ହାଇଦ୍ରାବାଦ ନିର୍ବାଚନ : ବିଜେପି ଏବଂ ଟିଆର୍‌ଏସ ମଧ୍ୟରେ ଭୋଟ୍‌ ବ୍ୟବଧାନ ମାତ୍ର ୧୦ ହଜାର

ହାଇଦ୍ରାବାଦ ନିର୍ବାଚନ : ବିଜେପି ଏବଂ ଟିଆର୍‌ଏସ ମଧ୍ୟରେ ଭୋଟ୍‌ ବ୍ୟବଧାନ ମାତ୍ର ୧୦ ହଜାର

Asianet Newsable

ହାଇଦ୍ରାବାଦ : ହାଇଦ୍ରାବାଦ ପୌରନିଗମ ନିର୍ବାଚନରେ ଟିଆର୍‌ଏସ୍‌ ଏବଂ ବିଜେପି ମଧ୍ୟରେ ଭୋଟ୍‌ ବ୍ୟବଧାନ ମାତ୍ର ୧୦ ହଜାର ବୋଲି ଜଣାପଡ଼ିଛି। ଗତ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ଅତି ଭଲ ପ୍ରଦର୍ଶନ କରିଥିବା ବିଜେପି ପାଇଁ ଏହା ଭଲ ଖବର। ମୋଟ ୧୫୦ ଆସନରୁ ୪୮ଟି ଆସନରେ ବିଜୟୀ ହୋଇ ବିଜେପି ଦ୍ବିତୀୟ ସ୍ଥାନରେ ରହିଛି।

ତେବେ ପ୍ରଥମ ସ୍ଥାନରେ ଥିବା ଟିଆର୍‌ଏସ ୫୫ଟି ଆସନରେ ବିଜୟୀ ହୋଇଛି। ତେବେ ଭୋଟ୍‌ ଦୃଷ୍ଟିରୁ ବିଚାର କଲେ ବିଜେପି ଟିଆର୍‌ଏସଠାରୁ ଖୁବ୍‌ କମ୍‌ ଭୋଟ ପଛରେ ରହିଛି। ଟିଆର୍‌ଏସ ୧୨.୦୬ ଲକ୍ଷ ଭୋଟ୍‌ ଅର୍ଥାତ୍‌ ୩୫.୮୧ ପ୍ରତିଶତ ଭୋଟ୍‌ ହାସଲ କରିଥିବାବେଳେ ବିଜେପି ୧୧.୯୫ ଲକ୍ଷ ଭୋଟ୍‌ ଅର୍ଥାତ୍‌ ୩୫.୫୬ ପ୍ରତିଶତ ଭୋଟ ହାସଲ କରିପାରିଛି। ଟିଆର୍‌ସି ଓ ବି‌ଜେପି ମଧ୍ୟରେ ଭୋଟ ବ୍ୟବଧାନ ମାତ୍ର ୧୦ ହଜାର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe