ନିର୍ବାଚନ ପ୍ରଚାର ପାଇଁ ସ୍ତ୍ରୀର ପୋଷ୍ଟର ଲଗାଉଥିବା ବେଳେ ବିଦ୍ୟୁତ ଆଘାତରେ ସ୍ବାମୀ ମୃତ

Advertisment
ନିର୍ବାଚନ ପ୍ରଚାର ପାଇଁ ସ୍ତ୍ରୀର ପୋଷ୍ଟର ଲଗାଉଥିବା ବେଳେ ବିଦ୍ୟୁତ ଆଘାତରେ ସ୍ବାମୀ ମୃତ

ହରଦୋଇ: ଉତ୍ତରପ୍ରଦେଶର ଗ୍ରାମାଞ୍ଚଳରେ ପାଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଜୋର‌ସୋର ଚାଲିଛି। ଏଭଳି ସମୟରେ ହରଦୋଇ ଜିଲ୍ଲା ଗ୍ରାମାଞ୍ଚଳରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।  ପ୍ରଧାନ ପଦ ପ୍ରାର୍ଥୀ ଥିବା ମହିଳାଙ୍କ ସ୍ବାମୀଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ଏହି ଘଟଣାପରେ ଗ୍ରାମରେ ଶୋକରଛାୟା ଖେଳି ଯାଇଛି।

ସୂଚନାଯୋଗ୍ୟ, ପ୍ରଧାନ ପଦ ଲାଗି ପ୍ରାର୍ଥୀ ଥିବା ସତ୍ୟବତୀଙ୍କ ସ୍ବାମୀ ବୀରପାଲ ହୋଲିର ଶୁଭକାମନା ପାଇଁ ଶିଢ଼ି ଲଗାଇ ସ୍ତ୍ରୀଙ୍କ ପ୍ରଚାର ବ୍ୟାନର ବାନ୍ଧୁଥିଲେ। ଉକ୍ତ ବ୍ୟାନର ଉପରେ ୧୧,୦୦୦ଭୋଲ୍ଟର ବିଦ୍ୟୁତ ଲାଇନ ଯାଇଥିଲା। ଦୁର୍ଭାଗ୍ୟବଶତଃ ବ୍ୟାନର ବାନ୍ଧୁଥିବା ସମୟରେ ସ୍ବାମୀ ବୀରପାଲ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ସେ ଶିଢ଼ିରୁ ତଳେ ପଡ଼ି ଯାଇଥିଲେ। କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

 पत्नी का चुनावी पोस्टर लगाते वक्त पति को लगा करंट, मौके पर हुई मौत

ଏହି ଅଘଟଣ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ବୀରପାଲଙ୍କ ମୃତ୍ୟୁପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe