ତେଲେଙ୍ଗାନା ପୁଲିସ ଜିନ୍ଦାବାଦ୍‌ କହି ପୁଲିସଙ୍କ ଉପରେ ଗୋଲାପ ପାଖୁଡ଼ା ବୃଷ୍ଟି କଲେ ଜନତା

Advertisment
ତେଲେଙ୍ଗାନା ପୁଲିସ ଜିନ୍ଦାବାଦ୍‌ କହି ପୁଲିସଙ୍କ ଉପରେ ଗୋଲାପ ପାଖୁଡ଼ା ବୃଷ୍ଟି କଲେ ଜନତା

ହାଇଦ୍ରାବାଦ: ପ୍ରାଣୀ ଚିକିତ୍ସିକାଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିଥିବା ଚାରି ଅଭିଯୁକ୍ତ ପୁଲିସ ଏନ୍‌କାଉଣ୍ଟର୍‌ରେ ନିହତ ହେବା ପରେ ଶୁକ୍ରବାର ସକାଳେ ହାଇଦ୍ରାବାଦର ସ୍ଥାନୀୟ ବାସିନ୍ଦାମାନେ ପୁଲିସକୁ ପ୍ରଶଂସା କରିବା ସହ ସେମାନଙ୍କ ଉପରେ ଗୋଲାପ ପାଖୁଡ଼ା ବୃଷ୍ଟି କରିଛନ୍ତି।

publive-image

ଏନ୍‌କାଉଣ୍ଟର୍‌ସ୍ଥଳରେ ବହୁସଂଖ୍ୟକ ଲୋକେ ସମବେତ ହୋଇ ‘ହାଇଦ୍ରାବାଦ ପୁଲିସ ଜିନ୍ଦାବଦ୍‌’ ଏବଂ ‘ତେଲେଙ୍ଗାନା ପୁଲିସ ଜିନ୍ଦାବାଦ୍‌’ ଧ୍ୱନି ଦେଇଥିଲେ। ପରିସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିବା କେତେକ ପୁଲିସ ଅଧିକାରୀଙ୍କ ଉପରେ ଲୋମାନଙ୍କ ମଧ୍ୟରୁ କେତେକ ଗୋଲାପ ପାଖୁଡ଼ା ବୃଷ୍ଟି କରିଥିଲେ।

publive-image Image Source: ANI

ଡାକ୍ତରାଣୀଙ୍କ ପଡ଼ୋଶୀ ମହିଳାମାନେ ପୁଲିସଙ୍କ ହାତରେ ରାଖି ବାନ୍ଧିଥିଲେ।

ଘଟଣାର ପୁନଃସଂରଚନା ନିମନ୍ତେ ଚାରି ଅଭିଯୁକ୍ତ- ମହମ୍ମଦ ଆରୀଫ୍‌, ଜୋଲ୍ଲ ଶିବ, ଜୋଲ୍ଲ ନବୀନ ଏବଂ ଚିନ୍ତାକୁଟ ଚେନ୍ନକେଶବୁଲୁଙ୍କୁ ଘଟଣାସ୍ଥଳକୁ ନିଆଯାଇଥିଲା। ସେଠାରେ ସେମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ପୁଲିସ ତାଙ୍କୁ ଆତ୍ମସମର୍ପଣ କରିବାକୁ କହିବାରୁ ସେମାନେ ପୁଲିସ ଉପରକୁ ଟେକାପଥର ଫିଙ୍ଗିଥିବାରୁ ପୁଲିସ ଆତ୍ମରକ୍ଷା ନିମନ୍ତେ ଗୁଳି ଚାଳଇଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଲା। ସେମାନେ ପୁଲିସଙ୍କ ଠାରୁ ଅସ୍ତ୍ର ଛଡ଼େଇ ନେବାକୁ ମଧ୍ୟ ଉଦ୍ୟମ କରିଥିଲେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe