ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର : ତଦନ୍ତ କରିବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି

Advertisment
ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର : ତଦନ୍ତ କରିବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି

Hindustan

ନୂଆଦିଲ୍ଲୀ : ହାଇଦ୍ରାବାଦ୍‌ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରି ମାରିଦିଆଯିବା ଘଟଣାର ତଦନ୍ତ କରିବେ ସୁପ୍ରିମ କୋର୍ଟର ଜଣେ ପୂର୍ବତନ ବିଚାରପତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଜି ଏହି ନିର୍ଦେଶ ଦେଇଛନ୍ତି। ଏହି ଏନକାଉଣ୍ଟରର ବିରୋଧ କରି ଆଗତ ଅନେକ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ କୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ଇତିମଧ୍ୟରେ ହାଇଦ୍ରାବାଦ ହାଇକୋର୍ଟ ମଧ୍ୟ ଆସନ୍ତା ୧୩ ତାରିଖରେ ଏହି ମାମଲାର ଶୁଣାଣି କରିବ। ସେହିଦିନ ପର୍ଯ୍ୟନ୍ତ ମୃତ ଅଭିଯୁକ୍ତମାନଙ୍କ ଶବକୁ ସୁରକ୍ଷିତ ରଖିବା ଲାଗି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଜାତୀୟ ମାନବାଧିକାର କମିସନ ମଧ୍ୟ ଏହାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe