ଦେଶରେ ପ୍ରଥମ, ଭୋଟର୍‌ଙ୍କୁ ଲାଞ୍ଚ ଦେବା ମାମଲାରେ ‘ଟିଆର୍‌ଏସ୍‌’ ସାଂସଦ ମଲୋତ କବିତାଙ୍କୁ ଦୋଷୀ ସାବ୍ୟସ୍ତ କଲେ ହାଇଦ୍ରାବାଦ ଅଦାଲତ

Advertisment
ଦେଶରେ ପ୍ରଥମ, ଭୋଟର୍‌ଙ୍କୁ ଲାଞ୍ଚ ଦେବା ମାମଲାରେ ‘ଟିଆର୍‌ଏସ୍‌’ ସାଂସଦ ମଲୋତ କବିତାଙ୍କୁ ଦୋଷୀ ସାବ୍ୟସ୍ତ କଲେ ହାଇଦ୍ରାବାଦ ଅଦାଲତ

Image Courtesy of India Today

ହାଇଦ୍ରାବାଦ: ୨୦୧୯ ସାଧାରଣ ନିର୍ବାଚନରେ ଭୋଟର୍‌ମାନଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ସମ୍ପ୍ରତି ସଂସଦର ସଦସ୍ୟା ଥିବା ଜଣେ ସାଂସଦ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ନାମପଲ୍ଲୀରେ ସାଂସଦ ଓ ବିଧାୟକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସ୍ବତନ୍ତ୍ର ସେସନ୍ ଅଦାଲତ ଶନିବାର ଦିନ ‘ଟିଆର୍‌ଏସ୍‌’ ଲୋକସଭା ସାଂସଦ ମଲୋତ କବିତା ଏବଂ ତାଙ୍କ ସହଯୋଗୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ବିଚାରପତି ଉଭୟଙ୍କୁ ୬ ମାସ ଲେଖାଏଁ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହ ଉଚ୍ଚତର ଅଦାଲତରେ ଆବେଦନ କରିବା ଲାଗି ମଧ୍ୟ ବିଚାରପତି ସେମାନଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ସମ୍ପ୍ରତି କବିତା ଲୋକସଭାରେ ମେହବୁବାବାଦ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ବ କରୁଛନ୍ତି।

ସାଂସଦ ଏବଂ ବିଧାୟକମାନଙ୍କ ମାମଲା ନିମନ୍ତେ ଉଦ୍ଦିଷ୍ଟ ସ୍ବତନ୍ତ୍ର ସେସନ୍‌ ଅଦାଲତ ଜନ ପ୍ରତିନିଧିଙ୍କୁ କାରାଦଣ୍ଡାଦେଶ ଦେବାରେ ଏହା ହେଉଛି ସାମ୍ପ୍ରତିକ ସମୟର ତୃତୀୟ ମାମଲା। କିନ୍ତୁ, ଲୋକସଭାରେ ସଦ୍ୟ ଥିବା ଜଣେ ସାଂସଦଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ହେଉଛି ପ୍ରଥମ ଘଟଣା। ତାହା ପୁଣି ନିର୍ବାଚନରେ ‌ଭୋଟର୍‌ମାନଙ୍କୁ ଲାଞ୍ଚ ଦେବା ମାମଲାରେ।

publive-image Image Courtesy of The Hindu

୨୦୧୯ ସାଧାରଣ ନିର୍ବାଚନରେ ନିର୍ବାଚନ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ର ଅଂଶବିଶେଷ ଥିବା ରାଜସ୍ବ କର୍ମଚାରୀମାନେ ସାଂସଦ କବିତାଙ୍କ ତରଫରୁ ଲାଞ୍ଚ ଦେଉଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଧରିଥିଲେ। ସୌକତ୍ ଅଲି ନାମଧ୍ୟେୟ ଉକ୍ତ ବ୍ୟକ୍ତିଜଣକ ବୁର୍ଗାମପାହାଡ଼ ଥାନା ଅଞ୍ଚଳରେ କବିତାଙ୍କ ସପକ୍ଷରେ ଭୋଟ୍‌ ଦେବା ଲାଗି ଲୋକମାନଙ୍କୁ ମୁଣ୍ଡପିଛା ୫୦୦ ଟଙ୍କା ଲେଖାଏଁ ବାଣ୍ଟୁଥିଲେ।

ଏହି ମାମଲାରେ ଅଲି ପ୍ରଥମ ଅଭିଯୁକ୍ତ ଏବଂ କବିତା ଦ୍ବିତୀୟ ଅଭିଯୁକ୍ତା ଭାବେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବିଚାରପତି ସିଏଚ୍ ଭିଆର୍‌ଆର୍‌ ବରପ୍ରସାଦ ଉଭୟ ଦୋଷୀଙ୍କୁ ୬ ମାସ ଲେଖାଏଁ କାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ଆଦେଶ ଦେଇଛନ୍ତି। ବିଚାରପତି ରାୟ ଶୁଣାଇବା ବେଳେ ଉଭୟଙ୍କୁ ଅଦାଲତରେ ହାଜର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe