ଚାଲିପାରିଲାନି ୧୫ ଦିନର ସଂସାର, ପତ୍ନୀଙ୍କୁ ହତ୍ୟା କରି ଅଖାରେ ପୁରାଇ ଫିଙ୍ଗିଦେଲେ ସ୍ୱାମୀ

Advertisment
ଚାଲିପାରିଲାନି ୧୫ ଦିନର ସଂସାର, ପତ୍ନୀଙ୍କୁ ହତ୍ୟା କରି ଅଖାରେ ପୁରାଇ ଫିଙ୍ଗିଦେଲେ ସ୍ୱାମୀ

ଜୟପୁର: ମାତ୍ର ୧୫ ଦିନ ତଳେ ଉଭୟ ବିବାହ କରିଥିଲେ | ମନ ମିଶିଥିଲେ ବି ସନ୍ଦେହ ହିଁ କଣ୍ଟା ସାଜିଲା | ଆଉ ପତ୍ନୀଙ୍କୁ ହତ୍ୟା କରି ଅଖାରେ ପୁରାଇ ଫିଙ୍ଗିଦେଲେ ସ୍ୱାମୀ | ରାଜସ୍ଥାନର ଆଜମେରରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଆଜମେରର କୃଶଚୀୟାନଗଞ୍ଜ ପୁଲିସ୍ ଷ୍ଟେସନ ଅନ୍ତର୍ଗତ ଦ୍ୱାରକା ନଗରରେ ରହୁଥିବା ମୁକେଶ ନାମକ ଜଣେ ଯୁବକ ତାଙ୍କ ପତ୍ନୀଙ୍କୁ ହତ୍ୟା କରି ଆଜି ସକାଳୁ ଫେରାର ହୋଇଯାଇଥିବାର ସୂଚନା ମିଳିଛି | ଅନ୍ୟପକ୍ଷରେ ପଡୋଶୀଙ୍କଠାରୁ ଏବାବଦରେ ସୂଚନା ପାଇ କୃଶଚୀୟାନଗଞ୍ଜ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘରର ତାଲା ଭାଙ୍ଗି ଘଟଣାସ୍ଥଳ ଯାଞ୍ଚ କରି ପ୍ରମାଣ ସଂଗ୍ରହ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି।

ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ବୁଧବାର ସକାଳେ ମୁକେଶଙ୍କ ପତ୍ନୀ ପାଟି କରି ବଞ୍ଚାଅ-ବଞ୍ଚାଅ କହୁଥିବାର ସେମାନେ ଶୁଣିଥିଲେ | କିଛି ସମୟ ପରେ ଆଉ ଶବ୍ଦ ଶୁଣିବାକୁ ମିଳିନଥିଲା ଓ ପଡ଼ୋଶୀମାନେ ନିଜ ଘରକୁ ପଳାଇଯାଇଥିଲେ । ଏହା ପରେ ପଡ଼ୋଶୀମାନେ ଦେଖିଲେ ଯେ, ଯେଉଁ ଘରେ ଝଗଡା ଚାଲିଥିଲା, ​​ମୁକେଶ ସେହି ଘରୁ ଏକ ଅଖା ଧରି ବାହାରକୁ ଆସିଥିଲା | ଏହି ଅଖାରେ ମହିଳାଙ୍କ କେଶ ଦେଖାଯାଇଥିଲା | ଏହାପରେ ମୁକେଶ ଅଖାକୁ ସ୍କୁଟରରେ ରଖି ଫେରାର ହୋଇଯାଇଥିଲା |

ପଡୋଶୀମାନେ ଏନେଇ ପୁଲିସକୁ ସୂଚନା ଦେଇଥିଲେ। କୃଶଚୀୟାନଗଞ୍ଜ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯେତେବେଳେ ପୁଲିସ ଘରର ତାଲା ଖୋଲିଲା, ସେଠାରେ ରକ୍ତ ପଡିଥିବାର ଦେଖିବାକୁ ପାଇଥିଲା | ପଡୋଶୀମାନେ ସନ୍ଦେହ ପ୍ରକଟ କରିଥିଲେ ଯେ ମୁକେଶ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲେ ଏବଂ ମୃତଦେହକୁ ଫୋପାଡି ଦେବା ପାଇଁ ସେ ଫେରାର ହୋଇଯାଇଛି । ଏ ବାବଦରେ କୃଶଚୀୟାନଗଞ୍ଜ ପୁଲିସ ପକ୍ଷରୁ କୁହାଯାଇଛି ଯେ ଏହି ଘଟଣାର ଅନୁସନ୍ଧାନ ଚାଲିଛି । ଅଭିଯୁକ୍ତଙ୍କୁ ଖୋଜା ଚାଲିଛି। ପଡ଼ୋଶୀଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ ମୁକେଶଙ୍କ ବିବାହ ୧୫ ଦିନ ପୂର୍ବରୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe