ବାକ୍ ସ୍ବାଧୀନତାକୁ ସମର୍ଥନ କରିବା ପାଇଁ ଶତାଧିକ ଲେଖକଙ୍କ ରାଷ୍ଟ୍ରପତିଙ୍କୁ ଅନୁରୋଧ

Advertisment
ଭୁବନେଶ୍ବରରେ ଆସନ୍ତାକାଲି ଦିନ ୧ଟା ପରେ ସବୁ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ଛୁଟି

ନୂଆଦିଲ୍ଲୀ: ଶତାଧିକ ଖ୍ୟାତନାମା ଅନ୍ତର୍ଜାତୀୟ ଲେଖକ ଓ କଳାକାର ଭାରତରେ ବାକ୍ ସ୍ବାଧୀନତା ଅଧିକାରର ଅବସ୍ଥା ବିଷୟରେ ଚିନ୍ତା ପ୍ରକଟ କରିବା ସହ ଏହି ଗଣତାନ୍ତ୍ରିକ ଆଦର୍ଶକୁ ସମର୍ଥନ କରିବା ପାଇଁ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି। ଉକ୍ତ ଚିଠିରେ ଦସ୍ତଖତ କରିଥିବା ୧୦୨ ଜଣ ଲେଖକଙ୍କ ଭିତରେ ଅଛନ୍ତି ମାରିନା ଆବ୍ରାମୋବିକ, ପଲ ଅଷ୍ଟର, ଜେଏମ୍ କିଟଜୀ, ଜେନିଫର ଏଗାନ, ଜୋନାଥାନ ଫ୍ରାଞ୍ଜେନ, ଆଜାର ନାଫିସି ଓ ଅର୍ଫାନ ପାମୁକ ପ୍ରମୁଖ। ସେମାନେ ଲେଖିଛନ୍ତି ଯେ ଭାରତରେ ସ୍ବାଧୀନତାର ୭୫ ବର୍ଷ ପାଳନ କରାଯାଉଥିବା ବେଳେ ଏଠାରେ ଗଣତନ୍ତ୍ରର ମୂଳ ଜିନିଷ ସ୍ବାଧୀନ ଅଭିବ୍ୟକ୍ତିର ଅଧିକାରକୁ କ୍ଷୁଣ୍ଣ କରାଯାଉଛି। ତେଣୁ ମୁର୍ମୁ ବାକ୍ ସ୍ବାଧୀନତାକୁ ସମର୍ଥନ କରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ ପେନ ଆମେରିକା ପକ୍ଷରୁ ‘ଇଣ୍ଡିଆ ଆଟ୍ ୭୫’ ଶୀର୍ଷକରେ ଏକ ବହି ପ୍ରକାଶ କରାଯାଇଛି, ଯେଉଁଥିରେ ସଲମାନ ରୁଶଦିଙ୍କ ସମେତ ୧୧୩ ଜଣ ଲେଖକଙ୍କ ଲେଖା ସ୍ଥାନ ପାଇଛି। ଅନ୍ୟ ଲେଖକଙ୍କ ଭିତରେ ଅଛନ୍ତି ଝୁମ୍ପା ଲାହିଡ଼ି, ଆବ୍ରାହମ ବର୍ଗିଜ, ଶୋଭା ଦେ, ରାଜମୋହନ ଗାନ୍ଧି, ରୋମିଲା ଥାପର, ଆକାର ପଟେଲ, ଅନୀତା ଦେଶାଇ, ଗୀତାଞ୍ଜଳି ଶ୍ରୀ, ପେରୁମଲ ମୁରୁଗାନ, ପି ସାଇନାଥ, କିରଣ ଦେଶାଇ, ସୁକେତୁ ମେହଟ୍ଟା ଓ ଜିଆ ଜାଫ୍ରେ ପ୍ରମୁଖ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe