ସ୍ତ୍ରୀକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିବା ସ୍ବାମୀ ୩ଦିନ ପରେ ଖୁସିରେ ନାଚି ଉଠିଲେ

ସ୍ତ୍ରୀକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିବା ସ୍ବାମୀ ୩ଦିନ ପରେ ଖୁସିରେ ନାଚି ଉଠିଲେ

ନୂଆଦିଲ୍ଲୀ: ଗୋରଖପୁରସ୍ଥିତ ବାନ୍ସଗ୍ରାମ ଅଞ୍ଚଳସ୍ଥ  ଗ୍ରାମରେ ବସବାସ କରୁଥିବା ରାମସୁମେରଙ୍କ ସ୍ତ୍ରୀ ଫୁଲମତି ଜୁନ ୧୪ ତାରିଖ ସନ୍ଧ୍ୟାରେ ବାଲଘାଟ ଥାନା ଅଞ୍ଚଳସ୍ଥ ଶାହପୁରରେ ଥିବା ତାଙ୍କ ବାପଘରକୁ ବୁଲିବାକୁ ଯାଇଥିଲେ। ସେଠାରୁ ଜୁନ ୧୫ ତାରିଖରେ ସେ ଶାଶୁଘରକୁ ବାହାରିଥି‌ଲେ କିନ୍ତୁ  ଜୁନ ୧୮ ତାରିଖ ପର୍ଯ୍ୟନ୍ତ ତାଙ୍କର କୌଣସି ଖବର ମିଳି ନଥିଲା।

ଏହାପରେ ଫୁଲମତୀଙ୍କ ସ୍ବାମୀ ରାମସୁମେର ଥାନାରେ ସ୍ତ୍ରୀ ନିଖୋଜ ମାମଲା ରୁଜୁ କରିଥିଲେ। ଜୁନ ୧୯ରେ ଥାନା ନିକଟରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ପୁଲିସ ଦେଖିବାକୁ ପାଇଥିଲା। ଏହାପରେ ଫୁଲମତୀଙ୍କ ପରିବାରଲୋକଙ୍କୁ ସୂଚନା ଦେଇଥିଲା। ପରିବାରଲୋକ ବି ଯେଉଁ ମୃତଦେହ ଦେଖିଥିଲେ ଫୁଲମତୀ ବୋଲି ଚିହ୍ନଟ କରିଥିଲେ।

ମୃତଦେହକୁ ଘରକୁ ନେଇ ରୀତିନୀତି ଅନୁଯାୟୀ ଶବ ସଂସ୍କାର କରିଥିଲେ। ଶବ ସଂସ୍କାରର ତିନିଦିନ ପରେ ଫୁଲମତୀ ଘରକୁ ଫେରି‌ଥିଲେ। ଫୁଲମତୀଙ୍କୁ ପୁଣିଥରେ ପାଇ ତାଙ୍କ ପରିବାରଲୋକ ଓ ସ୍ବାମୀ ରାମସୁମେର ଖୁସି ହୋଇଯାଇଥିଲେ।

ଘରକୁ ଫେରି ଫୁଲମତୀ କହିଛନ୍ତି, ‘ମୁଁ ବାପା ଘରକୁ ଆସିବା ସମୟରେ ଭୁଲବଶତଃ ଅନ୍ୟ ଏକ ଟ୍ରେନରେ ଚଢ଼ି ଯାଇଥିଲି। ଯେଉଁ ଟ୍ରେନଟି ମୋତେ ଦେରାଡୁନ ନେଇଯାଇଥିଲା। ଟ୍ରେନରେ ମୋତେ ନିଦ ହୋଇଯାଇଥିବାରୁ ଭୁଲ ଟ୍ରେନରେ ବସିଛି ବୋଲି ଜାଣି ପାରି ନଥଲି। ସେ ସମୟରେ ମୋ ଫୋନ ବି ଖରାପ ହୋଇଯାଇଥିଲା। ତେଣୁ ମୁଁ କାହାରି ସହିତ ଯୋଗଯୋଗ କରି ପାରି ଥିଲି। ବେଶୀ ପାଠ ପଢ଼ି ନଥିବାରୁ ସ୍ବାମୀ କି କେଉଁ ସମ୍ପର୍କୀୟଙ୍କ ନମ୍ବର ବି ମୋର ମନ ନଥିଲା। ସେଠାରୁ ଘରକୁ ଫେରିବା ପାଇଁ ମୋତେ ତିନିଦିନର ସମୟ ଲାଗିଗଲା।’

ତେବେ ରାମସୁମେର ଶବ ସଂସ୍କାର କରିଥିବା ମହିଳା ଜଣକ କିଏ ସେନେଇ ପୁଲିସ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe