ଆମେରିକା ଡ୍ରୋନ୍‌ ଆକ୍ରମଣରେ ଆଇଏସ୍‌ଆଇଏସ୍‌ର ପ୍ରମୁଖ କମାଣ୍ଡର୍‌ ହୁଜାଇଫା ଅଲ୍‌-ବାକିସ୍ତାନୀ ନିହତ

Image Source: Zee News

ନଙ୍ଗରହର: ଶୁକ୍ରବାର ଦିନ ପୂର୍ବ ଆଫଗାନିସ୍ତାନ ଅନ୍ତର୍ଗତ ନଙ୍ଗରହରପୁର ପ୍ରଦେଶର ଖୋଗିୟାନି ଜିଲ୍ଲାରେ ଯୁକ୍ତରାଷ୍ଟ୍ର ଆମେରିକାର ଡ୍ରୋନ୍‌ ଆକ୍ରମଣରେ ଇସ୍‌ଲାମିକ୍‌ ଷ୍ଟେଟ୍‌ର ପ୍ରମୁଖ କମାଣ୍ଡର୍‌ ହୁଜାଇଫା ଅଲ୍‌-ବାକିସ୍ତାନୀ ନିହତ ହୋଇଛି। ସେ ଉତ୍ତମ ତାଲିମପ୍ରାପ୍ତ ପାକିସ୍ତାନୀ ନାଗରିକ ଏବଂ ଖୋରାସାନ୍‌ ପ୍ରଦେଶରେ ରହୁଥିଲା ଏବଂ ଅନେକ ଭାରତୀୟ ଯୁବକଙ୍କୁ ଆତଙ୍କବାଦ ତାଲିମ ଦେଇଥିଲା।

ଭାରତୀୟ ଗୁଇନ୍ଦାମାନଙ୍କର ବିଶ୍ୱାସ ଯେ ହୁଜାଇଫା ଅଲ୍‌-ବାକିସ୍ତାନୀ ଆଇଏସ୍‌ଆଇଏସ୍‌ର ଅନ୍‌ଲାଇନ୍‌ ଚୟନକାରୀ ଏବଂ ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ସଙ୍ଗଠନଗୁଡ଼ିକର କାର୍ଯ୍ୟକଳାପର ମାଷ୍ଟର୍‌ମାଇଣ୍ଡ୍‌।

publive-image Representative Image

ଏ ବର୍ଷ ଗଠନ କରାଯାଇଥିବା ‘ଓ୍ଵିଲାୟା ଅଫ୍‌ ହିନ୍ଦ୍‌’ ସୃଷ୍ଟିରେ ତା’ର ପ୍ରମୁଖ ଭୂମିକ ଥିଲା ବୋଲି ନିରାପତ୍ତା ପ୍ରତିଷ୍ଠାନ ମଧ୍ୟ ବିଶ୍ୱାସ କରୁଛି। ତେଣୁ କିଛି ଦିନ ତଳେ ଆଇଏସ୍‌ଆଇଏସ୍‌ ଦାବି କରିଥିଲା ଯେ ସେମାନେ ଭାରତରେ ଗୋଟାଏ ନୂଆ ପ୍ରଦେଶ ସୃଷ୍ଟି କରିଛନ୍ତି।

ଶ୍ରୀନଗର ବାସିନ୍ଦା ଲିଜାଜ୍‌ ଅହଙ୍ଗରଙ୍କ ଝିଅ ସାବିରାଙ୍କୁ ସେ ବିବାହ କରିଥିଲା।

ଯୁକ୍ତରାଷ୍ଟ୍ର ଆମେରିକାର ଡ୍ରୋନ୍‌ ଆକ୍ରମଣରେ ଅନ୍ୟ ୯ ଜଣଙ୍କ ସମେତ ହୁଜାଇଫା ନିହତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe