କା ଆସିବାକୁ ଦିଅ, ଅସୁବିଧା କ'ଣ? ଭାରତର ପ୍ରଧାନମନ୍ତ୍ରୀ ସାଉଦି ଆରବ ଗଲେ ଏତେ ସମ୍ମାନ ପାଆନ୍ତି। ତେଣୁ ଯଦି ସାଉଦି ଆରବର ଲୋକମାନେ ଭାରତୀୟ ମୁସଲମାନମାନଙ୍କୁ ମସଜିଦ ନିର୍ମାଣ ପାଇଁ ଟଙ୍କା ଦେଉଛନ୍ତି, ତେବେ ଏଥିରେ ଅସୁବିଧା କ'ଣ?"

"ମୋର ମୁସଲମାନ ଭାଇମାନେ ବହୁତ ଟଙ୍କା ଦେଉଛନ୍ତି।"

କବୀର ଆହୁରି କହିଛନ୍ତି, "ମୋର ମୁସଲମାନ ଭାଇମାନେ ମୋତେ ବାବ୍ରି ମସଜିଦ ନିର୍ମାଣ ପାଇଁ ଟଙ୍କା ଦେଇଛନ୍ତି। ମୁଁ ସ୍ୱଚ୍ଛତା ବଜାୟ ରଖିଛି ଏବଂ ସିସିଟିଭି ନଜରରେ ସମସ୍ତ ଟଙ୍କା ଗଣିଛି। ମୋ ବ୍ୟାଙ୍କ ଆକାଉଣ୍ଟରେ ୩କୋଟି ଟଙ୍କାରୁ ଅଧିକ ଦାନ ଜମା ହୋଇଛି। ଜଣେ ବ୍ୟକ୍ତି ମୋତେ ୮୦କୋଟି ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। କିଛି ଲୋକ ୧ କୋଟି ଟଙ୍କା ଦେବାକୁ ଇଚ୍ଛୁକ ଥିବା ବେଳେ କିଛି ଲୋକ ୫କୋଟି ଟଙ୍କା ଦେବାକୁ ଇଚ୍ଛୁକ ଅଛନ୍ତି। ଏହି ସମ୍ପୂର୍ଣ୍ଣ ରାଶି ମସଜିଦ ନିର୍ମାଣ ପାଇଁ ବ୍ୟବହାର କରାଯିବ। ଏହି ଟଙ୍କା ରାଜନୀତି ପାଇଁ ବ୍ୟବହାର କରାଯିବ ନାହିଁ।"

ଆହୁରି ପଢ଼ନ୍ତୁ: Flights Cancelled From Bhubaneswar : ଭୁବନେଶ୍ୱରରୁ ୮ ବିମାନ ଉଡ଼ାଣ ବାତିଲ

ଟିଏମସି ପାଇଁ କଣ୍ଟା ସାଜିବେ ହୁମାୟୁନ

୨୦୧୧ର ଜନଗଣନା ଅନୁସାରେ ଏହା ଜଣାପଡିଛି ଯେ, ପଶ୍ଚିମବଙ୍ଗରେ ୨୭ପ୍ରତିଶତରୁ ଅଧିକ ମୁସଲମାନ ସଂପ୍ରଦାୟର ଲୋକ ବସବାସ କରୁଛନ୍ତି, ଯାହାକି ଦେଶର ଦ୍ବିତୀୟ ମୁସଲମାନ ବହୁଳ ରାଜ୍ୟ ଭାବରେ ପରିଚିତ। ସବୁଠାରୁ ବଡ କଥା ହେଲା, ବିଧାନସଭା ନିର୍ବାଚନ ପାଇଁ ଟିଏମସିକୁ ୨୭ ପ୍ରତିଶତ ଭୋଟ ଏହି ମୁସଲମାନ ସଂପ୍ରଦାୟରୁ ହିଁ ମିଳିଥାଏ । ଏମଧ୍ୟରେ ମୁସଲମାନ ଭୋଟ୍ ଛଡ଼ାଇ ନେବି ବୋଲି ହୁମାୟୁନ କବୀର ଦାବି କରିବା ଟିଏମସି ପାଇଁ ଚିନ୍ତାର କାରଣ ପାଲଟିଛି।  କବୀରଙ୍କ କହିବା ମୁତାବକ, "ମୁଁ ଏକ ନୂତନ ଦଳ ଗଠନ କରିବି ଏବଂ ବିଧାନସଭାର ୧୩୫ଟି ଆସନ ପାଇଁ ପ୍ରାର୍ଥୀ ଦେବି। ଆମ ଦଳ ମୁସଲମାନମାନଙ୍କ ପାଇଁ କାମ କରିବ।"

ଆହୁରି ପଢ଼ନ୍ତୁ: Luthra Brothers Detained: ଗୋଆ ନାଇଟ୍ କ୍ଲବ୍‌ରେ ନିଆଁ ଲାଗିବା ଘଟଣାରେ ୨ମାଲିକଙ୍କୁ ଅଟକ ରଖିଲା ପୁଲିସ, ଥାଇଲାଣ୍ଡ ଚାଲିଯାଇଥିଲେ ୨ଭାଇ