ଆମେଥିରେ ବର୍ବର କାଣ୍ଡ : ଦଳିତ ମୁଖିଆଙ୍କ ସ୍ବାମୀଙ୍କୁ ଜିଅନ୍ତା ଜାଳିଦେଲେ

Advertisment
ମହଙ୍ଗା ପଡ଼ିଲା ବିଦ୍ୟୁତ୍ ଗ୍ରିଡରୁ ଚୋରି: ପୋଡ଼ିଗଲେ ଦୁଇ ଯୁବକ, ବର୍ତ୍ତିଗଲେ ଛଅ

Samaja Live English

ଆମେଥି : ଉତ୍ତରପ୍ରଦେଶର ଆମେଥିରେ ଆଜି ଏକ ବର୍ବର କାଣ୍ଡ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ବନ୍ଦୋଇୟା ଗ୍ରାମର ଦଳିତ ସଂପ୍ରଦାୟର ମୁଖିଆଙ୍କ ସ୍ବାମୀଙ୍କୁ କିଛି ଲୋକ ପେଟ୍ରୋଲ ପକାଇ ଜିଅନ୍ତା ଜାଳି ଦେଇଛନ୍ତି। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲ ନିଆଯାଉଥିବା ବେଳେ ରାସ୍ତାରେ ମୃତ୍ୟୁ ଘଟିଛି। ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଏହି ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା ବଢ଼ୁଥିବାରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ଭେଟୁଆ ବ୍ଲକ୍‌ ଅନ୍ତର୍ଗତ ବନ୍ଦୋଇୟା ଗ୍ରାମର ଦଳିତ ସଂପ୍ରଦାୟର ମୁଖିଆଙ୍କ ସ୍ବାମୀ ଅର୍ଜୁନ ପ୍ରସାଦ କୋରି (୫୦) ଗତକାଲି ସନ୍ଧ୍ୟାରେ ବଜାରକୁ ଯାଇ ଆଉ ଘରକୁ ଫେରିନଥିଲେ। ଏହାପରେ ରାତି ପ୍ରାୟ ୧୨ଟା ବେଳେ ଗ୍ରାମର ଆଶିଷ ତ୍ରିପାଠୀଙ୍କ ଘର ପଛରେ ତାଙ୍କୁ ଜଳନ୍ତା ଅବସ୍ଥାରେ ଠାବ କରାଯାଇଥିଲା। ଗ୍ରାମର ୪ ଜଣ ଉଚ୍ଚ ବର୍ଗର ବ୍ୟକ୍ତି ତାଙ୍କୁ ଅପହରଣ କରିବା ପରେ ଜିଅନ୍ତା ଜାଳି ଦେଇଥିବା ଜଣାପଡ଼ିଛି। ଗ୍ରାମର କୃଷ୍ଣ କୁମାର ତିୱାରୀ ଏବଂ ତା’ଙ୍କ ସହଯୋଗୀମାନେ ଏହି ହତ୍ୟାରେ ସଂପୃକ୍ତ ବୋଲି ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ସେମାନଙ୍କୁ ଗିରଫ କରିଛି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ନିର୍ବାଚନ କ୍ଷେତ୍ର ଆମେଥିରେ ଏହି ହତ୍ୟାକୁ ନେଇ ଦଳିତ ବର୍ଗଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe