ବରଯାତ୍ରୀରେ ନାଚିବାକୁ ନେଇ ସ୍ବାମୀଙ୍କ ସହ ଝଗଡ଼ା ହେବାରୁ କେନାଳକୁ ଡେଇଁଲେ ପତ୍ନୀ, ତା’ ପରେ...

ବରଯାତ୍ରୀରେ ନାଚିବାକୁ ନେଇ ସ୍ବାମୀଙ୍କ ସହ ଝଗଡ଼ା ହେବାରୁ କେନାଳକୁ ଡେଇଁଲେ ପତ୍ନୀ, ତା’ ପରେ...

aajtak

ହରଦୋଇ(ୟୁପି): ବରଯାତ୍ରୀରେ ନାଚିବାକୁ ନେଇ ସ୍ବାମୀଙ୍କ ସହ ଝଗଡ଼ା ହେବାରୁ କେନାଳକୁ ଡେଇଁଲେ ପତ୍ନୀ। ଉତ୍ତରପ୍ରଦେଶର ହରଦୋଇରେ ଘଟିଛି ଏଭଳି ଘଟଣା। ସବୁଠାରୁ ବଡ଼ କଥା ହେଲା ପତ୍ନୀଙ୍କୁ ବଞ୍ଚାଇବା ପାଇଁ ଯୁବକଜଣକ ମଧ୍ୟ କେନାଳକୁ ଡେଇଁଥିବା ବେଳେ ଏବେ ଦୁହିଁଙ୍କ ପତ୍ତା ମିଳୁନି। ନିଖୋଜ ଥିବା ସ୍ବାମୀ-ସ୍ତ୍ରୀ ହେଲେ ମାନସିଂହ ଓ ଆରତୀ।

ମାନସିଂହଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ମାଧୌଗଞ୍ଜ ପୁଲିସ ଷ୍ଟେସନ ଅଞ୍ଚଳର ନେବାଦ ଗାଁର ବାସିନ୍ଦା ମାନସିଂହଙ୍କ ସଡ଼ୁ ବିଲଗ୍ରାମ କୋତୱାଲୀ ଅଞ୍ଚଳର ଅଖତିଆରରପୁରରେ ରୁହନ୍ତି। ମାନସିଂହ ତାଙ୍କ ପତ୍ନୀ ଆରତୀଙ୍କ ସହ ବିବାହ ଉତ୍ସବରେ ଯୋଗଦେବାକୁ ସେଠାକୁ ଯାଇଥିଲେ। ବିବାହରେ ଆରତୀ ତାଙ୍କ ଭଉଣୀମାନଙ୍କ ସହ ନାଚିଥିଲେ। ଏହି ପ୍ରସଙ୍ଗକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଉଭୟ ଘରକୁ ଫେରୁଥିବା ବେଳେ ଶାରଦା କେନାଲ ବ୍ରିଜ ଉପରେ ଆରତୀ ହଠାତ୍ ବାଇକରୁ ଡେଇଁ କେନାଲକୁ ଡେଇଁ ପଡ଼ିଥିଲେ। ଆରତୀଙ୍କୁ ଡେଇଁବା ଦେଖି ବଞ୍ଚାଇବା ପାଇଁ ମାନସିଂହ ମଧ୍ୟ କେନାଲକୁ ଡେଇଁଥିଲେ। କେନାଲରେ ଅଧିକ ପାଣି ଥିବାରୁ ଦୁହେଁ ଭାସିଯାଇଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ ଦୁହିଁଙ୍କ ପତ୍ତା ମିଳିନଥିବା ବେଳେ ପୁଲିସ ଖୋଜିବାକୁ ଚେଷ୍ଟା କରୁଥିବା କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe