'ମୋ ପତ୍ନୀର ଅପରାଧିକ ରେକର୍ଡ ଯାଞ୍ଚ କର' ପୁଲିସକୁ ଫୋନ କରି ସ୍ତ୍ରୀ'ର ଅପରାଧ ତାଲିକା ଦେଲା ସ୍ୱାମୀ

Advertisment
'ମୋ ପତ୍ନୀର ଅପରାଧିକ ରେକର୍ଡ ଯାଞ୍ଚ କର' ପୁଲିସକୁ ଫୋନ କରି ସ୍ତ୍ରୀ'ର ଅପରାଧ ତାଲିକା ଦେଲା ସ୍ୱାମୀ

The Criminal Law Blog - WordPress.com

ପୋରବନ୍ଦର: ମୋ ପତ୍ନୀର ଅପରାଧିକ ରେକର୍ଡ ଯାଞ୍ଚ କର, ତାହାର ଅପରାଧିକ କାର୍ଯ୍ୟକଳାପକୁ ତଦନ୍ତ କରାଯାଉ | ପୁଲିସକୁ ଫୋନ କରି ନିଜ ସ୍ତ୍ରୀ'ର ଅପରାଧ ବାବଦରେ ସୂଚନା ଦେଲା ସ୍ୱାମୀ | ଗୁଜୁରାଟର ପୋରବନ୍ଦରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ କରିଥିବା ବିଭିନ୍ନ ଅପରାଧିକ ମାମଲାର ତଦନ୍ତ ପାଇଁ ଜିଲ୍ଲା ପୁଲିସ ଅଧୀକ୍ଷକଙ୍କୁ ଅନୁରୋଧ କରିଛନ୍ତି। ସୂଚନାନୁସାରେ, ପୋରବନ୍ଦର ଅଂଚଳରେ ରହି ପରିବା ବିକ୍ରେତା ବିମଳ କାରିଆ ତାଙ୍କ ପତ୍ନୀ ରୀତାଙ୍କ ଅପରାଧିକ ଇତିହାସ ବିଷୟରେ ଜାଣିପାରିଥିଲେ । ରୀତାଙ୍କର ପ୍ରଥମ ସ୍ୱାମୀ ୫୦୦୦ଟି କାର ଚୋରି ସହ ହତ୍ୟା, ଡକାୟତି ସହ ପଶୁ ଶିକାର ଭଳି ଗୁରୁତର ଅପରାଧିକ ମାମଲାର ଅଭିଯୁକ୍ତ ଥିଲେ | ପୁଲିସ୍ ସୂତ୍ରରୁ ପ୍ରକାଶ ଯେ ଏବାବଦରେ ବିମଳଙ୍କ ପାଖରୁ ଜାଣିବା ପରେ ତାଙ୍କର ବୟାନ ରେକର୍ଡ କରାଯାଇଛି। ସେହିପରି ରୀତାଙ୍କ ଅପରାଧିକ ଇତିହାସ ଜାଣିବା ପାଇଁ ଆସାମ ସହ ଅନ୍ୟାନ୍ୟ ରାଜ୍ୟରୁ ତଥ୍ୟ ସଂଗ୍ରହ କରାଯାଉଛି |

ବିମଳ କହିଛନ୍ତି ଯେ ୨୦୨୧ ମସିହାରେ, ଏକ ଅନଲାଇନ୍ ପ୍ଲାଟଫର୍ମରେ ନିଜ ପାଇଁ କନ୍ୟା ଖୋଜୁଥିବାବେଳେ ରୀତା ତାଙ୍କ ସମ୍ପର୍କରେ ଆସିଥିଲେ | ପତ୍ନୀ ଜଣକ ନିଜକୁ ରୀତା ଦାସ ବୋଲି ପରିଚୟ ଦେଇ କହିଥିଲେ ଯେ ତାଙ୍କର ଛାଡପତ୍ର ହୋଇଯାଇଛି | ଏହାପରେ ରୀତା ବିମଳଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଓ ବିମଳ ମଧ୍ୟ ରାଜି ହେବାରୁ ଉଭୟଙ୍କର ବିବାହ ହୋଇଥିଲା | ତେବେ ୨୦୨୨ ମସିହାରେ ପ୍ରଥମ ଥର ପାଇଁ ବିମଳ ଦେଖିଥିଲେ ଯେ ତାଙ୍କ ପତ୍ନୀ କିଛି ଅପରାଧୀଙ୍କ ସହ କଥାବାର୍ତ୍ତା ହେଉଥିଲେ | ଏହା ପରେ ସନ୍ଦେହ ବଢିଥିଲା | ଯେତେବେଳେ ସେ ରୀତାଙ୍କୁ ଏବାବଦରେ ପଚାରିଥିଲେ ତାଙ୍କ ନାମ ରୀତା ଦାସ ନୁହେଁ ବୋଲି ଜଣାପଡିଥିଲା | ଏହାପରେ ବିମଳ ଏବେ ପୁଲିସର ଦ୍ୱାରସ୍ଥ ହୋଇ ତଦନ୍ତ କରିବାକୁ ନିବେଦନ କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe