ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ: ଲୋକେ ଖାଉଛନ୍ତି କୃତ୍ରିମ ମାଂସ

ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ: ଲୋକେ ଖାଉଛନ୍ତି କୃତ୍ରିମ ମାଂସ

Image Courtesy of TOI

ନୂଆଦିଲ୍ଲୀ: ପୃଥକବାଦୀ ଦେଶ ଉତ୍ତର କୋରିଆରେ ନିର୍ଧନମାନେ କେମିତି ମହାମାରି ତୁଲ୍ୟ ଦାରିଦ୍ର୍ୟ ଏବଂ ଲାଗି ରହିଥିବା କ୍ଷୁଧାରେ ଜିଇଁଛନ୍ତି ସେ ବିଷୟରେ କହନ୍ତି ସେ ଦେଶତ୍ୟାଗ କରିଥିବା ଲୋକେ। ଜାତିସଂଘ କଟକଣା ଦ୍ୱାରା ରୁଦ୍ଧ ହୋଇ ଯାଇଥିବା ଅର୍ଥନୀତିର ବୋଝ ମୁଣ୍ଡାଇ ଥିବା ଉତ୍ତର କୋରୀୟମାନେ ଭାତ ଉପରେ ‘ଇଞ୍ଜୋଗୋଗି’ କୃତ୍ରିମ ମାଂସ ରଖା ଯାଇଥିବା ଭୋଜନ ଖାଉଛନ୍ତି।

୭୦ ପ୍ରତିଶତ ଲୋକଙ୍କୁ ରେସନ୍‌ କୁପନ ଗ୍ୟାରେଣ୍ଟି ଦେଉଥିବା ପବ୍ଲିକ୍‌ ଡିଷ୍ଟ୍ରିବ୍ୟୁସନ୍‌ ସିଷ୍ଟମ୍‌ ସତ୍ତ୍ୱେ ୬୧% ଉତ୍ତର କୋରୀୟ ସେମାନଙ୍କର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟର ଉତ୍ସରୂପେ ତଥାପି ଇନ୍‌ଫର୍ମାଲ୍‌ ଏବଂ ପ୍ରାଇଭେଟ୍‌ ମାର୍କେଟ୍‌ ଉପରେ ନିର୍ଭରଶୀଳ। ଦେଶତ୍ୟାଗୀମାନଙ୍କର ୨୦୧୫ ସର୍ବେକ୍ଷଣରୁ ଜଣାପଡୁଛି ଯେ ପିଡିଏସ୍‌ ଭଳି ରାଷ୍ଟ୍ରାୟତ ଚାନେଲ୍‌ଗୁଡ଼ିକ ଲୋକମାନଙ୍କର ଖାଦ୍ୟ ଗ୍ରହଣର ୨୩. ୫% ପୂରଣ କରୁଛି।

ପ୍ରାଇଭେଟ୍‌ ମାର୍କେଟ୍‌ଗୁଡ଼ିକର ଅଛି ଉତ୍ତର କୋରୀୟଙ୍କର ମୁଖ୍ୟ ଆହାର ହୋଇଥିବା ବଳିଷ୍ଠ ପଥପାର୍ଶ୍ୱ ଭୋଜନ ସଂସ୍କୃତି। ସୋୟାବିନ୍‌ ପିଡ଼ିଆରୁ ପ୍ରସ୍ତୁତ କୃତ୍ରିମ ମାଂସ ‘ଇଞ୍ଜୋଗୋଗି’, ମକ୍କାରୁ ପ୍ରସ୍ତୁତ ‘ସ୍ପିଡ୍‌’ କେକ୍‌ ଭଳି ଖାଦ୍ୟ ସବୁରେ ଭରି ରହିଥିବା ଉଚ୍ଚମାତ୍ରାର ପୁଷ୍ଟିସାର ଏବଂ ତନ୍ତୁ କୋରୀୟମାନଙ୍କର ମାଂସପେଶୀ ବିକାଶ କରାଇବା ସହ କ୍ଷୁଧା ନିବାରଣ କରେ।

publive-image Injogogi- Image Courtesy of TOI

ତେଣୁ ଉତ୍ତର କୋରୀୟମାନେ ଅପପୁଷ୍ଟର ଶିକାର ହୋଇଥିବାରେ ଆଚମ୍ବିତ ହେବାର କୌଣସି କାରଣ ନାହିଁ। ୨୦୦୯ରେ କରଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଉତ୍ତର କୋରିଆର ପ୍ରାକ୍‌-ସ୍କୁଲ୍‌ ପିଲାମାନେ ଦକ୍ଷିଣ କୋରିଆର ସେ ଭଳି ପିଲାଙ୍କ ତୁଳନାରେ ୧୩ ସେ. ମି. ବାଙ୍ଗରା ଏବଂ ୭ କିଲୋ ହାଲୁକା।

ଜାତିସଂଘର ଫୁଡ୍‌ ଏଜେନ୍‌ସି ଓ୍ଵାର୍ଲଡ୍‌ ଫୁଡ୍‌ ପ୍ରୋଗ୍ରାମ୍‌ (ଡବ୍ଲୁଏଫ୍‌ପି) କହିବାନୁସାରେ, ସଦସ୍ୟ ରାଷ୍ଟ୍ରମାନଙ୍କ ଦାନରେ ‘ନ୍ୟୁଟ୍ରିସ୍‌ନାଲ୍‌ ସପୋର୍ଟ’ ବାବଦରେ ସଂଗ୍ରହ ହୋଇଥିବା ୭୬ ମିଲିୟନ୍‌ ଡଲାର୍‌ରୁ ଖାଦ୍ୟ ସହାୟତା ବାବଦରେ ଉତ୍ତର କୋରିଆ ୪୨ ମିଲିୟନ୍‌ ଡଲାର୍‌ ଗ୍ରହଣ କରିଥିଲା।
ଉତ୍ତର କୋରୀୟମାନେ ସର୍ବଦା ଖାଉଥିବା, ମୁଖ୍ୟତଃ ଚାଉଳ/ମକ୍କା, କିମ୍‌ଚି ଏବଂ ବିନ୍‌ ଆଣରେ ପ୍ରସ୍ତୁତ ଗୋଟିଏ ପ୍ରକାର ଆହାରରେ ଅତ୍ୟାବଶ୍ୟକୀୟ ଚର୍ବି ଏବଂ ପୁଷ୍ଟିସାର ନ ଥାଏ ବୋଲି ଫୁଡ୍‌ ଏଜେନ୍‌ସି କହିଛି।

କେତେକ ଦେଶତ୍ୟାଗୀ କହିଛନ୍ତି ବିଶ୍ୱ କଟକଣା ସତ୍ତ୍ୱେ ୨୦୧୧ରେ କ୍ଷମତାକୁ ଆସି ଘରୋଇ ବାଣିଜ୍ୟରେ କଟକଣା କୋହଳ କରିଥିବା କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଅମଳରେ ଖାଦ୍ୟ ଯୋଗଣରେ ଉନ୍ନତି ପରିଲକ୍ଷିତ ହୋଇଥିଲା।

publive-image Image Courtesy of TOI

ବରାବର ମାଂସ ଖାଇବା କାରଣରୁ ଧନୀ ଦେଶତ୍ୟାଗୀମାନେ ଗିରଫ ହୋଇଥିଲେ। ଘୁଷୁରି ମାଂସ ସାଧାରଣ କଥା, କିନ୍ତୁ କେତେକ ମଧ୍ୟ କୁକୁର, ଠେକୁଆ ଏବଂ ଗାଡ଼ଭାଲୁ ମାଂସ ଖାଇଥିବା କଥା ଉଠିଥିଲା। ଅନ୍ୟପକ୍ଷରେ ଦରିଦ୍ରମାନେ ଭାତ ବଦଳରେ ବ୍ୟକ୍ତିଗତ ଭାବେ ଚାଷ କରି ଅମଳ କରୁଥିବା ପରିବା ଏବଂ ମକ୍କା ଖାଉଥିଲେ।

କିନ୍ତୁ, ଅର୍ଥ ଥିବା ମଧ୍ୟମ ବର୍ଗର ଲୋକେ ରାଜଧାନୀରେ ଥିବା ରାଷ୍ଟ୍ରାୟତ ରେସ୍ତୋରାଁଗୁଡ଼ିକରେ ପିପରୋନି ପିଜ୍ଜା ଏବଂ ସ୍ପାଘେଟି ଭୋଙ୍ଗଲ୍‌ ଆଦି ସୁଖାଦ୍ୟ ଖାଉଥିଲେ।

ପିୟୋଙ୍ଗ୍ୟାଙ୍ଗ୍‌ରେ ଥିବା ପ୍ରଭାବଶାଳୀ ଲୋକମାନେ ଛେଳି ମାଂସ, କୁକୁର ମାଂସ ଏବଂ ହରିଣ ମାଂସ ଆଦି ବିବିଧ ଭୋଜନ ପକାଉଥିବା କଥା ଜଣେ ଦେଶତ୍ୟାଗୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe