ଲେବାନନ୍, ଗାଜାରେ ଶତାଧିକ ନିହତ: ହେଜବୁଲ୍ଲାର କମାଣ୍ଡ ସେଣ୍ଟର ଧ୍ବସ୍ତ

ଇସ୍ରାଏଲ ସେନା ଲେବାନନ ରାଜଧାନୀ ବେରୁତ ଏବଂ ପାଲେଷ୍ଟାଇନ ଅଞ୍ଚଳ ଗାଜା ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି।  ହେଜବୁଲ୍ଲା ଗଡ଼ ଉପରେ ଟାର୍ଗେଟ କରି  ହୋଇଥିବା ଆକ୍ରମଣରେ ଏକ ବିଶାଳ କମାଣ୍ଡ ସେଣ୍ଟର ଧ୍ବସ୍ତ ହୋଇଛି।

gdjgjdgdjdgj

ବେରୁତ: ଇସ୍ରାଏଲ ସେନା ଲେବାନନ ରାଜଧାନୀ ବେରୁତ ଏବଂ ପାଲେଷ୍ଟାଇନ ଅଞ୍ଚଳ ଗାଜା ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି।  ହେଜବୁଲ୍ଲା ଗଡ଼ ଉପରେ ଟାର୍ଗେଟ କରି  ହୋଇଥିବା ଆକ୍ରମଣରେ ଏକ ବିଶାଳ କମାଣ୍ଡ ସେଣ୍ଟର ଧ୍ବସ୍ତ ହୋଇଛି। ଏହା ସହିତ ଇସ୍ରାଏଲ ବାୟୁସେନା  ହେଜବୁଲ୍ଲାର ଏକ ଭୂତଳ ଅସ୍ତ୍ରଶସ୍ତ୍ର କାରଖାନା ଉପରେ ମଧ୍ୟ ଆକ୍ରମଣ କରି ଏହାକୁ ଛାରଖାର କରିଦେଇଛି। ଇରାନ ସମର୍ଥିତ ହେଜବୁଲ୍ଲା  ସହ ଲଢ଼େଇ ତୀବ୍ର ହେବା ପରେ ଇସ୍ରାଏଲର ଉତ୍ତର ସୀମାରେ ଆଜି ଆତଙ୍କବାଦୀମାନେ ଶତାଧିକ ରକେଟ୍‌ ମାଡ଼ କରିଛନ୍ତି। ତେବେ ଏଥିରେ କେହି ମୃତାହତ ହୋଇଥିବା ରିପୋର୍ଟ ମିଳିନାହିଁ। ଇସ୍ରାଏଲ ସେନା ଏକ ବୟାନରେ କହିଛି ଯେ ହେଜବୁଲ୍ଲାର ଗୁଇନ୍ଦା ମୁଖ୍ୟାଳୟ ଓ କମାଣ୍ଡ ସେଣ୍ଟର ଧ୍ବସ୍ତ ହେବା ଏକ ବହୁତ ବଡ଼ ସଫଳତା ।

ହେଜବୁଲ୍ଲାର କମାଣ୍ଡ ସେଣ୍ଟର ଧ୍ବସ୍ତ
ଇସ୍ରାଏଲ ଉପରେ ରକେଟ୍‌ ଆକ୍ରମଣ ନିଷ୍ଫଳ
ଗାଜାରେ କୌଣସି ସ୍ଥାନ ନିରାପଦ ନାହିଁ: ଜାତିସଂଘ

ଉଭୟ ଗାଜା ଓ ଲେବାନନ୍‌ ଉପରେ ହୋଇଥିବା ଆକ୍ରମଣରେ ୧୪୦ରୁ ଅଧିକ ନିହତ ହୋଇଥିବା ଜଣାପଡ଼ିଛି।   ଗାଜାରେ ଆଜି ଆକ୍ରମଣଜନିତ ମୃତ୍ୟୁସଂଖ୍ୟା ୯୦ ଅତିକ୍ରମ କରିଥିବା ଜଣାପଡ଼ିଛି।  ଇସ୍ରାଏଲ ଗାଜାରେ ଆକ୍ରମଣ ଜାରି ରଖିଥିବା ବେଳେ କିଛି ସପ୍ତାହ ଧରି ଅବରୋଧ ପରେ ଉତ୍ତରାଞ୍ଚଳରେ ଘୋର ମାନବିକ ସଙ୍କଟ ଦେଖାଦେଇଛି। ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ଗାଜାର ବେଇତ ଲାହିୟାରେ ଇସ୍ରାଏଲର ଆକ୍ରମଣରେ ଅତି କମ୍‌ରେ ୭୩ ଜଣ ପାଲେଷ୍ଟାଇନ୍ ନାଗରିକ ପ୍ରାଣ ହରାଇଛନ୍ତି।

ଉଦ୍ଧାରକାରୀ କର୍ମଚାରୀମାନେ ଭଗ୍ନାବଶେଷ ସଫା କରିବା ଏବଂ ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ  ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଗାଜାରେ ଆଉ କୌଣସି ସ୍ଥାନ ନିରାପଦ ନୁହେଁ ବୋଲି ଆଜି ଜାତିସଂଘ କହିଛି।  ବିଭିନ୍ନ ବିଦ୍ୟାଳୟରେ ଚାଲିଥିବା ଶିବିର ଏବଂ ହସ୍ପିଟାଲଗୁଡ଼ିକ ଉପରେ ମଧ୍ୟ ଲଗାତାର ଆକ୍ରମଣ ହେଉଛି। ଏ ସବୁ ସ୍ଥାନରେ ହମାସ ଆତଙ୍କୀମାନେ ଲୁଚି ରହୁଥିବାରୁ ସେମାନଙ୍କୁ ଟାର୍ଗେଟ୍‌ କରାଯାଉଛି ବୋଲି ଇସ୍ରାଏଲ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe