୨୨ ଦିନର ଚିକିତ୍ସା ଲାଗି ୧୮ ଲକ୍ଷ ଟଙ୍କା ବିଲ୍‌ : ଶେଷରେ ଆଖି ବୁଜିଲେ ଗର୍ଭବତୀ ମହିଳା

Advertisment
୨୨ ଦିନର ଚିକିତ୍ସା ଲାଗି ୧୮ ଲକ୍ଷ ଟଙ୍କା ବିଲ୍‌ : ଶେଷରେ ଆଖି ବୁଜିଲେ ଗର୍ଭବତୀ ମହିଳା

india.com

ଫରିଦାବାଦ : ଫରିଦାବାଦର ଏକ ଘରୋଇ ଡାକ୍ତରଖାନାରେ ଜଣେ ଗର୍ଭବତୀ ମହିଳା ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ମୃତ ଶରୀର ଛାଡ଼ିବା ଲାଗି ୧୮ ଲକ୍ଷ ଟଙ୍କା ଦାବି କରାଯାଇଥିଲା। ଡାକ୍ତରଖାନାର ଏହି ବିଲ ବହୁ ଅଧିକ ହେବାରୁ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ । ମୃତ ମହିଳା ୨୨ଦିନ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିଲେ । ଡାକ୍ତରଖାନା କର୍ତ୍ତୃପକ୍ଷ ବିଲରେ ଘୋଟାଲା କରିଛନ୍ତି ବୋଲି କହି ମହିଳାଙ୍କ ପରିବାର ଲୋକେ ତଦନ୍ତ ଦାବି କରିଛନ୍ତି ।

ସୂଚନା ଅନୂଯାୟୀ, ୩୨ସପ୍ତାହର ଗର୍ଭବତୀ ଥିବା ମହିଳା ଜଣଙ୍କୁ ଜ୍ୱର ଅଧିକ ହେବାରୁ ଫରିଦାବାଦ୍‌ରେ ଥିବା ଏସିୟାନ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଅଣା ଯାଇଥିଲା । ସାଧାରଣ ଜ୍ୱର ହୋଇଥିବା ବେଳେ ଡ଼ାକ୍ତର ତାଙ୍କୁ ଟାଇଫଏଡ଼ ଏବଂ ପରେ ତାଙ୍କ ପେଟରେ କଣା ଅଛି ବୋଲି କହି ଆଇସିୟୁ ଭିତରକୁ ନେଇ ଯାଇଥିଲେ । ଅସ୍ତ୍ରୋପଚାର ହେବ କହି ୩ ଲକ୍ଷ ଟଙ୍କା ଜମା କରିବାକୁ କହିଥିଲେ । ତା‘ପୂର୍ବରୁ ପରିବାର ଲୋକମାନେ ୧୦-୧୨ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଥିଲେ । ଅପରେସନ ପରେ ମୃତ୍ୟୁ ହେବାରୁ ୨୨ ଦିନର ୧୮ ଲକ୍ଷ ଟଙ୍କାର ବିଲ ପରିବାର ଲୋକଙ୍କୁ ଧରାଇ ଦେଇଥିଲେ ଡ଼ାକ୍ତର । କେବଳ ଟଙ୍କା ନେବା ପାଇଁ ରୋଗୀକୁ ଏତେ ଦିନ ଡ଼ାକ୍ତଖାନରେ ପକାଇ ରଖିଥଲେ ବୋଲି ପରିବାର ଲୋକ ଅଭିଯୋଗ କରିବା ସହ ତଦନ୍ତର ଦାବି କରିଛନ୍ତି ।

ଅନ୍ୟ ପକ୍ଷରେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଛି ହସ୍ପିଟାଲ ପ୍ରଶାସନ । ଆମେ ଟାଇଫଏଡ଼ ହୋଇଛି ବୋଲି ଜାଣିବା ପରେ ସେହି ଅନୁସାରେ ଚିକିତ୍ସା ଆରମ୍ଭ କରିଥିଲୁ । ମହିଳାଙ୍କ ପେଟରେ ଏକ କଣା ଥିବାରୁ ତାଙ୍କ ଅପରେସନ କରିବାକୁ ଆମେ ବାଧ୍ୟ ହୋଇଥିଲୁ । କିନ୍ତୁ ଅପରେସନ ପରେ ଆମେ ତାଙ୍କୁ ବଞ୍ଚାଇ ପାରି ନ ଥିଲୁ । ଏଥିରେ ଆମର କୌଣସି ଭୁଲ ନାହିଁ । ଆମେ ଶତ ପ୍ରତିଶତ ଚେଷ୍ଟା କରିଥିଲୁ, ବୋଲି ଏସିୟାନ ହସ୍ପିଟାଲର ଅଧ୍ୟକ୍ଷ ଡ଼ାକ୍ତର ରମେଶ ଚନ୍ଦନ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe