ନିଜ ରାଜ୍ୟକୁ ଫେରିବା ପାଇଁ ସୁବିଧା ଯୋଗାଇଦେବାକୁ ଦାବି କରି ସୁରଟରେ ଲଙ୍କାକାଣ୍ଡ ଘଟାଇଲେ ପ୍ରବାସୀ ଶ୍ରମିକ

ନିଜ ରାଜ୍ୟକୁ ଫେରିବା ପାଇଁ ସୁବିଧା ଯୋଗାଇଦେବାକୁ ଦାବି କରି ସୁରଟରେ ଲଙ୍କାକାଣ୍ଡ ଘଟାଇଲେ ପ୍ରବାସୀ ଶ୍ରମିକ

News Nation

ସୁରଟ (ଗୁଜୁରାଟ): ଦେଶରେ ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ତେବେ, ଏହି ଲକ୍‌ଡାଉନ୍‌ କାଳରେ ଗୁଜୁରାଟର ସୁରଟରେ ଅଟକ ରହି ଦେଶର ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ସୁବିଧା ଯୋଗାଇଦେବା ପାଇଁ ଦାବି କରି ଆଜି ବ୍ୟାପକ ଭଙ୍ଗାରୁଜା କରିବା ସହ ଲଙ୍କାକାଣ୍ଡ ଘଟାଇଛନ୍ତି।
ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ ଯେ ସୁରଟ ଉପକଣ୍ଠରେ ନିର୍ମିତ ହେଉଥିବା ସୌଧ ନିର୍ମାଣ କାର୍ଯ୍ୟର ଠିକା ନେଇଥିବା ଜନୈକ କଣ୍ଟ୍ରାକ୍ଟର ଏହି ସୌଧର ନିର୍ମାଣ କାର୍ଯ୍ୟରେ ଦେଶର ବିଭିନ୍ନ ରାଜ୍ୟରୁ ଶତାଧିକ ପ୍ରବାସୀ ଶ୍ରମିକଙ୍କୁ ଆଣି ମୁତୟନ କରିଥିଲେ। ତେବେ, ଲକ୍‌ଡାଉନ କାଳରେ ପ୍ରବାସୀ ଶ୍ରମିକମାନେ ଏହି ନିର୍ମାଣଧୀନ ସୌଧର ଅସ୍ଥାୟୀ ଶିବିରରେ ଅଟକ ରହି ଯାଇଥିଲେ। ହେଲେ, ଅଟକ ରହି ଯାଇଥିବା ଶ୍ରମିକମାନଙ୍କୁ ଲକ୍‌ଡାଉନ୍‌ ପରେ କଣ୍ଟ୍ରାକ୍ଟର ଜଣକ ଆଉ ଧରାଛୁଆଁ ଦେଲେ ନାହିଁ କି ସେମାନଙ୍କ ମଜୁରି ମଧ୍ୟ ଦେଲେନାହିଁ। ଫଳରେ ଦୀର୍ଘ ଦିନ ଧରି ଭୋକ ଓପାସରେ ରହିବା ପରେ ଆଜି ଶତାଧିକ ପ୍ରବାସୀ ଶ୍ରମିକ ରାଜରାସ୍ତାକୁ ଓହ୍ଲାଇ ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ସୁବିଧା ଯୋଗାଇଦେବା ପାଇଁ ଦାବି କରି ଆଜି ବ୍ୟାପକ ଭଙ୍ଗାରୁଜା କରିବା ସହ ଲଙ୍କାକାଣ୍ଡ ଘଟାଇଥିଲେ। ଏମାନେ ବ୍ୟାପକ ଭଙ୍ଗାରୁଜା କରିବା ସହ ସେଠାରେ ଥିବା ଦୁଇଟି ସରକାରୀ ଗାଡ଼ିକୁ ମଧ୍ୟ ଭାଙ୍ଗି ପକାଇଥିଲେ। ଘଟଣା ସଂପର୍କରେ ଖବର ପାଇ ସୁରଟ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ପରସ୍ଥିତିକୁ ଆୟତ୍ତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe