https://www.newindianexpress.com/
ହାଇଦ୍ରାବାଦ୍: ଦିନକୁ ଦିନ ଅପରାଧର ମାତ୍ରା ବଢୁଥିବା କାରଣରୁ ହାଇଦ୍ରାବାଦ୍ କମିସନରେଟ ପୁଲିସ୍ ଏକ ନୂଆ ପଦକ୍ଷେପ ନେଇଛି। ଏଣିକି କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଲୋକେ ଅଭିଯୋଗ ଲେଖାଇବା ପାଇଁ ଆଉ ପୁଲିସ୍ ଷ୍ଟେସନ୍ ଯିବା ଦରକାର ନାହିଁ। ବିନା ପୁଲିସ୍ ଷ୍ଟେସନ୍ ଯାଇ ମଧ୍ୟ ଲେଖାଇ ହେବ ଅଭିଯୋଗ। ଜାଣିବାକୁ ମିଳିଛି ଯେ ହାଇଦ୍ରାବାଦ୍ର ଅଭିଯୋଗକାରୀମାନେ ଏଣିକି ପୁଲିସ୍ ଷ୍ଟେସନ୍ ନ ଯାଇ ପାଟ୍ରୋଲିଂ ଅଧିକାରୀଙ୍କ ନିକଟରେ ଅଭିଯୋଗ ଲେଖାଇ ପାରିବେ।
ଏ ସଂପର୍କରେ ସୂଚନା ଦେଇ ପୁଲିସ୍ କମିସନର ଅଞ୍ଜନୀ କୁମାର କହିଛନ୍ତି କି ‘ଅଭିଯୋଗକାରୀମାନେ ସେମାନଙ୍କ ଅଭିଯୋଗ ଲେଖିବା ସହ ତାହାକୁ ନିଜ ଅଞ୍ଚଳର ପାଟ୍ରୋଲିଂ ଅଧିକାରୀଙ୍କ ଠିକଣାରେ ପଠାଇପାରିବେ। ସେମାନଙ୍କୁ ଆଉ ପୁଲିସ୍ ଷ୍ଟେସନ୍ ଯିବାର କଷ୍ଟ କରିବାକୁ ପଡ଼ିବ ନାହିଁ। ଏହି ନୂଆବର୍ଷରେ ଲୋକମାନଙ୍କ ସୁବିଧାକୁ ଲକ୍ଷ୍ୟ କରି ଆମେ ଏପରି ଏକ ନୂଆ ପଦକ୍ଷେପ ନେଇଛୁ।’
Times Nowଅନେକ ସମୟରେ ବହୁ ଅଯଥା ମାମଲା ପୁଲିସ୍ ଷ୍ଟେସନ୍ରେ ପହଞ୍ଚିଥାଏ। ଏପରି ଏକ ସମସ୍ୟାରୁ ଦୂରେଇ ରହିବା ପାଇଁ ହାଇଦ୍ରାବାଦ୍ ପୁଲିସ୍ ଏଭଳି ପଦକ୍ଷେପ ନେଇଥିବା ସୂଚନା ରହିଛି। ସହରର ସମସ୍ତ ପୁଲିସ୍ ଷ୍ଟେସନ୍ରେ ଏହି ନୂଆ ନିୟମ ଲାଗୁ ହେବ। ପାଟ୍ରୋଲିଂ ଅଫିସର୍ମାନେ ଅଭିଯୋଗକାରୀଙ୍କଠାରୁ ଅଭିଯୋଗ ପାଇବା ପରେ ତାହାକୁ ନେଇ ତଦନ୍ତ ଆରମ୍ଭ କରିବେ। ଫଳରେ ଅଯଥା ମାମଲାକୁ ନେଇ ଥାନାରେ ଆଉ ଭିଡ଼ ଜମିବ ନାହିଁ।
Follow Us