ହାଇଦ୍ରାବାଦ: ଦିଲ୍ଲୀର ନିର୍ଭୟା ଭଳି ହାଇଦ୍ରାବାଦରେ ଜଣେ ମହିଳା ପ୍ରାଣୀ ଡାକ୍ତରାଣୀଙ୍କୁ ଦୁଷ୍କର୍ମ କରିବା ପରେ ପୋଡ଼ି ମାରି ଦେଇଥିବା ଘଟଣା ଏବେ ଶାନ୍ତ ପଡ଼ି ନଥିବା ବେଳେ ପୁଣି ଜଣେ ୧୮ବର୍ଷର ଯୁବତୀଙ୍କୁ ଜଣେ ଅଟୋରିକ୍ସା ଚାଳକ ଦୁଷ୍କର୍ମ କରିବା ଘଟଣା ପୂରା ତେଲେଙ୍ଗାନାଙ୍କୁ ଦୋହଲାଇ ଦେଇଛି।
ହାଇଦ୍ରାବାଦରେ ଜଣେ ପ୍ରାଣୀ ଡାକ୍ତରାଣୀଙ୍କୁ ଦୁଷ୍କର୍ମ କରିଥିବା ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରି ଏନ୍କାଉଣ୍ଟର ବି କରିଥିଲା। ଏହାପରେ ମାନବାଧିକାର ଆୟୋଗ ଓ ଅନ୍ୟ ସଙ୍ଗଠନ ଏହା ଉପରେ ଆପତ୍ତି କରିଥିଲେ। ଏବେ ସୁପ୍ରିମକୋର୍ଟ ଏହି ଏନ୍କାଉଣ୍ଟରକୁ ନେଇ ନ୍ୟାୟିକ ଯାଞ୍ଚ ଆଦେଶ ଦେଇଛନ୍ତି।
Khabar Bollywoodଅନ୍ୟପଟେ ଏହି ମାମଲାକୁ ନେଇ ବାରମ୍ବାର ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମହିଳା ଡାକ୍ତରଙ୍କ ଜଳି ଯାଇଥିବା ମୃତଦେହର ଡିଏନ୍ଏ ରିପୋର୍ଟ ଆସିବା ପରେ ଏବେ ଫରେନ୍ସିକ ରିପୋର୍ଟରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଡାକ୍ତରାଣୀଙ୍କ ବ୍ୟବଚ୍ଛେଦ ଫରେନ୍ସିକ ଟାକ୍ସିକୋଲଜିରେ ଏହି କଥାର ସ୍ପଷ୍ଟତା ମିଳିଛି କି ଡାକ୍ତରରାଣୀଙ୍କ ଲିଭର ଟିସୁରେ ଅଲକୋହଲର ଅଂଶ ମିଳିଛି। ତେଣୁ ପୁଲିସ ଯାଞ୍ଚ କରି ଯେଉଁ ଦାବି କରି କହିଥିଲା କି ଦୁଷ୍କର୍ମକାରୀ ଦୁଷ୍କର୍ମ କରିବା ପୂର୍ବରୁ ମହିଳା ଡାକ୍ତରାଣୀଙ୍କୁ ଜୋରଜବରଦସ୍ତ ମଦ ପିଆଇଥିଲେ। ତାହା ଫରେନ୍ସିକ ରିପୋର୍ଟରୁ କିଛି ମାତ୍ରାରେ ସ୍ପଷ୍ଟ ହେଉଛି।
Follow Us